Advertisment

ସିଲ୍ ହେଲା ‘ବଲ୍ଲେ ବଲ୍ଲେ’ ଢାବା; ନେଇଗଲେ ଢାବାରେ ଥିବା ବହୁମୂଲ୍ୟ ଆସବାବପତ୍ର...

ବଲ୍ଲେ ବଲ୍ଲେ ଢାବାରେ ପଡିଲା ତାଲା । ପୂର୍ବରୁ ପ୍ରଶାସନ ପକ୍ଷରୁ ଦିଆଯାଇଥିଲା ନୋଟିସ୍ ।

author-image
Sujit kumar Swain
ଅଦ୍ୟତନ ହୋଇଛି
Balle Balle Dhaba Sealed Today

Balle Balle Dhaba Row

ଯାଜପୁର ଧର୍ମଶାଳାର ବିବାଦୀୟ ବଲ୍ଲେ ବଲ୍ଲେ ଢାବାରେ ପଡିଲା ତାଲା । ପୂର୍ବରୁ ପ୍ରଶାସନ ପକ୍ଷରୁ ଦିଆଯାଇଥିଲା ନୋଟିସ୍ । କାଲି ହୋଇଥାନ୍ତା ସିଲ୍ । କାହିଁକି ହେଉଛି ବିଳମ୍ବ ସ୍ଥାନୀୟ ଲୋକଙ୍କ ମଧ୍ୟରେ ତୀବ୍ର ହେଉଛି ଅସନ୍ତୋଷ ।

Advertisment

ଏହାରି ଭିତରେ ଢାବାରେ ଥିବା ବହୁମୂଲ୍ୟ ଆସବାବପତ୍ରକୁ ଖୋଲି ନେଇ ଯାଇଛନ୍ତି କେହି। ଗତ ତିନି ଦିନ ଭିତରେ ଗୋଟି ଗୋଟି କରି ସବୁ କିଛିକୁ ଖୋଲା ସରିଛି। ଆଉ ଆଜି ଏହି ଘଟଣାକୁ ନେଇ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି ସ୍ଥାନୀୟଲୋକେ। କାହା ଫାଇଦା ପାଇଁ ଏତେ ସମୟ ଦିଆଗଲା ବୋଲି ସେମାନେ ପ୍ରଶ୍ନ କରିଛନ୍ତି। ସେପଟେ ଘଟଣାକୁ ନେଇ ଧର୍ମଶାଳା ବିଡିଓଙ୍କ ପ୍ରତିକ୍ରିୟା ମିଳିପାରିନି। 

ତେବେ କ୍ଷମତାର ଛତ୍ରଛାୟାରେ ଯାଜପୁର ନେଉଳପୁର ଧର୍ମଶାଳା ଭବନ ପରିସରରେ ଥିବା  ‘ବଲ୍ଲେ ବଲ୍ଲେ’ ଢାବାର ଫିଟୁଛି ଗୁମର । କିଏ କହୁଛନ୍ତି, ଏଇଠି ଚାଲିଥିଲା ରଙ୍ଗଶାଳା ତ ଆଉ କିଏ କହୁଛନ୍ତି ଜମୁଥିଲା ମଦ ମାଂସର ଆସର । ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଅଭୟବର ପାଇଁ ବିଜେଡି ନେତ୍ରୀ ଏଲିନା ଦାସଙ୍କ ତତ୍ତ୍ବାବଧାନରେ ଚାଲୁଥିବା ଏହି ଢାବାରେ ବେଆଇନ ଆର୍ଥିକ କାରବାର ଅଭିଯୋଗ ପରେ ଏବେ ହଇଚଇ । ତେବେ ଏନେଇ ପ୍ରଣବ କିମ୍ବା ଏଲିନାଙ୍କ ପ୍ରତିକ୍ରିୟା ମିଳିନଥିବାବେଳେ ଖାଲି କରାଯାଇଛି ବଲେ ବଲେ ଢାବା ।

Advertisment

ଅଧିକ ପଢ଼ନ୍ତୁ: ରଥଯାତ୍ରା ପାଇଁ ୨ ଦିନ ଛୁଟି ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ଏଠି ପ୍ରଶ୍ନ, କାହା ଟଙ୍କାରେ ତିଆରି ହୋଇଛି ଏହି ଢାବା ? ସାଧାରଣ ଲୋକଙ୍କ ସ୍ବାର୍ଥରେ ଖର୍ଚ୍ଚ ହେଉଥିବା ଅର୍ଥ ଏଠି ବିନିଯୋଗ ହୋଇନି ତ ? ଗତ ଦୁଇ ଦିନ ଧରି ଗଣମାଧ୍ୟମରେ ‘ବଲ୍ଲେ ବଲ୍ଲେ’ ଢାବାକୁ ନେଇ ଘନ ଘନ ଖବର ପ୍ରସାରଣ ସତ୍ତ୍ନେ କାହିଁକି ସାମ୍ନାକୁ ଆସି ସତ ଉଗାରୁ ନାହାଁନ୍ତି ଏଲିନା କିମ୍ବା ବିଜେଡି ନେତା ? ‘ବଲ୍ଲେ ବଲ୍ଲେ’ ଢାବା ସହ ଲିଙ୍କକୁ ନେଇ ଝଡ଼ ଉଠୁଥିଲେ ବି କାହିଁକି ପ୍ରତ୍ୟକ୍ଷ ଭାବେ ଆଗକୁ ଆସି ପ୍ରତିକ୍ରିୟା ରଖୁନାହାଁନ୍ତି ଜିତୁ ଓରଫ ପ୍ରଣବ ବଳବନ୍ତରାୟ ? 

BJD Dhaba Owner
Advertisment
Advertisment