sambalpur
ବିଭିନ୍ନ ପ୍ରକାର ବିଶୃଙ୍ଖଳିତ କାର୍ଯ୍ୟକଳାପ ଓ ଶୃଙ୍ଖଳା ଭଙ୍ଗ ଅଭିଯୋଗରେ ବୁର୍ଲା ଭିସୁଟ ପକ୍ଷରୁ ଛାତ୍ରଛାତ୍ରୀ ମାନଙ୍କ ବିରୁଦ୍ଧରେ ବଡ ଧରଣର କାର୍ଯ୍ୟାନୁଷ୍ଠାନ ନିଆଯାଇଛି। ଏକକାଳୀନ ୧୦୦ ଛାତ୍ରଙ୍କ ଉପରେ ନିଆଯାଇଛି କାର୍ଯ୍ୟାନୁଷ୍ଠାନ।
ଏ ନେଇ university deciplinary committee for students ଓ କୁଳପତିଙ୍କ ଅନୁମୋଦନ କ୍ରମେ କୁଳସଚିବ କାର୍ଯ୍ୟାନୁଷ୍ଠାନ ସମ୍ପର୍କିତ ଏକ ବିଜ୍ଞପ୍ତି ଜାରି କରିଛନ୍ତି । କମ୍ ଉପସ୍ଥିତି ସହ ବିଶୃଙ୍ଖଳିତ ଆଚରଣକୁ ନେଇ ଛାତ୍ରଛାତ୍ରୀଙ୍କ ଉପରେ ଏହି କାର୍ଯ୍ୟାନୁଷ୍ଠାନ ନିଆଯାଇଛି।
ଅଧିକ ପଢ଼ନ୍ତୁ: 'ପହଲଗାମ୍ ପୀଡିତଙ୍କୁ ନିଶ୍ଚୟ ନ୍ୟାୟ ମିଳିବ, ଆତଙ୍କୀଙ୍କୁ କଡ଼ା ଜବାବ ଦିଆଯିବ'; ଭରସା ଦେଲେ ମୋଦି
ଭିନ୍ନ ଭିନ୍ନ ପ୍ରକାରର ବିଶୃଙ୍ଗଳା ପାଇଁ ଅଲଗା ଅଲଗା ଦଣ୍ଡ ବିଧାନ ସହ ଆର୍ଥିକ ଦଣ୍ଡ ବା ଫାଇନ ମଧ୍ୟ କରା ଯାଇଛି । ବିଶେଷ କରି ଗ୍ରେଡ ହ୍ରାସ ଓ ୧ ହଜାରରୁ ୫୦୦୦ ହଜାର ଟଙ୍କା ପର୍ଯ୍ୟନ୍ତ ଜରିମାନା କରାଯାଇଛି । ଫାଇନ ଟଙ୍କା ମେ’ ମାସ ୯ ତାରିଖ ସୁଦ୍ଧା ନ ଦେଲେ ଦିନକୁ ୧୦୦ ଟଙ୍କା ହିସାବରେ ଅତିରିକ୍ତ ଟଙ୍କା ଦେବାକୁ ପଡିବ ବୋଲି ବିଜ୍ଞପ୍ତିରେ ଉଲ୍ଲେଖ କରାଯାଇଛି।
ସେହିପରି ସେହି ଛାତ୍ରଛାତ୍ରୀମାନେ ବିଶ୍ଵବିଦ୍ୟାଳୟର କ୍ରୀଡା, ପୁରସ୍କାର ଓ ପ୍ରତିନିଧିତ୍ଵ ମୂଳକ କାର୍ଯ୍ୟକଳାପରେ ଭାଗୀଦାର ହୋଇ ପାରିବେ ନାହିଁ ବୋଲି କୁହାଯାଇଛି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/sambalpur_1745828291.jpg)