ଜନ୍ମଦିନ ପାଳୁଛି ଭୁବନେଶ୍ୱର
ଆଜି ରାଜ୍ୟ ରାଜଧାନୀର ଜନ୍ମଦିନ । ୧୯୪୮ ମସିହା ଏପ୍ରିଲ ମାସ ୧୩ ତାରିଖରେ ଭୁବନେଶ୍ବରକୁ ମିଳିଥିଲା ରାଜଧାନୀର ସ୍ବୀକୃତି । ତତ୍କାଳୀନ ପ୍ରଧାନମନ୍ତ୍ରୀ ପଣ୍ଡିତ ଜବାହାରଲାଲ ନେହେରୁଙ୍କ ଦ୍ବାରା ରାଜଧାନୀର ଶୁଭ ଦିଆଯାଇଥିଲା । ସମୟ ସହିତ ତାଳ ଦେଇ ଭୁବନେଶ୍ବରର ବୃଦ୍ଧି ପାଇଛି କଳେବର ।
ଅଧିକ ପଢ଼ନ୍ତୁ: ବିଲଡରଙ୍କୁ ଓରେରାର ବଡ଼ ଛାଟ; ମହଙ୍ଗା ପଡ଼ିଲା ରେଲୱେ ଜମିରେ ରାସ୍ତା କରିବା...
ଆଜି ଭୁବନେଶ୍ବର ତାର ୭୭ତମ ପ୍ରତିଷ୍ଠା ଦିବସ ପାଳୁଥିବା ବେଳେ ସରକାରୀ ଓ ବେସରକାରୀ ସ୍ତରରେ ବହୁ କାର୍ଯ୍ୟକ୍ରମ ହାତକୁ ନିଆଯାଇଛି । ଏ ଅବସରରେ ଓଡ଼ିଶା ବିଧାନସୌଧ ସମ୍ମୁଖରେ ଥିବା ଶିଳାନ୍ୟାସ ଫଳକରେ ମାଲ୍ୟାର୍ପଣ ସହ ସଂଧ୍ୟାରେ ଉତ୍କଳ ମଣ୍ଡପରେ ଅଧିବେଶନ ରହିଛି । ରାଜ୍ୟପାଳ ଡ. ହରିବାବୁ କମ୍ଭମପାଟିଙ୍କ ସମେତ ବହୁ ନେତାମନ୍ତ୍ରୀ ଏବଂ ଅଧିକାରୀ ଏଥିରେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି । ସେପଟେ ପ୍ରତିଷ୍ଠା ଦିବସ ଉପଲକ୍ଷେ ସଜେଇ ହୋଇଛି ରାଜଧାନୀ । ବିଧାନସଭା, ଲୋକସେବା ଭବନ, କମିଶନରେଟ୍ ପୋଲିସ ବିଲ୍ଡିଂ ସମେତ ରାସ୍ତାଘାଟ ରଙ୍ଗୀନ୍ ଆଲୋକମାଳାରେ ଝଲସୁଛି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/IMAGE_1744513397.jpg)