Advertisment

Anti Naxal Campaign: ହିଂସା ପାଇଁ କରୁଥିଲେ ପ୍ଲାନ, ଦୁଇ କୁଖ୍ୟାତ ନକ୍ସଲ ଗିରଫ

ନକ୍ସଲ ବିରୋଧୀ ଅଭିଯାନକୁ ଆଉ ଏକ ବଡ଼ ସଫଳତା। ଦୁଇ କୁଖ୍ୟାତ ନକ୍ସଲ ସଦସ୍ୟ ଗିରଫ। ଝାଡ଼ଖଣ୍ଡ ଚାଇଁବସା ପୋଲିସ ଓ ୨୦୯ କୋବ୍ରା ବାଟାଲିୟନକୁ ସଫଳତା। ସନ୍ଦୀପ ଓରଫ୍ ହିଡ଼ିମା ପାଡ଼ାୟମ ଗିରଫ।

author-image
Jnanadarsi Sahoo
ଅଦ୍ୟତନ ହୋଇଛି
Another big success for the anti-Naxal campaign. Two notorious Naxal members arrested

Another big success for the anti-Naxal campaign. Two notorious Naxal members arrested

କୋଇଡା : ନକ୍ସଲ ବିରୋଧୀ ଅଭିଯାନକୁ ଆଉ ଏକ ବଡ଼ ସଫଳତା । ଦୁଇ କୁଖ୍ୟାତ ନକ୍ସଲ ସଦସ୍ୟଙ୍କୁ ଗିରଫ କଲା ଝାଡ଼ଖଣ୍ଡ ଚାଇଁବସା ପୋଲିସ ଓ ୨୦୯ କୋବ୍ରା ବାଟାଲିୟନ । ଛତିଶଗଡ଼ର କୁଖ୍ୟାତ ନକ୍ସଲ ଓ ସିପିଆଇ ମାଓ ସଂଗଠନର ସବ୍ ଜୋନାଲ କମିଟି ସଦସ୍ୟ ସନ୍ଦୀପ ଓରଫ୍ ହିଡ଼ିମା ପାଡ଼ାୟମ ଓ ସରାଇକେଲା ଜିଲ୍ଲାର ଏରିଆ କମିଟି ସଦସ୍ୟ ଶିବ ବୋଦ୍ରାକୁ ଚାଇଁବସା ପୋଲିସ ଗିରଫ କରିବାରେ ସଫଳ ହୋଇଛି। ଗତ ଅଗଷ୍ଟ ୩୦ରେ ସିପିଆଇ ମାଓବାଦୀ ସଂଗଠନର ଅନେକ ଶୀର୍ଷନେତା ସେମାନଙ୍କ ସଦସ୍ୟ ସହିତ ଜରାଇକେଲା ଥାନା ଅଞ୍ଚଳର ସରଣ୍ଡା ଜଙ୍ଗଲରେ ବଡ଼ ହିଂସା ଘଟାଇବାକୁ ଯୋଜନା କରୁଥିବା ସଂପର୍କରେ ପୋଲିସ ସୂଚନା ପାଇଥିଲା |

Advertisment

ନକ୍ସଲ ମାନେ ଲ୍ୟାଣ୍ଡମାଇନ୍ ଲଗାଇ ସୁରକ୍ଷାବାହିନୀ ଉପରେ ଆକ୍ରମଣ କରିବା ତଥା ନୂଆ ଯୁବକଯୁବତୀଙ୍କୁ ସାମିଲ ପାଇଁ ପ୍ରସ୍ତୁତି କରୁଥିଲେ। ଚାଇଁବସା ପୋଲିସ ଓ ସିଆରପିଏଫ୍ କୋବ୍ରା ୨୦୯ ବାଟାଲିୟନର ମିଳିତ ଟିମ୍ ସ୍ବତନ୍ତ୍ର ଅଭିଯାନ ଆରମ୍ଭ କରିଥିଲା। ଯାଞ୍ଚ ସମୟରେ ସମୟରେ ସରଣ୍ଡା ଘଞ୍ଚ ଜଙ୍ଗଲର ପାହାଡ଼ିଆ ଅଞ୍ଚଳରୁ ଉଭୟ ନକ୍ସଲକୁ ଗିରଫ କରାଯାଇଥିବା ବେଳେ ଆଉକିଛି ସଦସ୍ୟ ଖସି ଯିବାରେ ସଫଳ ହୋଇଥିଲେ। ସେମାନଙ୍କଠାରୁ ଅସ୍ତ୍ରଶସ୍ତ୍ର, ବନ୍ଧୁକ, ପତ୍ରିକା, ଡେଟୋନେଟର ଓ ଆଇଇଡି ପ୍ରସ୍ତୁତ ସାମଗ୍ରୀ ଜବତ ହୋଇଛି।

ପୂର୍ବରୁ ହିଡ଼ିମା ବିରୋଧରେ ମୋଟ ୩୫ଟି ଓ ଶିବ ବିରୋଧରେ ୯ଟି ମାମଲା ରହିଛି। ପଚରାଉଚରା ବେଳେ ଗିରଫ ନକ୍ସଲ ନେତା ଅନେକ ଚାଞ୍ଚଲ୍ୟକର ତଥ୍ୟ କହିଛନ୍ତି । ସିପିଆଇ ମାଓ ସଂଗଠନର କେନ୍ଦ୍ରୀୟ କମିଟି ସଦସ୍ୟ ରମେଶ ମାଓ ସଙ୍ଗଠନରେ ଥିବା ମହିଳା ସ୍କ୍ବାଡ୍ ସଦସ୍ୟାଙ୍କୁ ଯୌନ ଶୋଷଣ କରନ୍ତି ।

Advertisment
Over Anti-Naxal Ops Anti Naxal Operation Naxal Violence
Advertisment
Advertisment