Advertisment

Neglected Village: ନାହିଁ ନାହିଁର ଗାଁ ସାଧୁଆପଲ୍ଲୀ...ସର୍ବନିମ୍ନ ସୁବିଧା ଏଠି ଅପହଞ୍ଚ

ସାଧୁଆପଲ୍ଲୀ ଗାଁର ଲୋକେ କୁଇ ଭାଷାରେ କଥାବାର୍ତ୍ତା କରନ୍ତି। ଏମାନେ ଆଦିବାସୀ ମାଳୁଆ କନ୍ଧ ଭାବରେ ପରିଚିତ। ଗ୍ରାମବାସୀଙ୍କ ମୁଖ୍ୟ ଅଭିଯୋଗ ହେଉଛି, ଆମେ ଆଦିବାସୀ ବୋଲି ଅପଚରା ହୋଇ ରହିଛୁ, ଆମକୁ କେହି ପଚାରୁନାହାନ୍ତି।

ଅଦ୍ୟତନ ହୋଇଛି
RoadIssue

RoadIssue

Advertisment

ଅସରାଏ ବର୍ଷାରେ ଅବସ୍ଥା ଏମିତି, ତେବେ ଭାବନ୍ତୁ ବର୍ଷା ଦିନରେ କେମିତି ବିତୁଥିବ ଏମାନଙ୍କ ଦିନ। ଏ ତ ରାସ୍ତା କଥା ଗଲା, ଘରଗୁଡ଼ିକୁ ଟିକେ ଦେଖନ୍ତୁ, କେଉଁଠି ଛପର ନାହିଁ ତ ଆଉ କେଉଁଠି କାନ୍ଥ। କରେଣ୍ଟ ଆଠ ଦିନ ରହୁଥିଲେ ୨୨ ଦିନ ନାହିଁ। ବର୍ଷା ଦିନେ ତ ମାସ ମାସ ଅନ୍ଧାର। ଏପରି ନାହିଁ ନାହିଁରେ ଦିନ କାଟୁଛନ୍ତି ନୟାଗଡ଼ ଜିଲ୍ଲା ଖଣ୍ଡପଡ଼ା ବ୍ଲକ ଗଡିଆସାହି ପଞ୍ଚାୟତର ସାଧୁଆପଲ୍ଲୀ ଗାଁର ବାସୀ। ଗାଁର ୩୫ଟି ଆଦିବାସୀ ପରିବାରର ଲୋକେ ଏକ ପ୍ରକାର ସମସ୍ତ ମୌଳିକ ସୁବିଧାରୁ ବଞ୍ଚିତ କହିଲେ କିଛି ଭୁଲ୍ ହେବନି।

Advertisment

ସାଧୁଆପଲ୍ଲୀ ଗାଁର ଲୋକେ କୁଇ ଭାଷାରେ କଥାବାର୍ତ୍ତା କରନ୍ତି। ଏମାନେ ଆଦିବାସୀ ମାଳୁଆ କନ୍ଧ ଭାବରେ ପରିଚିତ। ଗ୍ରାମବାସୀଙ୍କ ମୁଖ୍ୟ ଅଭିଯୋଗ ହେଉଛି, ଆମେ ଆଦିବାସୀ ବୋଲି ଅପଚରା ହୋଇ ରହିଛୁ, ଆମକୁ କେହି ପଚାରୁନାହାନ୍ତି। କହିବେନି ବା କେମିତି, ସ୍ୱାଧୀନତାର ୭୮ ବର୍ଷ ପରେ ବି ଏମାନେ ଅନ୍ଧାରରେ। କେବଳ ବିଦ୍ୟୁତ୍ କି ରାସ୍ତା ସମସ୍ୟା ନୁହେଁ, ପାଣିରୁ ବି ବଞ୍ଚିତ। ନଳକୂପ ନଥିବାରୁ ଝରଣା ପାଣି ପିଉଛନ୍ତି।

ଅଧିକ ପଢ଼ନ୍ତୁ: ବଦଳିଲା ସିଏମଙ୍କ ବାସଭବନ ଠିକଣା; ନୂଆ ଘରକୁ ଗଲେ ମୁଖ୍ୟମନ୍ତ୍ରୀ

ଲୋକେ ନାନା ରୋଗରେ ପଡ଼ି ପ୍ରାଣ ହରାଉଛନ୍ତି। ଶିକ୍ଷା ବ୍ୟବସ୍ଥା ବି ଅପହଞ୍ଚ। ରାସ୍ତା ନ ଥିବାରୁ ପିଲାଏ ଦୂର ସ୍କୁଲକୁ ଯିବାରେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଯଦି ଶିକ୍ଷିତଙ୍କ ସଂଖ୍ୟା ଗଣିବା, ତେବେ ହାତ ଗଣତି ଦୁଇ ତିନି ଜଣ ବାହାରିବା କଷ୍ଟକର। ଛେଳି-ଗୋରୁ-ମେଣ୍ଢା ପାଳନ କରି ଜୀବିକା ନିର୍ବାହ କରୁଛନ୍ତି। ଅନ୍ୟ ସମସ୍ୟା କଥା କହିଲେ, ନା ଅଛି ପକ୍କା ଘର ନା ଲୋକଙ୍କୁ ଭତ୍ତା ମିଳୁଛି। ଅଳ୍ପ କିଛି ଜଣ ପକ୍କା ଘର ପାଇଥିବା ବେଳେ ଅନେକ ହିତାଧିକାରୀ ଭତାରୁ ବଞ୍ଚିତ। ଗାଁକୁ ରାସ୍ତା ନ ଥିବାରୁ ରୋଗୀ ଖଟିଆରେ ବୁହା ହେଉଛନ୍ତି। କୌଣସି ବିପତ୍ତି ସମୟରେ ଅଗ୍ନିଶମ ଗାଡ଼ି ବି ପହଞ୍ଚି ପାରୁନି। ପୂର୍ବ ସରକାରଠୁ ନେଇ ଏବେର ସରକାର, ସମସ୍ତଙ୍କୁ ଗୁହାରି କରିଥିଲେ ବି ଫଳ ଶୂନ ବୋଲି ୱାର୍ଡ ମେମ୍ୱର ସପନି ପ୍ରଧାନ କହନ୍ତି।

Advertisment

ତେବେ ଏସବୁ ସମସ୍ୟା ମଧ୍ୟରେ ରାସ୍ତା ନ ହେବାର ମୁଖ୍ୟ କାରଣ ହେଉଛି ଗାଁ ଲୋକେ ବ୍ୟକ୍ତିଗତ ଜମିରେ ଯାଆସ କରୁଛନ୍ତି। ସରକାରୀ ଜମି ନ ଥିବାରୁ ରାସ୍ତା ହୋଇପାରୁ ନ ଥିବା ବିଡିଓ କହିଛନ୍ତି।

ଅଧିକ ପଢ଼ନ୍ତୁ: ନିର୍ବାଚନରେ ମହିଳା ପ୍ରତିନିଧିଙ୍କ ସଂଖ୍ୟା ବୃଦ୍ଧି ସତ୍ତ୍ୱେ କାହିଁକି କମୁନି ମହିଳା ବିରୋଧୀ ହିଂସା 

Advertisment
Nayagarh Village Neglected Odisha Village
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ