Advertisment

Cancelation of Government Employee Leaves in India-Pakistan Context: ଭାରତ-ପାକିସ୍ତାନ ଟେନସନ: ଜିଲ୍ଲାପାଳ, RDCଙ୍କ ଛୁଟି ବାତିଲ

ଭାରତ ଓ ପାକିସ୍ତାନ ଟେନସନ ମଧ୍ୟରେ ରାଜ୍ୟରେ ଆରଡିସି, ଡିଏମ ଓ କଲେକ୍ଟରଙ୍କ ଛୁଟି ବାତିଲ କରିବାକୁ ସରକାର ନିର୍ଦ୍ଦେଶ ଦେଇଛନ୍ତି ରାଜ୍ୟ ସରକାର ।

ଅଦ୍ୟତନ ହୋଇଛି
leave

leave

Advertisment

ସରକାରୀ କର୍ମଚାରୀଙ୍କ ଛୁଟି ବାତିଲ୍ କଲେ ରାଜ୍ୟ ସରକାର । ଭାରତ ଓ ପାକିସ୍ତାନ ଟେନସନ ମଧ୍ୟରେ ରାଜ୍ୟରେ ଆରଡିସି, ଡିଏମ ଓ କଲେକ୍ଟରଙ୍କ ଛୁଟି ବାତିଲ କରିବାକୁ ସରକାର ନିର୍ଦ୍ଦେଶ ଦେଇଛନ୍ତି । ଛୁଟିରେ ଥିଲେ ତୁରନ୍ତ ମୁଖ୍ୟାଳୟକୁ ଫେରି ତୁରନ୍ତ କାର୍ଯ୍ୟରେ ଯୋଗ ଦେବାକୁ ନିର୍ଦ୍ଦେଶ ଦିଆଯାଇଛି। 

Advertisment

ଅଧିକ ପଢ଼ନ୍ତୁ: ଶତଦଳ ପଦ୍ମର ସନ୍ଧାନ ଓ ଭୀମଙ୍କ ଗର୍ବ ଭଙ୍ଗ କଥା

ସୂଚନା ଯୋଗ୍ୟ, ପୂର୍ବରୁ ଭାରତ ସରକାର ଅର୍ଦ୍ଧସାମରିକ ବାହିନୀର ଛୁଟି ବାତିଲ ଘୋଷଣା କରିଥିଲେ । କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହ ସିଏପିଏଫ ମୁଖ୍ୟଙ୍କୁ ନିର୍ଦ୍ଦେଶ ଦେଇଥିଲେ । ଭାରତ ପାକିସ୍ତାନ ଉତେଜନା ମଧ୍ୟରେ ଅର୍ଦ୍ଧସାମରିକ ବାହିନୀର ଛୁଟି ବାତିଲ କରିବା ସହ ଛୁଟିରେ ଥିଲେ ତୁରନ୍ତ କାର୍ଯ୍ୟରେ ଯୋଗ ଦେବାକୁ ନିର୍ଦ୍ଦେଶ ଦେଇଥିଲେ ।

ସେହିପରି ଦିଲ୍ଲୀରେ ମଧ୍ୟ ସବୁ ସରକାରୀ କର୍ମଚାରୀଙ୍କ ଛୁଟି ବାତିଲ କରାଯାଇଛି । ସୀମାନ୍ତ ରାଜ୍ୟ ଯେପରିକି ଜମ୍ମୁ-କାଶ୍ମୀର, ରାଜସ୍ଥାନ ଓ ପଞ୍ଜାବରେ ମଧ୍ୟ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି । ସମ୍ବେଦନଶୀଳ ଅଂଚଳରେ ସେନା ମୁତୟନ କରାଯାଇଛି । ଭାରତୀୟ ସେନା ନିଜର ସୁରକ୍ଷା ବ୍ୟବସ୍ଥାକୁ ଆହୁରି ମଜବୁତ କରିବା ପାଇଁ ୧୪ଟି ଟେରିଟୋରିୟାଲ ଆର୍ମି ଓ ଇନଫାନଣ୍ଟ୍ରି ବାଟାଲିୟନକୁ ସକ୍ରିୟ କରିଛି ।

Advertisment

ଅଧିକ ପଢ଼ନ୍ତୁ: ଜ୍ଞାନ ପ୍ରାପ୍ତିର ସରଳ ରାସ୍ତା ଖୋଜୁଥିବା ଋଷିପୁତ୍ରର କାହାଣୀ 

Odisha Government Operation Sindoor
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ