Advertisment

Bhubaneswar Metro Expansion: ତିଆରି ହେଉଛି ନୂଆ ଡିପିଆର୍, SCB ମେଡିକାଲ ଓ ନେତାଜୀ ବସ୍ ଟର୍ମିନାଲ ଯାଏଁ ଗଡ଼ିବ ମେଟ୍ରୋ ଟ୍ରେନ୍

ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର କହିଛନ୍ତି, ମେଟ୍ରୋ ପ୍ରକଳ୍ପ ଲାଗି ନୂଆ ଡିପିଆର୍ ପ୍ରସ୍ତୁତ ହେଉଛି । ପୂର୍ବ ସରକାର ଭୁବନେଶ୍ବର ବିମାନବନ୍ଦରରୁ ତ୍ରିଶୁଳିଆ ଯାଏଁ ମେଟ୍ରୋ ଚଲାଇବାକୁ ଯୋଜନା କରିଥିଲେ । ଏହାଦ୍ବାରା ଲୋକଙ୍କ କୌଣସି ଫାଇଦା ହେବନି । ତେଣୁ ମେଟ୍ରୋ ପ୍ରକଳ୍ପକୁ କଟକ ସହର ସହ ଯୋଡ଼ିବାକୁ ଯୋଜନା ହୋଇଛି ।

 SCB ଯାଏଁ ଗଡ଼ିବ ମେଟ୍ରୋ ।

SCB ଯାଏଁ ଗଡ଼ିବ ମେଟ୍ରୋ ।

Advertisment

ବଦଳିବ ମେଟ୍ରୋ ପ୍ରୋଜେକ୍ଟ ନକ୍ସା । ତ୍ରିଶୁଳିଆ ନୁହେଁ, କଟକ ବଡ଼ ମେଡିକାଲ ଯାଏଁ ଗଡ଼ିବ ମେଟ୍ରୋ । କେନ୍ଦ୍ର ସହଯୋଗରେ ସଂପୂର୍ଣ୍ଣ ରୂପ ନେବ ରାଜ୍ୟର ଏହି ପ୍ରଥମ ମେଟ୍ରୋ ପ୍ରକଳ୍ପ । ଏହି ସଂପ୍ରସାରିତ ପ୍ରକଳ୍ପର ରୂପରେଖ କେମିତି ଏବଂ କିପରି ରହିବ, ସେଥିପାଇଁ ନୂଆ କମିଟି ଗଠନ କରିଛନ୍ତି ମୋହନ ସରକାର ।

Advertisment

ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର କହିଛନ୍ତି, ମେଟ୍ରୋ ପ୍ରକଳ୍ପ ଲାଗି ନୂଆ ଡିପିଆର୍ ପ୍ରସ୍ତୁତ ହେଉଛି । ପୂର୍ବ ସରକାର ଭୁବନେଶ୍ବର ବିମାନବନ୍ଦରରୁ ତ୍ରିଶୁଳିଆ ଯାଏଁ ମେଟ୍ରୋ ଚଲାଇବାକୁ ଯୋଜନା କରିଥିଲେ । ଏହାଦ୍ବାରା ଲୋକଙ୍କ କୌଣସି ଫାଇଦା ହେବନି । ତେଣୁ ମେଟ୍ରୋ ପ୍ରକଳ୍ପକୁ କଟକ ସହର ସହ ଯୋଡ଼ିବାକୁ ଯୋଜନା ହୋଇଛି । ପ୍ରସ୍ତାବିତ ନୂଆ ଯୋଜନାରେ ତ୍ରିଶୁଳିଆ ପରିବର୍ତ୍ତେ କଟକ ବସଷ୍ଟାଣ୍ଡ ଓ SCB ମେଡ଼ିକାଲ ଯାଏଁ ପ୍ରକଳ୍ପ ସମ୍ପ୍ରସାରଣ କରାଯିବ ।

ମେଟ୍ରୋ ପ୍ରକଳ୍ପର ସଫଳ ରୂପାୟନ ପାଇଁ ଗଠିତ ନୂଆ କମିଟି ମେଟ୍ରୋ ଚାଲୁଥିବା ସହରକୁ ଯାଇ ତଥ୍ୟ ସଂଗ୍ରହ କରୁଛି । କମିଟିର ସୁପାରିସ ଆଧାରରେ ଖୁବ୍ ଶୀଘ୍ର ଡିପିଆର୍ ପ୍ରସ୍ତୁତି ସରିବ । ଏହି ପ୍ରସ୍ତାବିତ ମେଟ୍ରୋ ପ୍ରକଳ୍ପ କେବଳ ରାଜ୍ୟ ସରକାରଙ୍କ ପାଣ୍ଠିରେ ତିଆରି ହେବନି । କେନ୍ଦ୍ର ସରକାରଙ୍କ ମଧ୍ୟ ବୈଷୟିକ ଏବଂ ଆର୍ଥିକ ସହାୟତା ନିଆଯିବ ବୋଲି ମନ୍ତ୍ରୀ କହିଛନ୍ତି । ବିଜେଡି ସରକାର ଅମଳର ଏହି ପ୍ରସ୍ତାବିତ ପ୍ରକଳ୍ପ ଲାଗି ଡିପିଆର୍ ପ୍ରସ୍ତୁତ ହୋଇ ମାଟି ପରୀକ୍ଷା ସରିଥିଲା ।

Advertisment

ଏୟାରପୋର୍ଟରୁ ତ୍ରିଶୁଳିଆ ଯାଏଁ ୨୬ କିଲୋମିଟର ଦୀର୍ଘ ଏହି ପ୍ରକଳ୍ପ ପାଇଁ ୨୦ଟି ଷ୍ଟେସନ ତିଆରି ହୋଇଥାନ୍ତା । କିନ୍ତୁ ଏବେ ନୂଆ ସରକାର ମେଟ୍ରୋ ପ୍ରକଳ୍ପର ନବକଳେବର ଲାଗି ନୂଆ ଡିପିଆର୍ ପ୍ରସ୍ତୁତ କରୁଛନ୍ତି । ଆଉ ଏବେ କଟକ ସହର ଭିତରକୁ ମେଟ୍ରୋ ପ୍ରକଳ୍ପ ସଂପ୍ରସାରଣ ଲାଗି ନଗର ଉନ୍ନୟନ ମନ୍ତ୍ରୀଙ୍କ ସଙ୍କେତ ପରେ ଏହାକୁ ସ୍ବାଗତ କରିଛନ୍ତି ଅର୍ବାନ ପ୍ଲାନର । କହିଛନ୍ତି, ରାଜ୍ୟରେ ପରିବହନ କ୍ଷେତ୍ରରେ ଏକ ଭଲ ଭିତ୍ତିଭୂମି ହେବ ଏବଂ ଏହା ଆଧାରରେ ସମାନ୍ତରାଳ ପବ୍ଲିକ୍ ଟ୍ରାନ୍ସପୋର୍ଟ ସିଷ୍ଟମ ବିକଶିତ ହୋଇପାରିବ ।

କଟକବାସୀ ସରକାରଙ୍କ ଏହି ନିଷ୍ପତ୍ତିକୁ ସ୍ବାଗତ କରିଛନ୍ତି । ୨୦୨୩ ମସିହା ଏପ୍ରିଲରୁ ପ୍ରସ୍ତାବିତ ଏହି ମେଟ୍ରୋ ପ୍ରକଳ୍ପ ଆସନ୍ତା ୨୦୨୭ ଡିସେମ୍ବର ସୁଦ୍ଧା ସରିବା କଥା ।ଏବେ ନୂଆ ଡିପିଆର୍ ପରେ କେତେଶୀଘ୍ର ପ୍ରକଳ୍ପ କାମ ଆରମ୍ଭ ହେଉଛି ଏବଂ କେବେ ଗଡ଼ୁଛି ମେଟ୍ରୋ ଟ୍ରେନ୍, ତାକୁ ସମସ୍ତଙ୍କ ଅପେକ୍ଷା ।

Advertisment

ଅଧିକ ପଢ଼ନ୍ତୁ: ଦୀଘାରେ ଜଗନ୍ନାଥ ମନ୍ଦିରକୁ ନେଇ ବିବାଦ, ପ୍ରତିଷ୍ଠା ପାଇଁ ଯୋଗ୍ୟତା ଅଛି ତ ?

Odisha News Bhubaneswar Cuttack Odisha Govt Metro Rail Project Krushna Chandra Mohapatra
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ