Budget
ଆଜି ରାଜ୍ୟ ବଜେଟ୍। ବିଧାନସଭାରେ ଉପସ୍ଥାପନ ହେବ ୨୦୨୫-୨୬ ଆର୍ଥିକ ବର୍ଷର ବଜେଟ। ମୁଖ୍ୟମନ୍ତ୍ରୀମୋହନଚରଣ ମାଝୀ ଗୃହରେ ବଜେଟ ଉପସ୍ଥାପନ କରିବେ। ବିଜେପି ସରକାରର ୮ ମାସ ପରେ, ବଜେଟ ଦେଖାଇବ ବିକାଶର ସ୍ପଷ୍ଟ ନକ୍ସା। କୁହାଯାଉଛି, ଦୁର୍ବଳ ଅର୍ଥନୀତିକୁ ବଳ ଦେବା ପାଇଁ ଖଣିଭିତ୍ତିକ ଶିଳ୍ପ ସହ କୃଷି, ଗ୍ରାମାଞ୍ଚଳ ବିକାଶ ଓ ପର୍ଯ୍ୟଟନ ଭଳି କ୍ଷେତ୍ରକୁ ସରକାର ଦେଇପାରନ୍ତି ଗୁରୁତ୍ବ।
ଅଧିକ ପଢ଼ନ୍ତୁ: କୁକୁର ଖେଳିବା ପାଇଁ ଲକ୍ଷେ ଟଙ୍କାର ବଲ ଆଣିଥିଲା ନିରଞ୍ଜନ ପଟ୍ଟନାୟକଙ୍କ ଘର ଲୁଟିଥିବା ଚୋର
ବିଶେଷ କରି ସୁଭଦ୍ରା ଯୋଜନା, ଧାନ MSP ଉପରେ କୁଇଣ୍ଟାଲ ପିଛା ୮୦୦ ଟଙ୍କାର ଇନପୁଟ୍ ସବସିଡି ସହାୟତା, ଅନ୍ତ୍ୟୋଦୟ ଗୃହ ଯୋଜନା, ବିକଶିତ ଗାଁ ବିକଶିତ ଓଡ଼ିଶା ଯୋଜନା, ଗୋପବନ୍ଧୁ ଜନ ଆରୋଗ୍ୟ ଓ ଆୟୁଷ୍ମାନ ଯୋଜନା, ପେନସନ ସ୍କିମ୍, ପ୍ରତି ବ୍ଲକରେ ଷ୍ଟାଡିୟମ, ୫୮ଟି ନୂଆ ଶୀତଳ ଭଣ୍ଡାର ସହ ୧୦୦ରୁ ଅଧିକ ଅଚଳ ଶୀତଳ ଭଣ୍ଡାରକୁ ସଚଳ କରିବା ପାଇଁ ବଜେଟର ବଡ଼ ଅଂଶ ଯାଇପାରେ। ତେଣେ ବଜେଟରୁ ଅନେକ କିଛି ଆଶା କରୁଛନ୍ତି ଚାଷୀ, ମହିଳା ଏବଂ ଯୁବକ। ଏଥର ବଜେଟ ପାଖପାଖି ୧୫ ପ୍ରତିଶତ ବୃଦ୍ଧି ପାଇବ ବୋଲି ଆଶା କରାଯାଉଛି l
ସେପଟେ ଅର୍ଥନୀତି ବିଶେଷଜ୍ଞଙ୍କ କହିବା କଥା ହେଲା, ଦୀର୍ଘ ମିଆଦି ଯୋଜନାକୁ ସରକାର କିପରି କାର୍ଯ୍ୟକାରୀ କରିବେ, ତାହା ବଡ଼ ଆହ୍ବାନ ହେବ। ଏଥିସହ କୃଷି ଓ ଗ୍ରାମାଞ୍ଚଳକୁ ଅଧିକ ପୁଞ୍ଜି ଆସିଲେ ଲୋକଙ୍କ କ୍ରୟଶକ୍ତି ବଢିବ। ତେଣୁ ସରକାର MSME, ସାଧାରଣ ଶିଳ୍ପ, କୃଷି ଭିତ୍ତିକ ଶିଳ୍ପ, ଖାଦ୍ୟ ପ୍ରକ୍ରିୟାକରଣ ୟୁନିଟ୍ ସ୍ଥାପନ ଉପରେ ଗୁରୁତ୍ବ ଦେଇପାରନ୍ତି। ଗୋଟିଏ ଦିନ ବିରତି ପରେ ଆଜି ପୁଣି ବିଧାନସଭା ସରଗରମ ହୋଇପାରେ। ଆଜି ଗୃହ, ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ, ଅର୍ଥ, ଇଲେକ୍ଟ୍ରୋନିକ ଓ ସୂଚନା ପ୍ରଯୁକ୍ତି, ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ, ସଂସଦୀୟ ବ୍ୟାପାର ବିଭାଗର ପ୍ରଶ୍ନକାଳ ରହିଛି।
ଶୂନ୍ୟକାଳରେ ବାରବାଟୀ ଅବ୍ୟବସ୍ଥା, ଆଇନ ଶୃଙ୍ଖଳା ଓ କେନ୍ଦ୍ର ଅବହେଳା ପରି ଅନେକ ପ୍ରସଙ୍ଗ ଉଠିପାରେ l ସେହିପରି ଶାସକ ଦଳ ମଧ୍ୟ ବହୁ ପ୍ରସଂଗ ଉଠାଇପାରେ l ବିରୋଧୀ ବିଜେଡି ପକ୍ଷରୁ ମୁଲତବି ପ୍ରସ୍ତାବ ଦିଆଯିବ। କେନ୍ଦ୍ର ବଜେଟରେ ଓଡ଼ିଶା ପାଇଁ ସ୍ବତନ୍ତ୍ର ଅନୁଦାନ ନଥିବା ନେଇ ବିରୋଧି ଡବଲ ଇଞ୍ଜିନ ସରକାରଙ୍କୁ ଟାର୍ଗେଟ କରିଥିଲେ l
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/Budget_1739763457.jpg)