Advertisment

ବାଚସ୍ପତି ଡକାଇଥିବା ଦିଗଦର୍ଶନ କାର୍ଯ୍ୟକ୍ରମକୁ ବିଜେଡିର ବିରୋଧ

ଆସନ୍ତା ୧୭ ଓ ୧୮ ତାରିଖରେ ହେବାକୁ ଥିବା ଦିଗଦର୍ଶନ କାର୍ଯ୍ୟକ୍ରମରେ ବିଜେଡି ବିଧାୟକମାନେ ଯୋଗ ଦେବେ ନାହିଁ ବୋଲି ସାମ୍ବାଦିକ ସମ୍ମିଳନୀରେ କହିଛି ଦଳ।

author-image
Sujit kumar Swain
ଅଦ୍ୟତନ ହୋଇଛି
BJD

BJD

ବାଚସ୍ପତି ଡକାଇଥିବା ଦିଗଦର୍ଶନ କାର୍ଯ୍ୟକ୍ରମକୁ ବିଜେଡିର ବିରୋଧ। ଆସନ୍ତା ୧୭ ଓ ୧୮ ତାରିଖରେ ହେବାକୁ ଥିବା ଦିଗଦର୍ଶନ କାର୍ଯ୍ୟକ୍ରମରେ ବିଜେଡି ବିଧାୟକମାନେ ଯୋଗ ଦେବେ ନାହିଁ ବୋଲି ସାମ୍ବାଦିକ ସମ୍ମିଳନୀରେ କହିଛି ଦଳ। 

Advertisment

ଜଣେ କେନ୍ଦ୍ର ମନ୍ତ୍ରୀ ପ୍ରଶିକ୍ଷଣ ଶିବିରକୁ ଉଦଘାଟନ କରିବା ଓ ଆଉ ଜଣେ କେନ୍ଦ୍ର ମନ୍ତ୍ରୀ ଉଦଯାପନ କରିବାକୁ ନେଇ ପ୍ରଶ୍ନ ଉଠାଇଛି ବିଜେଡି। ଦଳ ଅଭିଯୋଗ କରିଛି, ଏହା ବିଧାନସଭାର ପରମ୍ପରାକୁ କ୍ଷୂର୍ଣ୍ଣ କରିଛି। ଏହି କାର୍ଯ୍ୟକ୍ରମ ବାଚସ୍ପତି କରନ୍ତି। ଗୃହର ନେତା ଭାବରେ ଏହାକୁ ଉଦଘାଟନ କରନ୍ତି ମୁଖ୍ୟମନ୍ତ୍ରୀ। ବାଚସ୍ପତି ଓ ମୁଖ୍ୟମନ୍ତ୍ରୀ ଥାଇ ଭିନ୍ନ ବ୍ୟକ୍ତି ଉଦଘାଟନ କରିବା ବିଧାନସଭା ପରମ୍ପରାରେ ଗୁରୁତର ବ୍ୟତିକ୍ରମ ବୋଲି ବିଜେଡି କହିଛି। 

ଅନ୍ୟପଟେ ଅଭିଯୋଗ ଉପରେ ପ୍ରତିକ୍ରିୟା ରଖିଛନ୍ତି ସଂସଦୀୟ ବ୍ୟାପାର ମନ୍ତ୍ରୀ ମୁକେଶ ମହାଲିଙ୍ଗ। ସେ କହିଛନ୍ତି, ବାଚସ୍ପତିଙ୍କ ଅଧ୍ୟକ୍ଷତାରେ କାର୍ଯ୍ୟକ୍ରମ ହେବ। ମୁଖ୍ୟମନ୍ତ୍ରୀ ରହିବେ। ଅତିଥି ଭାବରେ କେନ୍ଦ୍ର ସଂସଦୀୟ ବ୍ୟାପାର ମନ୍ତ୍ରୀଙ୍କୁ ଡାକିଛୁ। ବିଧାନସଭା ନୀତି ନିୟମଭିତରେ କାର୍ଯ୍ୟକ୍ରମ ହେଉଛି। 

Advertisment

BJD Odisha Assembly
Advertisment
Advertisment