Advertisment

Bridegroom Arrested at Wedding Reception: ବିବାହ ଭୋଜିରେ ପ୍ରେମିକାଙ୍କ ହଙ୍ଗାମା: ରିସେପ୍ସନ ଷ୍ଟେଜରୁ ବରକୁ ଉଠାଇ ଆଣିଲା ପୋଲିସ

ଧଉଳି ଥାନା ଅନ୍ତର୍ଗତ ଏକ ମଣ୍ଡପରେ ଗତକାଲି ରାତିରେ ବିବାହ ରିସେପସନ ଚାଲିଥିବା ବେଳେ ହଠାତ ସେଠାରେ ପ୍ରେମିକା ପହଞ୍ଚି ହଙ୍ଗାମା କରିଥିଲେ । ନବବିବାହିତ ଯୁବକଙ୍କୁ ଉଠାଇ ଆଣିଛି ପୋଲିସ ।

ଅଦ୍ୟତନ ହୋଇଛି
Marriage

Marriage

Advertisment

ବିବାହ ଭୋଜିରେ ହଙ୍ଗାମା କଲେ ପ୍ରେମିକା । ରାତିରେ ବିବାହ ଭୋଜି ଚାଲୁଥିବା ବେଳେ ରିସେପ୍ସନ ଷ୍ଟେଜରୁ ବରକୁ ଉଠାଇ ଆଣିଲା ପୋଲିସ । ଏପରି ଏକ ଘଟଣା ଦେଖିବାକୁ ମିଳିଛି ଭୁବନେଶ୍ୱରରେ । ଭୁବନେଶ୍ୱରର ଧଉଳି ଥାନା ଅନ୍ତର୍ଗତ ଏକ ମଣ୍ଡପରେ ନବ ବିବାହିତ ଯୁବକଙ୍କ ରିସେପ୍ସନ ଚାଲୁଥିବା ସମୟରେ ବରଙ୍କୁ ପୋଲିସ୍ ଉଠାଇ ନେଇଯିବା ଘଟଣା ସ୍ଥାନୀୟ ଅଂଚଳରେ ଚର୍ଚ୍ଚାର ବିଷୟ ପାଲଟିଛି । 

Advertisment

ଅଧିକ ପଢ଼ନ୍ତୁ: ଶତ୍ରୁର ଛାତିକୁ ଚିରିବ ଭାରତ; ଉଦଘାଟନ ହେଲା କ୍ଷେପଣାସ୍ତ୍ର ଉତ୍ପାଦନ ୟୁନିଟ୍

ମିଳିଥିବା ସୂଚନା ଅନୁଯାୟୀ, ଭୁବନେଶ୍ୱରର ନବବିବାହିତ ଯୁବକ ଜଣକ ଉକ୍ତ ଅଭିଯୋଗକାରିଣୀ ଯୁବତୀଙ୍କ ସହ ପ୍ରେମ ସମ୍ପର୍କରେ ଥିଲେ । ତାଙ୍କୁ ବିବାହର ପ୍ରତିଶ୍ରୁତି ମଧ୍ୟ ଦେଇଥିଲେ । ଏପରିକି ଉକ୍ତ ଯୁବତୀଙ୍କ ସହ ତାଙ୍କର ନିର୍ବନ୍ଧ ମଧ୍ୟ ସରିଥିଲା । କିନ୍ତୁ ପରେ ପ୍ରତିଶ୍ରୁତିରୁ ଓହରି ଯାଇ ଉକ୍ତ ଯୁବତୀଙ୍କୁ ବିବାହ ନ କରି ଯୁବକ ଜଣକ ଅନ୍ୟ ଜଣେ ଯୁବତୀଙ୍କୁ ବିବାହ କରିଥିଲେ । ଉକ୍ତ ଯୁବତୀ ଜଣକ ଏହି ଖବର ପାଇବା ପରେ ପୋଲିସ୍ ସହାୟତାରେ ଯୁବକଙ୍କ ପାଖରେ ପହଞ୍ଚିଥିଲେ । ଧଉଳି ଥାନା ଅନ୍ତର୍ଗତ କଲ୍ୟାଣ ମଣ୍ଡପରେ ରିସେପ୍ସନ ଭୋଜି ଚାଲୁଥିବା ବେଳେ ପହଞ୍ଚିଥିଲେ ଯୁବତୀ । ପରେ ରିସେପ୍ସନ ଷ୍ଟେଜରେ ଆରମ୍ଭ ହୋଇଥିଲା ତୁମ୍ବିତୋଫାନ । ଉକ୍ତ ଯୁବତୀ ଜଣକ ହଙ୍ଗାମା କରିଥିଲେ । ପୋଲିସ୍ ଉକ୍ତ ଯୁବକଙ୍କୁ ଅଟକ ରଖିଛି । ଏହି ଘଟଣାକୁ ନେଇ ଲିଙ୍ଗରାଜ ଓ ମହିଳା ଥାନାରେ ଅଭିଯୋଗ ହୋଇଥିଲା । ଏ ନେଇ ଲଭ, ସେକ୍ସ ଓ ଧୋକା ଅଭିଯୋଗରେ ତଦନ୍ତ କରୁଛି ପୋଲିସ । 

Advertisment

ଅଧିକ ପଢ଼ନ୍ତୁ: ପାକିସ୍ତାନ ବିପକ୍ଷରେ ଗେମ୍ ଚେଞ୍ଜର ସାଜିଲା କି ବ୍ରହ୍ମୋସ ?

Bridegroom Marriage Betrayal
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ