Baijayant Panda
ପହଲଗାମ୍ ଆତଙ୍କବାଦୀ ଆକ୍ରମଣରେ ପ୍ରାଣ ହରାଇଥିବା ବାଲେଶ୍ୱରର ପ୍ରଶାନ୍ତ ଶତପଥୀଙ୍କ ପରିବାରକୁ ଭେଟିଲେ ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ତଥା କେନ୍ଦ୍ରାପଡା ସାଂସଦ ବୈଜୟନ୍ତ ପଣ୍ଡା । ଇସାଣୀ ଗାଁରେ ପ୍ରଶାନ୍ତଙ୍କ ଘରକୁ ଯାଇ ଫଟୋରେ ମାଲ୍ୟାର୍ପଣ କରି ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି ବୈଜୟନ୍ତ । ଏହାପରେ ମୃତ ପ୍ରଶାନ୍ତଙ୍କ ପତ୍ନୀ ପ୍ରିୟଦର୍ଶିନୀ, ତାଙ୍କ ପୁଅ ଓ ପରିବାରର ଅନ୍ୟ ସଦସ୍ୟଙ୍କୁ ଭେଟି ସମବେଦନା ଜଣାଇଛନ୍ତି ।
ଏହାପରେ ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ରେମୁଣା ବ୍ଲକ କାଶିଆବାଦ ମେଣ୍ଢାଶୂଳ ଗାଁର ଲୋକଙ୍କୁ ଭେଟିଥିଲେ । ପ୍ରଧାନମନ୍ତ୍ରୀ ଆବାସ ଗୃହ, ସୁଭଦ୍ରା ଯୋଜନା ଟଙ୍କା ସେମାନେ ପାଇଛନ୍ତି କି ନାହିଁ ପଚାରି ବୁଝିଥିଲେ ।
ଅଧିକ ପଢ଼ନ୍ତୁ: ପାଇଲା ପାନେ; ଭାରତ ଛାଡ଼ିଲା ପାଣି; ବୁଡ଼ିଲା ପାକିସ୍ତାନ
ଉଲ୍ଲେଖଯୋଗ୍ୟ, ଗତ ୨୨ ତାରିଖ ଦିନ ଜମ୍ମୁ-କାଶ୍ମୀର ପହଲଗାମ୍ର ବୈସରନରେ ଭୟଙ୍କର ଆତଙ୍କବାଦୀ ଆକ୍ରମଣ ହୋଇଥିଲା । ଦେଶର ବିଭିନ୍ନ ପ୍ରାନ୍ତରୁ ସେଠାକୁ ବୁଲିବାକୁ ଆସିଥିବା ନିରୀହ ପର୍ଯ୍ୟଟଙ୍କୁ ଗୁଳି କରି ହତ୍ୟା କରିଥିଲେ ଆତଙ୍କବାଦୀ । ପର୍ଯ୍ୟଟକଙ୍କୁ ସେମାନଙ୍କ ନାଁ ଓ ଧର୍ମ ପଚରାଯାଇ ହତ୍ୟା କରାଯାଇଥିଲା । ଏଥିରେ ୨୬ ଜଣଙ୍କ ମୃତ୍ୟୁ ହୋଇଥିଲା, ଯାହାମଧ୍ୟରେ ଓଡ଼ିଶାର ପ୍ରଶାନ୍ତ ଶତପଥୀ ରହିଥିଲେ ।
ଏହି ବର୍ବରୋଚିତ ଆକ୍ରମଣ ପରେ ଆତଙ୍କବାଦୀଙ୍କୁ ଦମନ କରିବାକୁ ଭାରତୀୟ ସେନା ବଡ଼ ଅପରେସନ ଜାରି ରଖିଛି । ଖୋଜି ଖୋଜି ଲସ୍କର ଆତଙ୍କବାଦୀଙ୍କ ଘରକୁ ଆଇଇଡିରେ ଉଡାଇ ଦେଉଛନ୍ତି ଯବାନ। ସେହିପରି ଏହି ଆତଙ୍କୀ ହମ୍ଲା ପାକିସ୍ତାନ ପ୍ରାୟୋଜିତ ହୋଇଥିବାରୁ ଭାରତ ସରକାର ପଡୋଶୀ ରାଷ୍ଟ୍ର ଉପରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛନ୍ତି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/IMAGE_1745754723.jpg)