Advertisment

Manas Mangaraj: ସରକାରୀ ଜମି ମାଡ଼ି ବସିଛନ୍ତି ବିଜେଡି ସାଂସଦ ! କିଣିଛନ୍ତି ୬ ଏକର...ଅକ୍ତିଆର କରିଛନ୍ତି ୧୨ ଏକର !

ତତକାଳୀନ ବିଜେଡି ସରକାରର ପାୱାରଫୁଲ ନେତା ତଥା ରାଜ୍ୟସଭା ସାଂସଦ ମାନସ ମଙ୍ଗରାଜଙ୍କ ନାଁରେ ମାଳ ମାଳ ଅଭିଯୋଗ । ଗରିବ-ନୀରିହ ଲୋକଙ୍କୁ ଧମକାଇ ହଡପ କରିନେଇଛନ୍ତି ଶହେ ବର୍ଷ ହେଲା ସେମାନଙ୍କ ପାଖରେ ଥିବା ସରକାରୀ ଜମି ।

ଅଦ୍ୟତନ ହୋଇଛି
undefined

ମାନସଙ୍କ ଜମି କେଳେଙ୍କାରୀ !

Advertisment

କାହାକୁ ସରକାରର ପାୱାର ଦେଖାଇଲେ ତ କାହାକୁ ଧମକାଇଲେ । ଥାନାକୁ ଡାକି କେସ୍ କରିବାର ଭୟ ବି ଦେଖାଇଲେ । ଗରିବ-ନୀରିହ ଲୋକଙ୍କୁ ନାଲିଆଖି ଦେଖାଇ, ସେମାନଙ୍କ ଦଖଲରେ ଥିବା ସରକାରୀ ଜମିକୁ ବିଜେଡିର ମୋଷ୍ଟ ପାୱାରଫୁଲ୍ ସାଂସଦ ମାନସ ମଙ୍ଗରାଜ ହଡପ କରିନେଇଥିବା ଅଭିଯୋଗ ହୋଇଛି। ଏପରିକି କିଛି ଲୋକଙ୍କ ଠାରୁ ଜୋର ଜବରଦସ୍ତ ଶାଗ-ମାଛ ଦରରେ ଜମି କିଣି ନେଇଥିବା ବି ଅଭିଯୋଗ ହୋଇଛି। ଏନେଇ ମାନସ ମଙ୍ଗରାଜ କ୍ୟାମେରା ଆଗରେ ମୁହଁ ଖୋଲିନଥିବା ବେଳେ ସେ କୌଣସି ସରକାରୀ ଜମି ଜବରଦଖଲ କରିନଥିବା ଫୋନରେ ପ୍ରତିକ୍ରିୟା ରଖିଛନ୍ତି । ଜିଲ୍ଲାପାଳ କହିଛନ୍ତି, ଅଭିଯୋଗ ଆସିଲେ ତଦନ୍ତ କରାଯାଇ କାର୍ଯ୍ୟାନୁଷ୍ଠାନ ନିଆଯିବ।

Advertisment

ଅଧିକ ପଢ଼ନ୍ତୁ: ଉଛୁଳିଲା ବଡଦାଣ୍ଡ, କାଳିଆର ନବଯୌବନ ବେଶ ଦେଖି କୃତାର୍ଥ ଭକ୍ତ

ତତକାଳୀନ ବିଜେଡି ସରକାରର ପାୱାରଫୁଲ ନେତା ତଥା ରାଜ୍ୟସଭା ସାଂସଦ ମାନସ ମଙ୍ଗରାଜଙ୍କ ନାଁରେ ମାଳ ମାଳ ଅଭିଯୋଗ । ଗରିବ-ନୀରିହ ଲୋକଙ୍କୁ ଧମକାଇ ହଡପ କରିନେଇଛନ୍ତି ଶହେ ବର୍ଷ ହେଲା ସେମାନଙ୍କ ପାଖରେ ଥିବା ସରକାରୀ ଜମି । ବାପ-ଜେଜେ ଅମଳରୁ ସେମାନେ ଏହି ଜମି ଦଖଲରେ ରଖିଥିଲେ । କିଏ ମାଣ୍ଡିଆ କରିଥିଲା ତ କିଏ ଚଷିଥିଲା ଧାନ । ସେଥିରୁ ରୋଜଗାରରେ ପରିବାର ଭରଣପୋଷଣ ଚାଲିଥିଲା । ହେଲେ ସରକାରର ପାୱାର ଦେଖାଇ ମାନସ ମଙ୍ଗରାଜ ସବୁ ଛଡାଇ ନେଇଥିବା ଅଭିଯୋଗ ହୋଇଛି । କେବଳ ସେତିକି ନୁହେଁ, ଶାଗ-ମାଛ ଦରରେ ନୀରିହଙ୍କ ଠାରୁ କିଛି ଜମି ଧମକାଇ କିଣିନେଇଥିବା ବି ଅଭିଯୋଗ ହୋଇଛି।

ଖୋର୍ଦ୍ଧା ଟାଙ୍ଗୀ ତହସିଲ ତଳଗଡ କୁହୁଡି ମୌଜାର ଦିକ୍ଷୀତପଡା । ଯେଉଁଠି ଠିଆ ହୋଇଛି ମାନସ ବାବୁଙ୍କ ବିରାଟ କୁକୁଡା ଫାର୍ମ । ୨୦୧୨ରେ ମାନସ ମଙ୍ଗରାଜଙ୍କ ମାଲିକାନାରେ, ମଙ୍ଗରାଜ ପଲଟ୍ରିଜ୍ ପ୍ରାଇଭେଟ୍ ଲିମିଟେଡ୍ ନାଁରେ ଏହା ପଞ୍ଜିକୃତ ହୋଇଛି । ୯୦ ହଜାର କ୍ଷମତା ବିଶିଷ୍ଟ ତିନି ତିନିଟି ଅଣ୍ଡାଦିଆ କୁକୁଡା ଫାର୍ମ । ଏଠି ଚାଲିଛି କୁକୁଡା ଦାନା ପ୍ରଡକ୍ସନ । କୁକୁଡା ଫାର୍ମ କରିବାକୁ ମନା ନାହିଁ, ହେଲେ ସରକାରୀ ଜମି ମାଡିବସି, ଅବାଧ ପାଚେରୀ ବୁଲାଇ ସେଥିରେ ବେପାର କରିବା ଅପରାଧ । ଦିକ୍ଷୀତପଡା ବାସିନ୍ଦା କହିଛନ୍ତି, ସେତେବେଳେ ବିଜେଡି ସରକାରରେ ଥିବାରୁ ମାନସ ମଙ୍ଗରାଜ ପୋଲିସର ଭୟ ଦେଖାଇଥିଲେ, ବୁଢା ବାପାଙ୍କୁ ଥାନାକୁ ଡାକି ହଇରାଣ ହରକତ କଲେ, ତେଣୁ ବାଧ୍ୟ ହୋଇ କାନ-ମୁଣ୍ଡ ଆଉଁଷି ସବୁ ଦେଇଦେଲୁ ।

Advertisment

ଜମି ହଡପ ନେଇ ପୁଳା ପୁଳା ଅଭିଯୋଗ ଉପରେ ଯୋଗାଯୋଗ କରାଯାଇଥିଲେ ବି କ୍ୟାମେରା ସାମ୍ନାରେ ମୁହଁ ଖୋଲି ନାହାଁନ୍ତି ବିଜେଡି ସାଂସଦ ମାନସ ମଙ୍ଗରାଜ । ତେବେ ସେ କୌଣସି ସରକାରୀ ଜମି ଜବରଦଖଲ କରିନାହାନ୍ତି ବୋଲି ଫୋନରେ ପ୍ରତିକ୍ରିୟା ରଖିଛନ୍ତି । ସେପଟେ ସଂପୃକ୍ତ ଜାଗାର ମାପଚୁପ କରାଯିବା ସହ ଘଟଣାର ଉଚ୍ଚସ୍ତରୀୟ ତଦନ୍ତ ଦାବି କରିଛି ଖୋର୍ଦ୍ଧା ଜିଲ୍ଲା ବିଜେପି । ସୂଚନା ଅଧିକାର କର୍ମୀ ଦାବି କରିଛନ୍ତି ଜମି କେଳେଙ୍କାରୀ ଅଭିଯୋଗର ତଦନ୍ତ ହେଉ । ଖୋର୍ଦ୍ଧା ଜିଲ୍ଲାପାଳ କହିଛନ୍ତି, ନିର୍ଦ୍ଦିଷ୍ଟ ଅଭିଯୋଗ ଆସିଲେ, ତଦନ୍ତ କରାଯାଇ ନିଶ୍ଚିତ କାର୍ଯ୍ୟାନୁଷ୍ଠାନ ନିଆଯିବ ।

ଏବେ ଅପେକ୍ଷା ବିଜେଡି ସାଂସଦ ମାନସ ମଙ୍ଗରାଜଙ୍କ ବିରୋଧରେ ଆସିଥିବା ଜମି ହଡପ ଅଭିଯୋଗର କେବେ ହେବ ତଦନ୍ତ ଏବଂ ସତ ଜଣାପଡିଲେ, କ’ଣ ହେବ କାର୍ଯ୍ୟାନୁଷ୍ଠାନ ।

Advertisment

ଅଧିକ ପଢ଼ନ୍ତୁ: ନେତ୍ରୋତ୍ସବ ଓ ନବଯୌବନ ଦର୍ଶନରେ କ'ଣ କ'ଣ ହୁଏ? କେଉଁ ବିଧିରେ ହୁଏ ମହାପ୍ରଭୁଙ୍କ ନେତ୍ର ଅଙ୍କନ ?

Odisha BJD MP
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ