Advertisment

Balasore Bandh Today: FM ଛାତ୍ରୀ ମୃତ୍ୟୁ; ବିଜେଡିର ୮ ଘଣ୍ଟିଆ ବାଲେଶ୍ବର ବନ୍ଦ...

ଏଫ୍ ଏମ୍ ଛାତ୍ରୀଙ୍କୁ ନ୍ୟାୟ ଦାବିରେ ବିଜେଡିର ୮ ଘଣ୍ଟିଆ ବାଲେଶ୍ବର ବନ୍ଦ...ଦିନ ୨ଟା ଯାଏଁ ଦୋକାନ ବଜାର ବନ୍ଦ, ଗାଡ଼ି ଚଳାଚଳ ଠପ୍....ସେପଟେ ଆସନ୍ତାକାଲି କଂଗ୍ରେସର ଓଡ଼ିଶା ବନ୍ଦ ଡାକରା, ଏପଟେ ପୀଡ଼ିତାଙ୍କ ବାପାଙ୍କ ସହ କଥା ହେଲେ ରାହୁଲ ଗାନ୍ଧି...

ଅଦ୍ୟତନ ହୋଇଛି
Balasore Bandh Today

Balasore Bandh Today

Advertisment

୮ ଘଣ୍ଟିଆ ବାଲେଶ୍ବର ବନ୍ଦ । FM ଛାତ୍ରୀ ମୃତ୍ୟୁକୁ ନେଇ ବାଲେଶ୍ବରରେ ରାଜରାସ୍ତାକୁ ଓହ୍ଲାଇଛି ବିଜେଡି । ସକାଳ ୬ଟାରୁ ଧର୍ମଘଟ ଆରମ୍ଭ ହୋଇଥିବାବେଳେ ଦିନ ୨ଟାଏ ଯାଏଁ ଚାଲିବ ଆନ୍ଦୋଳନ । ରାସ୍ତାରେ ଟାୟାର ଜାଳି ପ୍ରତିବାଦ ଚଳାଇଛନ୍ତି ବିଜେଡି କର୍ମୀ । ହାତରେ ପୋଷ୍ଟର ଓ ପ୍ଲାକାର୍ଡ ଧରି ନାରାବାଜି କରୁଛନ୍ତି । ବନ୍ଦ ପ୍ରଭାବରେ ସହରରେ ଦୋକାନ ବଜାର ଓ ଗାଡ଼ି ଚଳାଚଳ ବନ୍ଦ ରହିଛି । ସରକାରୀ ଓ ବେସରକାରୀ ଅଫିସ୍ ମଧ୍ୟ ବନ୍ଦ ରଖାଯାଇଛି ।

Advertisment

ବାଲେଶ୍ୱରରେ ବନ୍ଦ ପାଳନ ବେଳେ ଷ୍ଟେସନ୍ ଛକ ନିକଟରେ ଉପଜିଲ୍ଲାପାଳଙ୍କ ଗାଡି ଅଟକାଇଲେ ବିଜେଡି କର୍ମୀ । ଉପଜିଲ୍ଲାପାଳ ବାଲେଶ୍ବର ସର୍କିଟ ହାଉସ ଅଭିମୁଖେ ଯାଉଥିବା ବେଳେ ଷ୍ଟେସନ ଛକରେ ଗାଡିକୁ ଅଟକାଇ ଥିଲେ ।ଶେଷରେ ଉପଜିଲ୍ଲାପାଳ ନିଜେ ଗାଡିରୁ ଓହ୍ଲାଇ ଚାଲି ଚାଲି ସର୍କିଟ ହାଉସ୍ ଅଭିମୁଖେ ଯାଇଥିଲେ ।

ଏପଟେ ବାଲେଶ୍ବର ବନ୍ଦ ପ୍ରସଙ୍ଗରେ ବିରୋଧୀଙ୍କୁ କଡ଼ା ସମାଲୋଚନା କରିଛନ୍ତି ବାଲେଶ୍ବର ସଦର ବିଧାୟକ ମାନସ ଦତ୍ତ । ସେ କହିଛନ୍ତି, ବିରୋଧୀ ରାଜନୀତି କରିବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ । ଘଟଣାରେ ପ୍ରିନ୍ସିପାଲ୍ ଓ ଏଚଓଡିଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ହୋଇଛି । ବିରୋଧୀ ଦଳର କର୍ମୀ ହିଁ ପୀଡିତାଙ୍କୁ ମାନସିକ ନିର୍ଯାତନା ଦେଉଥିଲେ । ପୂର୍ବ ସରକାର ଘଟଣାପ୍ରତି ସମ୍ବେଦନଶୀଳ ହେଉନଥିଲେ, ଅଭିଯୁକ୍ତ ବନ୍ଧା ହେଉନଥିଲା । ଏବେ ନୂଆ ସରକାରରେ ଅଭିଯୁକ୍ତଙ୍କ ବିରୋଧରେ ଆକ୍ସନ ହେଉଛି । ପୀଡିତାଙ୍କ ପରିବାରକୁ ମୁଖ୍ୟମନ୍ତ୍ରୀ ଓ ରାଷ୍ଟ୍ରପତି ଭେଟି ସମବେଦନା ଜଣାଇଛନ୍ତି । ସରକାର ତ୍ବରିତ ନ୍ୟାୟ ପାଇଁ ବ୍ୟବସ୍ଥା କରିଛନ୍ତି। 

Advertisment

ଅପରପକ୍ଷେ ଏଫଏମ୍ ଛାତ୍ରୀ ମୃତ୍ୟୁ ଘଟଣାକୁ ନେଇ ବିଜେଡିର ଲୋକସେବା ଭବନ ଘେରାଉ ଉଦ୍ୟମ। ଲୋୟର ପିଏମଜିରେ ଶହଶହ ବିଜେଡି କର୍ମୀ । ଏଫଏମ୍ ଛାତ୍ରୀଙ୍କୁ ନ୍ୟାୟ ଦାବିରେ ଚାଲିଛି ପ୍ରତିବାଦ । ବିଜେଡିର ବରିଷ୍ଠ ନେତାଙ୍କ ସହ ଯୁବ-ଛାତ୍ର ଓ ମହିଳା କର୍ମୀ ସାମିଲ ହୋଇଛନ୍ତି ଆନ୍ଦୋଳନରେ । ସୁରକ୍ଷା ବ୍ୟବସ୍ଥାକୁ ଅଧିକ କଡ଼ାକଡ଼ି କରାଯାଇଛି । ବିଧାନସଭା ଚତୁଃପାର୍ଶ୍ବରେ କମିଶନରେଟ୍ ପୋଲିସର ଛାଉଣି । ସମସ୍ତ ଆନ୍ଦୋଳନକାରୀଙ୍କ ଉପରେ ନଜର ରଖିଛି ଡ୍ରୋନ୍ । ଆଇନ୍ ଭାଙ୍ଗିଲେ କଡ଼ା କାର୍ଯ୍ୟାନୁଷ୍ଠାନ ନେଇ ଚେତାବନୀ ଦିଆଯାଇଛି ।

ଅଧିକ ପଢନ୍ତୁ: ବୋହୂଙ୍କୁ ଦୁଷ୍କର୍ମ କରି ହତ୍ୟା କଲା ଶ୍ବଶୁର, ୧୦ ଫୁଟ ଗାତରୁ ମିଳିଲା ମୃତଦେହ

Advertisment
BJD Balasore fm-college-news
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ