Advertisment

Subhadra Yojana: ହିତାଧିକାରୀଙ୍କ ଖାତାକୁ ଆସିଲା ସୁଭଦ୍ରା ଟଙ୍କା

ହିତାଧିକାରୀଙ୍କ ପାଇଁ ଖୁସି ଖବର। ଆଜି ଆସିଲା ପ୍ରଥମ କିସ୍ତିର ପଞ୍ଚମ ପର୍ଯ୍ୟାୟ ସୁଭଦ୍ରା ଟଙ୍କା। ୨ ଲକ୍ଷ ୩୦ ହଜାରରୁ ଅଧିକ ହିତାଧିକାରୀ ଏହି ଟଙ୍କା ପାଇଛନ୍ତି। ଦିନ ୧୨ଟାରେ ଖାତାକୁ ଆସିଛି ‘ସୁଭଦ୍ରା’ ଟଙ୍କା। ଆଉ ଦିନକ ପରେ ୮ ତାରିଖରେ ମିଳିବ ସୁଭଦ୍ରାର ଦ୍ୱିତୀୟ କିସ୍ତି ଟଙ୍କା।

ଅଦ୍ୟତନ ହୋଇଛି
subhadra

subhadra

Advertisment

ହିତାଧିକାରୀଙ୍କ ପାଇଁ ଖୁସି ଖବର। ଆଜି ଆସିଲା ପ୍ରଥମ କିସ୍ତିର ପଞ୍ଚମ ପର୍ଯ୍ୟାୟ ସୁଭଦ୍ରା ଟଙ୍କା। ୨ ଲକ୍ଷ ୩୦ ହଜାରରୁ ଅଧିକ ହିତାଧିକାରୀ ଏହି ଟଙ୍କା ପାଇଛନ୍ତି। ଦିନ ୧୨ଟାରେ ଖାତାକୁ ଆସିଛି ‘ସୁଭଦ୍ରା’ ଟଙ୍କା। ଆଉ ଦିନକ ପରେ ୮ ତାରିଖରେ ମିଳିବ ସୁଭଦ୍ରାର ଦ୍ୱିତୀୟ କିସ୍ତି ଟଙ୍କା।

Advertisment

ମାର୍ଚ୍ଚ ୩୧ରେ ଆବେଦନ ଗ୍ରହଣ ବନ୍ଦ କରି ସୁଭଦ୍ରାରୁ ବଞ୍ଚିତ ହୋଇଥିବା ମହିଳାଙ୍କୁ ଖୋଜିବାକୁ ସର୍ଭେ କରିବେ ସରକାର। ଡୋର୍ ଟୁ ଡୋର୍ ବୁଲି ହିତାଧିକାରୀଙ୍କ ସର୍ଭେ କରାଯିବ। ପଞ୍ଚମ ପର୍ଯ୍ୟାୟ ପରେ ବି ରାକ୍ଷୀ ପୂର୍ଣ୍ଣିମାରେ ଯୋଗ୍ୟ ହିତାଧିକାରୀଙ୍କୁ ମିଳିବ ଏକା ବେଳେ ୩ଟି କିସ୍ତି। ଅନ୍ୟ ପଟେ ସୁଭଦ୍ରାରୁ ମହିଳାଙ୍କୁ ସଶକ୍ତ କରି ନିଜ ଭୋଟ ବ୍ୟାଙ୍କ ବି ସଶକ୍ତ କରିବାକୁ ବଡ଼ କାର୍ଯ୍ୟକ୍ରମ ହାତକୁ ନେଇଛନ୍ତି ମୋହନ ସରକାର।

ସେହିପରି ଡୋର୍ ଟୁ ଡୋର୍ ସର୍ଭେ ଚାଲିବା ପର୍ଯ୍ୟନ୍ତ ସୁଭଦ୍ରାର ଆବେଦନ ବନ୍ଦ ରହିବ ବୋଲି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ସୂଚନା ଦେଇଛନ୍ତି। ଅନ୍ୟପକ୍ଷରେ ସଶକ୍ତ ସୁଭଦ୍ରାରୁ ମହିଳାଙ୍କୁ ନିଜ ସହ ଯୋଡ଼ି ରଖିବାକୁ ଅନ୍ତର୍ଜାତୀୟ ମହିଳା ଦିବସରେ ବଡ଼ କାର୍ଯ୍ୟକ୍ରମ ହାତକୁ ନେଇଛନ୍ତି ସରକାର। ୮ ତାରିଖ ଯାଏଁ ପଞ୍ଚାୟତ ସ୍ତରରେ ଚାଲିବ ଏହି କାର୍ଯ୍ୟକ୍ରମ। ରାଜ୍ୟରେ ସମସ୍ତ ପଞ୍ଚାୟତ ଏବଂ ସହରାଞ୍ଚଳରେ ଆୟୋଜିତ ହୋଇଛି ସୁଭଦ୍ରା ରାଲି। ଯେଉଁଥିରେ ଏସଏଚଜି ସଦସ୍ୟା, ଅଙ୍ଗନୱାଡି କର୍ମୀ ଏବଂ ଛାତ୍ରୀଙ୍କୁ ସାମିଲ କରାଯାଇଛି। ଏହା ବାଦ୍ ସ୍କୁଲ ଏବଂ କଲେଜରେ ବିଭିନ୍ନ ପ୍ରକାର ଖେଳ, କୁଇଜ ପ୍ରତିଯୋଗିତା ଭଳି କାର୍ଯ୍ୟକ୍ରମ ମଧ୍ୟ ୮ ତାରିଖ ଯାଏଁ ଚାଲିବ।

Advertisment

ଅଧିକ ପଢ଼ନ୍ତୁ: ସୁଭଦ୍ରା ଆବେଦନର ଶେଷ ତାରିଖ ମାର୍ଚ୍ଚ ୩୧; ରାକ୍ଷୀ ପୂର୍ଣ୍ଣିମାରେ ମିଳିବ ଏକକାଳୀନ ୩ଟି ଯାକ କିସ୍ତି

Subhadra Pravati Parida Deputy Chief Minister Pravati Parida
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ