CBI raid AIIMS Bhubaneswar
ଭୁବନେଶ୍ବର AIIMSରେ CBI ରେଡ୍ । ବଡ ଧରଣର ନିଯୁକ୍ତି ସ୍କାମ୍ ନେଇ ଚାଲିଛି ମାରାଥନ ରେଡ୍ । ଏମ୍ସରେ ବିଭିନ୍ନ ପଦପଦବୀ ପାଇଁ ନିଯୁକ୍ତିରେ ବଡ ଘୋଟାଲା ହୋଇଥିବା ଅଭିଯୋଗ ହୋଇଥିଲା । ଜାଲ୍ ଡକ୍ୟୁମେଣ୍ଟ ଦେଖାଇ ଚାକିରି ଦିଆଯାଇଥିବା ଅଭିଯୋଗ ଆସିଥିଲା । ଏନେଇ CBI ପକ୍ଷରୁ ଯାଞ୍ଚ କରାଯିବା ପରେ ଅନିୟମିତତା ସମ୍ପର୍କରେ ଜାଣିବାକୁ ପାଇଥିଲା । ଆଜି ଏହି ମାମଲରେ CBI ଏମ୍ସରେ ଚଢଉ କରିଛି ।
ଭୁବନେଶ୍ବର CBI ପକ୍ଷରୁ 9 ଜଣିଆ ଟିମ୍ ଚଢଉରେ ସାମିଲ ଅଛନ୍ତି । ମୋଟ ୨୭ ଲୋକଙ୍କୁ ପଚରାଉଚରା କରାଯାଇଛି । ମାଳ ମାଳ ପିଟିସନ ପଡିବା ପରେ ଆଜି ଚଢ଼ାଉକୁ ବ୍ୟାପକ କରିଛି ସିବିଆଇ । ଗାଜିଆବାଦ ଓ ଗୋରଖପୁରର ଜାଲ୍ ଡକ୍ୟୁମେଣ୍ଟ ଜରିଆରେ ଭୁବନେଶ୍ୱରର ୫ ଜଣ ଠିକା କର୍ମଚାରୀଙ୍କୁ ସ୍ଥାୟୀ ନିଯୁକ୍ତି ମିଳିଥିବା ଅଭିଯୋଗ ହୋଇଛି ।
ଅଧିକ ପଢ଼ନ୍ତୁ: ପୂରଣ ହେବ ପ୍ରଫେସର୍ ପଦବୀ; ଦରମା ୨ଲକ୍ଷ ୨୦ହଜାର
ସର୍ବ ଭାରତୀୟ ସ୍ତରରେ ଏମ୍ସରେ ନିଯୁକ୍ତି ପାଇଁ ପରୀକ୍ଷା କରାଯାଉଥିବା ବେଳେ ଭୁବନେଶ୍ୱର ଏମ୍ସ ନିଜସ୍ୱ ପରୀକ୍ଷା କରି ନିଯୁକ୍ତି ଦେଇଥିବା ଅଭିଯୋଗ ଆସିଛି । ଯାହାକି ଏମ୍ସ ନିଯୁକ୍ତି ପ୍ରକ୍ରିୟା ନିୟମର ସମ୍ପୂର୍ଣ୍ଣ ଉଲ୍ଲଂଘନ । ଏହି ଅଭିଯୋଗ ପରେ ଆଜି ୯ ଜଣିଆ ଟିମ ମାରାଥନ ରେଡ୍ ଓ ଖୋଳତାଡ଼ ଚଳାଇଛନ୍ତି ।
ଗୋଟିଏ ପରିବାରର 5 ଜଣ ଚଞ୍ଚକତା କରି ଗୁରୁତ୍ୱପୂର୍ଣ୍ଣ ପଦବୀକୁ ହାତେଇ ନେଇଥିବା ଜଣାପଡିଛି । ଜୁଲାଇ 1 2023 ମାସରେ 7 ଶହ ପୋଷ୍ଟ ପାଇଁ ବାହାରିଥିଲା ବିଜ୍ଞପ୍ତି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/IMAGE_1739948269.jpg)