Advertisment

Dengue Awareness: ଆସନ୍ତାକାଲିଠୁ BMC ପାଳିବ ଡ୍ରାଏ ଡେ, କାରଣ ଜାଣନ୍ତୁ

ଡେଙ୍ଗୁ ପ୍ରତିହତ ପାଇଁ ଡ୍ରାଏ ଡେ ପାଳନ କରିବ ବିଏମସି । ଭୁବନେଶ୍ୱରବାସୀଙ୍କୁ କରାଯିବ ସଚେତନ । ଡେଙ୍ଗୁ ମଶାଙ୍କ ବଂଶ ବୃଦ୍ଧି ରୋକିବାକୁ ସବୁ ପ୍ରକାର ପଦକ୍ଷେପ ନେଉଛି ବିଏମସି । ସଫେଇ ଗାଡ଼ିରେ ପ୍ରଚାର ସହ ଟ୍ରାଫିକ ପୋଷ୍ଟରେ ମଧ୍ୟ ଡେଙ୍ଗୁ ସଚେତନତା କରାଯିବ ।

ଅଦ୍ୟତନ ହୋଇଛି
Dry Day

Dry Day

Advertisment

ଆସନ୍ତାକାଲିଠୁ BMC ପାଳିବ ଡ୍ରାଏ ଡେ । ଡେଙ୍ଗୁ ପ୍ରତିହତ ପାଇଁ ଡ୍ରାଏ ଡେ ପାଳନ କରାଯିବ । ସମସ୍ତ ୱାର୍ଡରେ ଡ୍ରାଏ ଡେ ପାଳନ ନେଇ କର୍ପୋରେଟରଙ୍କୁ ପ୍ରଶିକ୍ଷଣ ଦିଆଯିବା ସହ ଡେଙ୍ଗୁ ନିୟନ୍ତ୍ରଣ ପାଇଁ ଚଳିତ ବର୍ଷ ଅଧିକ ସଂଖ୍ୟକ ଷ୍ଟାଫ ନିୟୋଜିତ ରହିବେ । ବିଏମସିର ୭୦ କର୍ମଚାରୀ ବିଭିନ୍ନ ୱାର୍ଡରେ ବୁଲି ତେଲ ସ୍ପ୍ରେ କରିବେ । ୱାର୍ଡରେ ବୁଲୁଥିବା ସଫେଇ ଗାଡ଼ି ମାଧ୍ୟମରେ ସଚେତନତା କରାଯିବ ।  ଏହାସହ ଟ୍ରାଫିକ ପୋଷ୍ଟରେ ମଧ୍ୟ ଡେଙ୍ଗୁ ସଚେତନତା କରିବ ବିଏମସି । 

Advertisment

ଭୁବନେଶ୍ୱର ମେୟର ସୁଲୋଚନା ଦାସ କହିଛନ୍ତି, "ଲୋକମାନେ ଯେତେ ସଚେତନ ହେବେ, ଡେଙ୍ଗୁ ସେତେ ଦୂରେଇବ । ତେଣୁ ସଫା ସୁତୁରାକୁ ଗୁରୁତ୍ୱ ଦେବା ଦରକାର । ଯେଉଁଠି ବର୍ଷା ପାଣି ଜମି ରହିବ ସେଇଠି ମଶା ଲାର୍ଭା ରହିଯାଆନ୍ତି । ଏଣୁ ସେସବୁରେ ଧ୍ୟାନ ଦେଇ କିପରି ପାଣି ନଜମିବ ସେନେଇ ସମସ୍ତଙ୍କୁ ସଚେତନ ରହିବାକୁ ନିବେଦନ କରୁଛୁ ।"

ପ୍ରତିବର୍ଷ ବିଶେଷ କରି ବର୍ଷା ଦିନେ ମଶାଙ୍କ ଉପଦ୍ରବ ବୃଦ୍ଧି ପାଇଥାଏ । ରାଜଧାନୀ ଭୁବନେଶ୍ୱରରେ ଅସମ୍ଭାଳ ହୋଇଯାଏ ଡେଙ୍ଗୁ ସ୍ଥିତି । ଯାହାକୁ ନଜରରେ ରଖି ଡେଙ୍ଗୁ ନିୟନ୍ତ୍ରଣ ପାଇଁ ଆଗୁଆ ସବୁ ପ୍ରକାର ପଦକ୍ଷେପ ନେଉଛି ବିଏମସି । ଡେଙ୍ଗୁ ପ୍ରତିହତ ନେଇ ସଚେତନ କରାଯିବ ।ସଫେଇ ଗାଡ଼ି ମାଧ୍ୟମରେ ସଚେତନତା ଅଭିଯାନ କରିବ BMC । ସମସ୍ତ ୱାର୍ଡରେ  ବୁଲୁଥିବା ସଫେଇ ଗାଡି ଗୁଡିକୁ ଡେଙ୍ଗୁ ଆୱାରନେସରେ ବ୍ୟବହାର କରାଯିବା ସହ ସମସ୍ତ ଟ୍ରାଫିକ ପୋଷ୍ଟରେ ଡେଙ୍ଗୁକୁ ନେଇ ସଚେତନ କରାଯିବ। ଏହାସହ ଗତବର୍ଷ ଯେଉଁ ୱାର୍ଡଗୁଡିକରେ ଅଧିକ ସଂଖ୍ୟକ ଡେଙ୍ଗୁ ଆକ୍ରାନ୍ତ ଚିହ୍ନଟ ହୋଇଥିଲେ ସେହି ୱାର୍ଡ ଉପରେ ବିଶେଷ  ଭାବରେ ଧ୍ୟାନ ଦିଆଯିବ ।  

Advertisment

ଅଧିକ ପଢନ୍ତୁ :  ଆସିଲା ଟେଷ୍ଟିଂ କିଟ୍, କୋଭିଡ୍ ଓ ଡେଙ୍ଗୁ ସ୍ଥିତି ନେଇ ଏମିତି କହିଲେ ସ୍ୱାସ୍ଥ୍ୟମନ୍ତ୍ରୀ...

BMC Dengue Fever
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ