Advertisment

5 Members Suspend: BMC ଆଟାକ୍; ବିଜେପିରୁ ୫ ସସପେଣ୍ଡ

ବିଏମସିର ଅତିରିକ୍ତ କମିଶନରଙ୍କୁ ମାଡ ଘଟଣାରେ ବିଜେପିରୁ କର୍ପୋରେଟର ଅପରୂପ ନାରାୟଣ ରାଉତ, ସଚିକାନ୍ତ ସ୍ବାଇଁ ଓ ସଞ୍ଜୀବ ମିଶ୍ର, ରଶ୍ମି ରଞ୍ଜନ ମହାପାତ୍ର ଓ ଦେବାଶିଷ ପ୍ରଧାନଙ୍କୁ ସସ୍ପେଣ୍ଡ୍ କରାଯାଇଛି ।

ଅଦ୍ୟତନ ହୋଇଛି
BJP

BJP

Advertisment

ବିଏମସିର ଅତିରିକ୍ତ କମିଶନରଙ୍କୁ ମାଡ ଘଟଣାରେ ବିଜେପିର ଆକ୍ସନ । ବିଜେପିରୁ ୫ ଜଣଙ୍କୁ ସସପେଣ୍ଡ କରାଯାଇଛି । ବିଏମସି ହିଂସାକାଣ୍ଡ ସମ୍ପୃକ୍ତିରେ ଦଳ ପକ୍ଷରୁ ଏହି କଡା କାର୍ଯ୍ୟାନୁଷ୍ଠାନ ନିଆଯାଇଛି । ପ୍ରାଥମିକ ସଦସ୍ୟ ପଦରୁ ସସ୍ପେଣ୍ଡ୍ କରିଛନ୍ତି ରାଜ୍ୟ ସଭାପତି ମନମୋହନ ସାମଲ । କର୍ପୋରେଟର ଅପରୂପ ନାରାୟଣ ରାଉତ, ସଚିକାନ୍ତ ସ୍ବାଇଁ ଓ ସଞ୍ଜୀବ ମିଶ୍ର, ରଶ୍ମି ରଞ୍ଜନ ମହାପାତ୍ର, ଦେବାଶିଷ ପ୍ରଧାନ ପ୍ରମୁଖ ସସପେଣ୍ଡ୍ ହୋଇଛନ୍ତି ।

Advertisment

ଅଧିକ ପଢ଼ନ୍ତୁ: ଆଜିଠୁ ସାମୂହିକ ଛୁଟିରେ ରହିବାକୁ ନିଷ୍ପତ୍ତିରୁ ଓହରିଲା OAS ସଂଘ

ଏହା ପୂର୍ବରୁ ବିଏମ୍ସି ଅତିରିକ୍ତ କମିଶନର ରତ୍ନାକର ସାହୁଙ୍କୁ ମରଣାନ୍ତକ ଆକ୍ରମଣ ଘଟଣାରେ ରାଜ୍ୟ ସରକାରଙ୍କ ଆକ୍ସନ। ଖାରବେଳନଗର ଥାନାରେ ଏଫଆଇଆର ପରେ ୨୯ ନମ୍ବର ୱାର୍ଡ କର୍ପୋରେଟର ଜୀବନ ରାଉତଙ୍କ ସହ ୩ ଜଣଙ୍କୁ ଗିରଫ କରିଥିଲା ପୋଲିସ ।  ଅଫିସ୍ ରେ ପଶି ଆକ୍ରମଣ ଘଟଣାରେ ଜୀବନ ରାଉତ, ରଶ୍ମୀ ମହାପାତ୍ର, ଦେବାଶିଷ ପ୍ରଧାନ ଗିରଫ ହୋଇଥିଲେ । ଗିରଫ ଜୀବନ ରାଉତ ହେଉଛନ୍ତି ୨୯ ନଂ ୱାର୍ଡ କର୍ପୋରେଟର।

ସୂଚନାଯୋଗ୍ୟ, ସୋମବାର BMC ଅଫିସ୍ ଭିତରେ ଜନଶୁଣାଣି ଚାଲିଥିବା ବେଳେ ୬ରୁ ୭ ଜଣ ଯୁବକ ଅତି ଅମାନୁଷିକ ଭାବେ ଅତିରିକ୍ତ କମିଶନରଙ୍କୁ ପିଟିଥିଲେ। ତାଙ୍କୁ ତଳେ ପକାଇ ଘୋଷାଡ଼ି ଘୋଷାଡ଼ି ନେବା ସହ ବିଧା ଗୋଇଠା ମାରିବାକୁ ପଛାଇନଥିଲେ। ଏହି ଘଟଣା ପରେ ଥାନାରେ ଏତଲା ଦେଇଥିଲେ ଅତିରିକ୍ତ କମିଶନର ରତ୍ନାକର ସାହୁ।

Advertisment

ଏହି ଘଟଣା ପ୍ରତିବାଦରେ ଗତକାଲି ବିଏମସି ଅଫିସ ଆଗରେ ଧାରଣାରତ BMC ମେୟର ସୁଲୋଚନା ଦାସଙ୍କ ସମେତ ଅନ୍ୟ ବିଜେଡି ନେତାଙ୍କୁ ଉଠାଇ ନେଇଥିଲା ପୋଲିସ।

ଅଧିକ ପଢ଼ନ୍ତୁ: ବିଏମ୍ସି ଅତିରିକ୍ତ କମିଶନରଙ୍କୁ ଆକ୍ରମଣ ଘଟଣା: କର୍ପୋରେଟର ଜୀବନ ରାଉତ ଗିରଫ

Advertisment
Odisha BJP Bhubaneswar Municipal Corporation
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ