Advertisment

Bhubaneswar Airport: ‘ଭୁବନେଶ୍ବର ବିମାନବନ୍ଦରରେ ଟେକ୍‌ ଅଫ୍‌ ଓ ଲ୍ୟାଣ୍ଡିଂରେ ରହିଛି ପ୍ରତିବନ୍ଧକ’

ବିମାନ ଟେକ୍‌ ଅଫ୍‌ ପଥରେ ବଡ଼ ବଡ଼ ଗଛ ରହିଛି । ଏମିତିକି ରନ୍‌ୱେର ନିର୍ଦ୍ଦିଷ୍ଟ ଦୂରତାରେ ବେଆଇନ ଉଚ୍ଚ ଅଟ୍ଟାଳିକା ମଧ୍ୟ ଗଢ଼ି ଉଠିଛି ।

ଅଦ୍ୟତନ ହୋଇଛି
Bhubaneswar Airport

Bhubaneswar Airport

Advertisment

ବଡ଼ ଖବର। ଭୁବନେଶ୍ବର ବିମାନବନ୍ଦରରେ ଟେକ୍‌ ଅଫ୍‌ ଓ ଲ୍ୟାଣ୍ଡିଂରେ ରହିଛି ପ୍ରତିବନ୍ଧକ । ବିମାନ ଟେକ୍‌ ଅଫ୍‌ ପଥରେ ବଡ଼ ବଡ଼ ଗଛ ରହିଛି । ଏମିତିକି ରନ୍‌ୱେର ନିର୍ଦ୍ଦିଷ୍ଟ ଦୂରତାରେ ବେଆଇନ ଉଚ୍ଚ ଅଟ୍ଟାଳିକା ମଧ୍ୟ ଗଢ଼ି ଉଠିଛି । ଏଭଳି ସୂଚନା ଦେଇଛନ୍ତି ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦର ନିର୍ଦ୍ଦେଶକ ପ୍ରସନ୍ନ ପ୍ରଧାନ । 

Advertisment

ତେବେ ଗତ ମାସରେ AEMC ବୈଠକରେ  BMC କମିଶନରଙ୍କୁ ଏସବୁ ବିଷୟରେ ସବୁକିଛି ଅବଗତ କରାଯାଇଛି। ଆଶା କରୁଛୁ ବେଆଇନ ଗଛ କାଟିବା ସହ ଉଚ୍ଚ ଅଟ୍ଟାଳିକା ଉଚ୍ଛେଦ କରିବେ ବୋଲି ସୂଚନା ଦେଇଛନ୍ତି ବିମାନବନ୍ଦର ନିର୍ଦ୍ଦେଶକ ପ୍ରସନ୍ନ ପ୍ରଧାନ ।

ଅଧିକ ପଢ଼ନ୍ତୁ: ଲଣ୍ଡନ ଯିବା ସ୍ୱପ୍ନ ହୋଇଗଲା ଚୁରମାର; ଜଳିଗଲେ ବାପାମା’ ଓ ୩ ଛୁଆ

ଅନ୍ୟପଟେ ଆସନ୍ତା ୩୦ରେ ଭୁବନେଶ୍ବର ବିମାନବନ୍ଦରରେ ହେବ ମକ୍‌ ଡ୍ରିଲ୍‌ । ଅହମ୍ମଦାବାଦ ବିମାନ ଦୁର୍ଘଟଣା ଦୃଷ୍ଟିରୁ ହେବ ମକ୍‌ ଡ୍ରିଲ୍‌ । ଏଥିପାଇଁ DGCA ପକ୍ଷରୁ ନିର୍ଦ୍ଦେଶ ଆସିଛି । ବିମାନବନ୍ଦର କର୍ମଚାରୀ, ପୋଲିସ, ମେଡିକାଲ୍‌ ଓ ଅଗ୍ନିଶମ ଷ୍ଟାଫ୍‌ ରହିବେ । ଯଦି ଦୁର୍ଘଟଣା ପରି କିଛି ଅଘଟଣ ଘଟେ, ତାହାର ମୁକାବିଲା ପ୍ରସ୍ତୁତି କରାଯିବ ସହିତ ଆହତଙ୍କୁ ତ୍ବରିତ ଚିକିତ୍ସା ଯୋଗାଇ ଦିଆଯିବାର ମକ୍‌ ଡ୍ରିଲ୍‌ ହେବ । ଏନେଇ ସୂଚନା ଦେଇଛନ୍ତି ବିମାନବନ୍ଦର ନିର୍ଦ୍ଦେଶକ ପ୍ରସନ୍ନ ପ୍ରଧାନ ।

Advertisment

ତେବେ ଅହମ୍ମଦାବାଦ ବିମାନ ଦୁର୍ଘଟଣାରେ ଏବେ ସୁଦ୍ଧା ୨୭୪ ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ସେ ଭିତରୁ ବିମାନରେ ଥିବା ୨୩୦ ଯାତ୍ରୀ, ୨ ପାଇଲଟ ଆଉ ୧୦ କ୍ରିୟୁ ମେମ୍ବରଙ୍କ ମଧ୍ୟରୁ କେବଳ ଜଣେ ଯାତ୍ରୀଙ୍କୁ ବାଦ୍ ଦେଇ ଅନ୍ୟ ସମସ୍ତଙ୍କ ମୃତ୍ୟୁ ହୋଇଥିବା କୁହାଯାଉଛି। ଯେଉଁମାନଙ୍କ ମଧ୍ୟରେ ୧୬୯ ଭାରତୀୟ, ୫୩ ବ୍ରିଟିଶ୍, ୭ ପର୍ତ୍ତୁଗିଜ୍ ଓ ଜଣେ କାନାଡ଼ା ନାଗରିକ ମଧ୍ୟ ରହିଛନ୍ତି।

ଅନ୍ୟପଟେ ବିଶାଳ ବୋଇଂ ବିମାନଟି ମେଘାନୀ ନଗରସ୍ଥିତ ବିଜେ ମେଡିକାଲ କଲେଜର ଏକାଧିକ ବହୁତଳ କୋଠା ଉପରେ ଖସିପଡ଼ିଥିବାରୁ ସେଠାରେ ଜଣେ ଡାକ୍ତରଙ୍କ ସହ ମେସରେ କାର୍ଯ୍ୟରତ ଅନ୍ୟ ୫ ଜଣଙ୍କ ମୃତ୍ୟୁ ହୋଇଥିବା କୁହାଯାଉଛି। ଆଶଙ୍କା କରାଯାଉଛି ଯେ, ଦୁର୍ଘଟଣାସ୍ଥଳର ଧ୍ବଂସସ୍ତୂପ ତଳେ ଆଉ କିଛି ଚାପି ହୋଇ ରହିଥାଇପାରନ୍ତି। କାରଣ ଦୁର୍ଘଟଣା ପରଠୁ ସ୍ଥାନୀୟ ରମଣୀ ନଗର ବସ୍ତିର କିଛି ଲୋକ ନିଖୋଜ ଥିବାରୁ, ଆଶା ଓ ଆଶଙ୍କା ଭିତରେ ଦିନ କାଟୁଛନ୍ତି ସେମାନଙ୍କ ପରିବାର ଓ ସମ୍ପର୍କୀୟ।

Advertisment
Bhubaneswar Airport Bhubaneswar Airport Link Building
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ