/odishatv-khabar/media/post_attachments/uploadimage/library/16_9/16_9_0/Garbage_1713251369.jpg)
Garbage
ନାଳରେ କୁଢ଼ କୁଢ଼ ଅଳିଆ। ଏତେ ବଡ଼ ନାଳ ସଫା ନ ହୋଇ ପଡ଼ିରହିଛି। ନାଳର ଦୁଇ ପାର୍ଶ୍ୱରେ ରହିଛି ଦୁଇଟି ସାହି। ଏହା କୌଣସି ଗାଁର ଆବସ୍ଥା ନୁହେଁ ବରଂ ଏହା ହେଉଛି ବ୍ରହ୍ମପୁର ମହାନଗର ୧୮ନଂ ଓ୍ୱାର୍ଡ ରାଉତପେଣ୍ଠ ସାହି ଓ ତ୍ରିବେଣୀ ନଗର ମଧ୍ୟ ଦେଇ ଯାଇଥିବା ନାଳର ଅବସ୍ଥା। ନାଳ ଭିତରେ ଗଦା ଗଦା ହୋଇ ଭାସୁଛି ମଇଳା। ମଇଳା ଜମି ଜମି ଏକ କୃତ୍ରିମ ଆର୍ବଜନର ରାସ୍ତା ପାଲଟିଲାଣି। ସେହି ମଇଳା ଉପରେ ଦେଇ ଚାଲି ଆରପାର ହେଉଯାଉଛନ୍ତି ଲୋକେ।
ଦୀର୍ଘ ଦିନ ଧରି ତିଆରି କରିବା ନାଁରେ ଅଧପନ୍ତରିଆ ହୋଇ ପଡ଼ିରହିଥିବା ନାଳରୁ ମଇଳା ସଫେଇ ହେଉନାହିଁ କି ନାଳ ତିଆରି ହେଉନାହିଁ। ଯାହାଦ୍ୱାରା ଦିନ ରାତି ଲୋକେ ମଶା, ମାଛି ଦାଉରେ ନାହିଁନଥିବା ହଇରାଣ ହେଉଛନ୍ତି। ବର୍ଷା ହେଲେ କଥା ସରିଲା। ବର୍ଷା ପାଣି ଆସି ଘର ଭିତରେ ପଶୁଛି। ନାଳ ଭିତର ଦେଇ ପାଇପ ଲାଇନ ଗୁଡ଼ିକ ଯାଇଛି। ଆର୍ବଜନାମୟ ପରିବେଶ ଭିତରେ ପାଇପ ଲିକେଜ ହୋଇ ମଇଳା ଓ ନାଳ ପାଣି ପିଇବାକୁ ଲୋକେ ବାଧ୍ୟ ହେଉଛନ୍ତି।
ଖାଲି ସେତିିକି ନୁହେଁ ନାଳର ଗୋଟିଏ ପାର୍ଶ୍ୱରେ ରହିଛି ହନୁମାନ ନଗର, ରାଉତପେଣ୍ଠ ସାହି ସହ ସହରର ମୁଖ୍ୟ ରାସ୍ତା ଓ ଅନ୍ୟପଟେ ତ୍ରିବେଣୀ ନଗର। ଏହି ରାସ୍ତା ଦେଇ ଯାତାୟତ ହେଉଥିଲାବଳେେ ଏବେ ନାଳ ତିଆରି ନାଁରେ ରାସ୍ତା ବି ଖୋଳି ଦିଆଯାଇଛି। ଫଳରେ ଏବେ ସାହା ପାଲଟିଛି ଏକ କଂକ୍ରିଟ ଖୁଣ୍ଟ। ଏହି ଖୁଣ୍ଟ ଉପରେ ଛୋଟ ପିଲା ଠାରୁ ଆରମ୍ଭ କରି ମହିଳା, ବୃଦ୍ଧବୃଦ୍ଧା ସମସେ୍ତ ଏହା ଉପରେ ନିର୍ଭର କରନ୍ତି। କେତେବେଳେ ଟିକେ ସନ୍ତୁଳନ ହରାଇଲେ ନାଳ ଭିତରେ ପଡ଼ିଛନ୍ତି। ଗାଁ ଠାରୁ ବି ସ୍ଥିତି ଅଧିକ ସଙ୍ଗୀନ ହୋଇଛି।
ଏବେ ଆମ୍ବୁଲାନ୍ସଟିଏ ଆସିବାକୁ ହେଲେ ମୁଖ୍ୟ ରାସ୍ତାରୁ ବୁଲି ବୁଲି ଗଳିକନ୍ଦି ଦେଇ ଆସିବାକୁ ପଡ଼ିଛି। କାନ୍ଥରେ ଲେଖାଯାଇଥିବା ଫଳକରେ ୨୦୧୬ରେ ଏହି ନାଳ ଓ କଂକ୍ରିଟ ରାସ୍ତା ପାଇଁ ୨୦ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଥିବା ଲେଖାଯାଇଛି। କିନ୍ତୁ କୌଣସି କାମ ହେଲା ଭଳି ଆଖିକୁ ଦେଖାଯାଉନାହିଁ। ଏବେ ପୁଣି ୨୦୨୨ରେ ତତ୍କାଳୀନ ସାଂସଦ, ବିଧାୟକ ସମେତ ଶିଳାନ୍ୟାସ କରିଛନ୍ତି। ୧୮ କୋଟି ୪୨ ଲକ୍ଷ ବ୍ୟୟରେ କର୍ପୋରେସନ ରୋଡ ଠାରୁ ଧାନମେରା ସାହି ଛକ ଯାଏଁ ୧୩୬୬ ମିଟର ଦୀର୍ଘ ନାଳ ତିଆରି ହେବାକୁ ଥିବା ବେଳେ ସବୁ ଅଧପନ୍ତରିଆ କାମ ଲାଗି ନାହିଁନଥିବା ହଇରାଣ ହେଉଛନ୍ତି ଲୋକେ। ଆଗକୁ ନିର୍ବାଚନରେ ଏହାର ଜବାବ ଦିଆଯିବ ବୋଲି କହିଛନ୍ତି ଲୋକେ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)