Tourism Fund Misuse: ନାଁ ନନେଇ ଧୋଇଦେଲେ ଉପମୁଖ୍ୟମନ୍ତ୍ରୀ, ବିଜେଡି ସରକାର ଦଳୀୟ କର୍ମୀଙ୍କୁ ଟେକି ଦେଇଥିଲା ପର୍ଯ୍ୟଟନ ସ୍ଥଳୀ

ରାଜ୍ୟ ସରକାରଙ୍କ ପର୍ଯ୍ୟଟନ ବିଭାଗ ଅର୍ଥକୁ ଗତ ବିଜେଡି ସରକାର ଜଣେ ବ୍ୟକ୍ତିଙ୍କ ପ୍ରଚାର ପ୍ରସାରରେ ଖର୍ଚ୍ଚ କରୁଥିଲା । କେତେକ ପର୍ଯ୍ୟଟନ ସ୍ଥଳୀକୁ ଦଳୀୟ କର୍ମୀଙ୍କୁ ଶାଗମାଛ ଦରରେ ଦେଇ ଦେଇଛନ୍ତି । ଏପରିକି ୯୦ ବର୍ଷ ପର୍ଯ୍ୟନ୍ତ ବି ଦିଆଯାଇଛି । ଏହି କଥା କହିଛନ୍ତି ପର୍ଯ୍ୟଟନ ମନ୍ତ୍ରୀ ତଥା ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ।

ଗୁମର ଖୋଲିଲେ ଉପମୁଖ୍ୟମନ୍ତ୍ରୀ

ଖୋଲୁଛି ଗତ ବିଜେଡି ସରକାରର ଗୋଟିଏ ପରେ ଗୋଟିଏ ଗୁମର । ପର୍ଯ୍ୟଟନ ରେ କେମିତି ଖର୍ଚ୍ଚ ହେଉଥିଲା ସରକାରୀ ଅର୍ଥ ।  ଆଜି ଏ ସଂପର୍କରେ କହିଛନ୍ତି  ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା । ଗତ ସରକାରରେ ପର୍ଯ୍ୟଟନ ବିଭାଗ ଅର୍ଥକୁ ଗତ ବିଜେଡି ସରକାର ଜଣେ ବ୍ୟକ୍ତିଙ୍କ ପ୍ରଚାର ପ୍ରସାରରେ ଖର୍ଚ୍ଚ କରୁଥିଲା । କେତେକ ପର୍ଯ୍ୟଟନ ସ୍ଥଳୀକୁ ଦଳୀୟ କର୍ମୀଙ୍କୁ କମ୍ ଦରରେ ଦେଇ ଦେଇଛନ୍ତି । 

ପର୍ଯ୍ୟଟନ ବିକାଶକୁ ନେଇ ଉପମୁଖ୍ୟମନ୍ତ୍ରୀଙ୍କ ବଡ଼ ବୟାନ ଦେଇଛନ୍ତି । ଭି.କେ. ପାଣ୍ଡିଆନଙ୍କ ନାଁ ନନେଇ ପୂର୍ବ ବିଜେଡି ସରକାରକୁ ଟାର୍ଗେଟ୍ କଲେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା । ପୂର୍ବରୁ ବ୍ୟକ୍ତିକୈନ୍ଦ୍ରିକ ଭାବେ ଖର୍ଚ୍ଚ ହେଉଥିଲା ପର୍ଯ୍ୟଟନ ଟଙ୍କା। ଜଣେ ବ୍ୟକ୍ତିର ପ୍ରଚାର ପ୍ରସାର ପାଇଁ ନିର୍ଦ୍ଦିଷ୍ଟ ବ୍ୟକ୍ତିଙ୍କୁ ବଢ଼ାଇବା ପାଇଁ ପର୍ଯ୍ୟଟନର ସମସ୍ତ ଟଙ୍କା ବଣ୍ଟା ଯାଉଥିଲା । କିନ୍ତୁ ଆମ ସରକାରରେ ନିର୍ଦ୍ଦିଷ୍ଟ ବ୍ୟକ୍ତିର ପ୍ରଚାର ପ୍ରସାର ହେବାର ନାହିଁ କି କରିବୁ ନାହିଁ । ପୂର୍ବ ସରକାରରେ ଶାଗ ମାଛ ଦରରେ ପର୍ଯ୍ୟଟନର ବହୁ ସ୍ଥଳୀକୁ ଦଳୀୟ କର୍ମୀଙ୍କୁ ଦେଇ ଦେଇଛନ୍ତି । କାହାକୁ ୪୦ ବର୍ଷ, କାହାକୁ ୯୦ ବର୍ଷ ଦିଆଯାଇଛି । ସେମାନେ ଚୁକ୍ତିନାମା କରିଛନ୍ତି । କିନ୍ତୁ କାମ କରୁନାହାନ୍ତି । 

ଅଧିକ ପଢ଼ନ୍ତୁ: ମାର୍ଚ୍ଚ ୮ରେ କୋଟିଏ ହିତାଧିକାରୀଙ୍କୁ ମିଳିବ ସୁଭଦ୍ରା ଟଙ୍କା 

ଏବେ ଆଇନଗତ ଅସୁବିଧା ଆସିକି ପହଞ୍ଚିଛି। କିନ୍ତୁ ତଥାପି ଏବେ ବି ପ୍ରାଇମ ଲୋକେସନରେ ଥିବା ସ୍ଥଳୀକୁ ଆହୁରି ନିବେଶକ ମାନଙ୍କୁ ଦିଆଯିବ । ଓଡିଶା ନିବେଶକମାନଙ୍କୁ ପ୍ରାଥମିକତା ଦିଆଯାଉଛି ।  ପର୍ଯ୍ୟଟନ ପାଇଁ ୮ ହଜାର ୧୫୩ କୋଟି ଟଙ୍କା ନିବେଶ ଫାଇଲ କ୍ଲିୟରନ୍ସ ଦ୍ରୁତ ଗତିରେ ହେଉଛି । ୩ ଜଣ ଅଧିକାରୀ ନିଯୁକ୍ତ ହୋଇଛନ୍ତି ସେମାନଙ୍କୁ ଜମି ଦେବା ପାଇଁ । ଆର୍ଥିକ ଅସୁବିଧା ଥିଲେ ଆର୍ଥିକ ସଂସ୍ଥା ସହ ଲିଙ୍କ୍ କରାଯାଉଛି । ଓଡ଼ିଶାର ଲୋକ ନିବେଶ ଚାହୁଁଛନ୍ତି ସେମାନଙ୍କୁ କେମିତି ନିରାପଦ ସ୍ଥାନ ଦିଆଯିବ ସେଥିପ୍ରତି ବିଭାଗ ଗୁରୁତ୍ୱ ଦେଉଛି । ଭିତ୍ତିଭୂମି ବିକାଶ ପାଇଁ ୩ଶହ କୋଟି ଟଙ୍କା ଦିଆଯାଇଛି ।... ତେବେ ଏନେଇ ବିଜେଡି କିମ୍ବା ଭି.କେ. ପାଣ୍ଡିଆନଙ୍କ ପ୍ରତିକ୍ରିୟା ମିଳିପାରିନାହିଁ ।

ଅଧିକ ପଢ଼ନ୍ତୁ: କୋମାରେ କେନ୍ଦ୍ରାପଡ଼ା ଜିଲ୍ଲା ପର୍ଯ୍ୟଟନ ବିଭାଗ; ଦୁଇ ଜିଲ୍ଲା ଦାୟିତ୍ବରେ ଜଣେ ଅଧିକାରୀ