Advertisment

Online Gambling: ଅନଲାଇନ ଗେମ୍‌ରେ ୬୫ ଲକ୍ଷ ହରାଇ ଓଡ଼ିଆ ଯବାନଙ୍କ ଆତ୍ମହତ୍ୟା

ପାଗଳ କଲା ଅନ୍‌ଲାଇନ୍‌ ଜୁଆ ଖେଳ । ୬୫ ଲକ୍ଷ ଟଙ୍କା ହାରିବା ପରେ ଜୀବନ ହାରିଦେଲେ BSF ଯବାନ । ସେ ଦୁଇ ବର୍ଷ ହେବ ଅନବରତ ଅନଲାଇନ୍‌ରେ ଜୁଆ ଖେଳୁଥିଲେ ।

ଅଦ୍ୟତନ ହୋଇଛି
Online Gambling

Online Gambling

Advertisment

କେନ୍ଦ୍ରାପଡ଼ା ଜିଲ୍ଲା ଗରଦପୁର କୁଦାନଗରୀ ଥାନା ପହଣା ଗାଁର ଅଭିରାମ ଦାଶଙ୍କ ପୁଅ ସୂର୍ଯ୍ୟକାନ୍ତ ଦାଶ । ସେ ବିଏସ୍‌ଏଫ୍‌ରେ କାର୍ଯ୍ୟରତ ଥିଲେ । କୋଲକାତାରେ ହୋଇଥିଲା ତାଙ୍କର ପୋଷ୍ଟିଂ। ଦେଶ ସେବା ସହ ତାଙ୍କୁ ପ୍ରିୟ ଥିଲା ଅନ୍‌ଲାଇନ୍‌ରେ ଗେମ୍‌ ଖେଳିବା । ଏଥିପାଇଁ ସେ ପୂରା ପାଗଳ ଥିଲେ । ଦୁଇ ବର୍ଷ ହେବ ଅନବରତ ଅନ୍‌ଲାଇନ୍‌ରେ ଜୁଆ ଖେଳୁଥିଲେ । ନିଜ ଦରମା ଟଙ୍କା ଜୁଆରେ ଲଗାଇବା ସହ ବାପା, ଭାଇ, ସାଙ୍ଗସାଥୀ ଓ ସମ୍ପର୍କୀୟଙ୍କ ଠାରୁ ଧାରକରଜ କରିଥିଲେ । ଅନ୍‌ଲାଇନ୍‌ ଗେମ୍‌ ନ ଖେଳିବା ପାଇଁ ଘର ଲୋକେ ବାରମ୍ବାର ମନା କରୁଥିଲେ ବି ସେ କିଛି ଶୁଣୁନଥିଲେ ।

Advertisment

ନିକଟରେ ସେ ଅନ୍‌ଲାଇନ୍‌ ଜୁଆରେ ପ୍ରାୟ ୬୫ ଲକ୍ଷ ଟଙ୍କା ହାରି ଯାଇଥିଲେ । ପୂର୍ବରୁ ପରିବାର ଲୋକେ ଲକ୍ଷାଧିକ ଟଙ୍କା ଦେଇଥିବା ବେଳେ ଆଉ ଅର୍ଥ ଦେଇପାରି ନଥିଲେ । ତେଣୁ ଟଙ୍କା କିଭଳି ସୁଝିବେ ତାକୁ ନେଇ ଚିନ୍ତାରେ ଥିଲେ। ଜୁନ୍‌ ୮ ତାରିଖ ଶନିବାର । ସୂର୍ଯ୍ୟକାନ୍ତଙ୍କୁ ଋଣ ଚିନ୍ତା ଖାଇଥିଲା । ଏହାପରେ ସେ ନେଇଥିଲେ ଚରମ ନିଷ୍ପତ୍ତି । ନିଜ ହାତ କାଟି ଭିଡିଓ କଲ୍‌ରେ ପରିବାର ଲୋକଙ୍କୁ ଦେଖାଇଥିଲେ । 

ଅଧିକ ପଢ଼ନ୍ତୁ: ରାତିରେ କେକ୍‌ କାଟିଲେ, ସକାଳୁ ମିଳିଲା ଛାତ୍ରଙ୍କ ଝୁଲନ୍ତା ମୃତଦେହ

ରବିବାର ଦିନ ବାପା ଓ ପତ୍ନୀ ତାଙ୍କ ନିକଟରେ ପହଞ୍ଚି ଏ ନେଇ ଆଲୋଚନା କରିଥିଲେ । ଏହାସତ୍ତ୍ବେ ସେ କିଛି ଶୁଣିନଥିଲେ। ପରେ ଘରେ କବାଟ ବନ୍ଦ କରି ଦଉଡ଼ିରେ ଝୁଲି ପଡିଥିଲେ। ଗୁରୁତର ଅବସ୍ଥାରେ ତାଙ୍କୁ ବିଏସ୍‌ଏଫ୍‌ କ୍ୟାମ୍ପ ମେଡିକାଲକୁ ନିଆଯାଇଥିଲା । ହେଲେ ଡାକ୍ତର ତାଙ୍କୁ ସେଠାରେ ମୃତ ଘୋଷଣା କରିଥିଲେ । ସେପଟେ ପୋଲିସ ମୃତଦେହକୁ ଜବତ କରି ପୂରା ଘଟଣା ତଦନ୍ତ ଜାରି ରଖିଛି । ଯବାନଙ୍କ ମୃତ୍ୟୁ ପଛରେ ଅନ୍‌ଲାଇନ୍‌ ଗେମ୍‌ ନା ଆଉ କିଛି କାରଣ ରହିଛି ସେନେଇ ଯାଞ୍ଚ ଚାଲିଛି । 

Advertisment

ତେବେ ଏଭଳି ଘଟଣା ପ୍ରଥମ ନୁହେଁ । ଅନ୍‌ଲାଇନ୍‌ ଗେମ୍‌ ଯୁବପିଢ଼ିଙ୍କ ଠାରୁ ଆରମ୍ଭ କରି ବୟସ୍କ ସମସ୍ତଙ୍କୁ ନିଜ ମାୟାଜାଲରେ ଫସାଇଛି । ଏଥିପାଇଁ ଅନେକ ଜୀବନ ବି ହାରିବା କଥା ସାମ୍ନାକୁ ଆସୁଛି । ଏନେଇ ଲୋକଙ୍କୁ ସଚେତନ କରାଗଲେ ବି ସୁଧୁରୁ ନାହାନ୍ତି । 

ଅଧିକ ପଢ଼ନ୍ତୁ: ସ୍ତ୍ରୀକୁ ସଂଦେହ କରି ୪ ଛୁଆଙ୍କୁ ହତ୍ୟା, ସ୍ବାମୀର ଆତ୍ମହତ୍ୟା

Online Gaming BSF Jawan Suicide Gambling Apps
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ