Advertisment

Mayor Faces Black Flag Protest: ଭୁବନେଶ୍ୱର ମେୟରଙ୍କୁ କଳାପତାକା ପ୍ରଦର୍ଶନ, ବାଂଲାଦେଶୀ ଅନୁପ୍ରବେଶକାରୀ ପ୍ରସଙ୍ଗକୁ ନେଇ ତାତିଲେ ଲୋକେ

ବାଂଲାଦେଶୀ ଅନୁପ୍ରବେଶକାରୀ ପ୍ରସଙ୍ଗରେ ଭୁବନେଶ୍ୱର ମେୟରଙ୍କ ମନ୍ତବ୍ୟକୁ ବିରୋଧ । ରାଜଧାନୀରେ ସୁଲୋଚନାଙ୍କୁ କଳାପତାକା ପ୍ରଦର୍ଶନ । ଆଧାର କାର୍ଡ, ଭୋଟର କାର୍ଡ ଆଦି ଥିବା ବାଂଲାଦେଶୀଙ୍କ ବିରୋଧରେ ଆକ୍ସନ ହେବନି ବୋଲି କହିଥିଲେ ମେୟର ।

ଅଦ୍ୟତନ ହୋଇଛି
BMC Mayor Reaction

BMC Mayor Reaction

Advertisment

ବାଂଲାଦେଶୀ ନାଗରିକ ତଡିପାର ପ୍ରସଙ୍ଗ । ମେୟର ସୁଲୋଚନା ଦାସ ଦେଇଥିବା ମନ୍ତବ୍ୟ ପରେ ତେଜିଛି ବିରୋଧ । ମେୟରଙ୍କ ମନ୍ତବ୍ୟର ପ୍ରତିବାଦ କରି ଆଜି ମେୟର ସୁଲୋଚନା ଦାସଙ୍କୁ କଳାପତାକା ପ୍ରଦର୍ଶନ କରାଯାଇଛି ।  ନୀଳାଦ୍ରିବିହାରରେ ଥିବା ୧୪ ନମ୍ବର ୱାର୍ଡ ଅଫିସ ସମ୍ମୁଖରେ କଳା ପତାକା ପ୍ରଦର୍ଶନ କରିଛନ୍ତି ସ୍ଥାନୀୟ ବାସିନ୍ଦା । ନିକଟରେ ମେୟର ସୁଲୋଚନା ଦାସ ଭୁବନେଶ୍ୱରରେ ରହୁଥିବା ବାଂଲାଦେଶୀ ନାଗରିକଙ୍କୁ ନେଇ ବିଭିନ୍ନ ଗଣମାଧ୍ୟମରେ ମନ୍ତବ୍ୟ ରଖିଥିଲେ । 

Advertisment

ଏହି ଘଟଣା ପରେ ପ୍ରତିକ୍ରିୟା ରଖି ପୁଣି ସମାନ କଥା ଦୋହରାଇଛନ୍ତି ଭୁବନେଶ୍ୱର ମେୟର ସୁଲୋଚନା ଦାସ । ମେୟର କହିଛନ୍ତି, "ଦୀର୍ଘ ଦିନ ଧରି ରାଜଧାନୀରେ ରହୁଥିବା ବାଂଲାଦେଶୀ ନାଗରିକ ଯେଉଁମାନଙ୍କ ଭୋଟର ଓ ରାସନ କାର୍ଡ ଅଛି ସେମାନଙ୍କ ପ୍ରତି କ'ଣ କାର୍ଯ୍ୟାନୁଷ୍ଠାନ ନିଆଯିବ ସେନେଇ ସରକାର ଚିନ୍ତା କରନ୍ତୁ । " ସରକାର ଯାହା ନିଷ୍ପତ୍ତି ନେବେ ତାହା କାର୍ଯ୍ୟକାରୀ କରାଯିବ ବୋଲି ସୁଲୋଚନା ସ୍ପଷ୍ଟ କରିଦେଇଛନ୍ତି । 

Advertisment

ପୂର୍ବରୁ ମେୟର କହିଥିଲେ, "ଅନୁପ୍ରବେଶକାରୀ ଚିହ୍ନଟ ପ୍ରକ୍ରିୟାରେ ବିଏମସି ସହଯୋଗ କରିବ । ଯେଉଁମାନଙ୍କର ଭୋଟର ପରିଚୟ ପତ୍ର, ଆଧାର କାର୍ଡ ଓ ରାସନ କାର୍ଡ ଅଛି ସେମାନଙ୍କର କୌଣସି ସମସ୍ୟା ନାହିଁ । ଯେଉଁମାନେ ଅବୈଧ ଭାବେ ସୀମା ପାର୍ ହୋଇ ଆସୁଛନ୍ତି ବା ଯେଉଁମାନଙ୍କର ଖାତା ଖତିୟାନ ନାହିଁ, ତାଙ୍କୁ ସହରରୁ ବାହାର କରାଯିବ । ମେୟରଙ୍କ ଏହି ମନ୍ତବ୍ୟ ପରେ ବିବାଦ ତେଜିଥିଲା ।"

ଅଧିକ ପଢନ୍ତୁ : ଓଡ଼ିଶାରୁ ବିଦା ହେବେ ବାଂଲାଦେଶୀ, ଆକ୍ସନ ମୋଡ୍‌ରେ ସରକାର

 

Bangladeshi Immigrants Mayor Black Flag Protest
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ