Advertisment

FM Student Case: 'ସମସ୍ତେ ମିଶିକି ମୋ ଝିଅକୁ ମରିବା ପାଇଁ ବାଧ୍ୟ କରିଛନ୍ତି'

ମିଳିତ ଷଡ଼ଯନ୍ତ୍ର କରି ମାରିଦିଆଯାଇଛି ମୋ ଝିଅକୁ। ଏଭଳି ସାଂଘାତିକ ଅଭିଯୋଗ କରିଛନ୍ତି ମୃତ ଛାତ୍ରୀଙ୍କ ବାପା।

FM Student Case

FM Student Case

Advertisment

ବାଲେଶ୍ବର FM ପୀଡ଼ିତା ଆତ୍ମଦାହ କରିନାହାଁନ୍ତି, ବରଂ ତାଙ୍କୁ ହତ୍ୟା କରାଯାଇଛି। ସମସ୍ତେ ମିଶିକି ମୋ ଝିଅକୁ ମରିବା ପାଇଁ ବାଧ୍ୟ କରିଛନ୍ତି। ମିଳିତ ଷଡ଼ଯନ୍ତ୍ର କରି ମାରିଦିଆଯାଇଛି ମୋ ଝିଅକୁ। ଏଭଳି ସାଂଘାତିକ ଅଭିଯୋଗ କରିଛନ୍ତି ମୃତ ଛାତ୍ରୀଙ୍କ ବାପା।

Advertisment

ସେ କହିଛନ୍ତି ପ୍ରିନସିପାଲ୍ ରୁମରେ କିଛି ତ ଘଟିଲା, ତେଣୁ  ଝିଅ ଏମିତି ଘଟଣା ଘଟାଇଲା। ତା’ସହ ୪ଟି ପ୍ରଶ୍ନ କରି ଘେରିଛନ୍ତି ମୃତ ଛାତ୍ରୀଙ୍କ ବାପା। କହିଛନ୍ତି ପ୍ରିନସିପାଲ୍ ରୁମରେ କିଛି ତ ଘଟିଥିବ, ନଚେତ୍ ମୋ ଝିଅ ଚାମ୍ବରରୁ ବାହାରି ଏମିତି ଘଟାଇବ କାହିଁକି ? ପ୍ରିନସିପାଲ୍ କହିଥିଲେ, ମାମଲାର ତଦନ୍ତ କରୁଛି ଆଭ୍ୟନ୍ତରୀଣ ଅଭିଯୋଗ କମିଟି। ରିପୋର୍ଟ ଆସିବା ପରେ ଆପଣଙ୍କ ସାମ୍ନାରେ ତା’ର ସିଲ୍ ଖୋଲାଯିବ। ତା’ପୂର୍ବରୁ କେମିତି ଖୁଲାସା ହୋଇଗଲା ରିପୋର୍ଟ ? ମୋ ଝିଅର ଯଦି ଆଟେଣ୍ଡାନସ୍ କମ୍ ଥିଲା, ଅଭିଭାବକ ହିସାବରେ ମୋତେ କାହିଁକି ଅବଗତ କରାଗଲା ନାହିଁ ? ପରୀକ୍ଷା ରୋକାଯାଇଥିବା ୯ ପିଲାଙ୍କ ମଧ୍ୟରୁ ପରବର୍ତ୍ତୀ ସମୟରେ ୮ ଜଣଙ୍କୁ ଅନୁମତି ଦିଆଗଲା। କିନ୍ତୁ ମୋ ମେଧାବୀ ଝିଅ କି ଦୋଷ କରିଥିଲା ଯେ, ପରୀକ୍ଷା ପାଇଁ ଅନୁମତି ଦିଆଗଲା ନାହିଁ ? ଝିଅ କ’ଣ ଦୋଷ କରିଥିଲା ଯେ ତାକୁ ପରୀକ୍ଷା ପାଇଁ ଅନୁମତି ଦିଆଗଲା ନାହିଁ ? HOD ସମୀର ସାହୁର ପୂର୍ବ ରେକର୍ଡ ବି ଖରାପ ରହିଛି। ସେ କଲେଜରେ ରାକେଟ୍ ଚଲାଉଥିଲେ ବୋଲି ସାଂଘାତି ଅଭିଯୋଗ କରିଛନ୍ତି ଛାତ୍ରୀଙ୍କ ବାପା।

ଅନ୍ୟପଟେ ବଞ୍ଚିଥିଲାବେଳେ ଟାହିଟାପରା କଲେ ଆଉ ମଲା ପରେ ନ୍ୟାୟ ପାଇଁ ଚିଲୋଉଛନ୍ତି। ଆଜି ଆମ ସାଙ୍ଗ ଜଳିନି, ଆମେ ସମସ୍ତେ ଜଳୁଛୁ, ଉଚିତ୍ ତଦନ୍ତ ନହେବା ଯାଏଁ ଆମେ ଜଳୁଥିବୁ ବୋଲି ଅନେକ କଥା କହି ଗୁମର ଖୋଲିଛନ୍ତି ମୃତା ଏଫଏମ୍ ପୀଡିତାଙ୍କ ସାଙ୍ଗ କଶିସ୍ ଦାଶ।

Advertisment

କଶିସ୍ କହିଛନ୍ତି- ଆମେ ଏବିଭିପି ସଂଗଠନରେ ଥିବାରୁ ସାଙ୍ଗକୁ ନେଇ ରାଜନୈତିକ ଷଡ଼ଯନ୍ତ୍ର ହୋଇଛି। କେବଳ ଟାହିଟପରା ନୁହେଁ, ସାଙ୍ଗ ସପକ୍ଷରେ ମାତ୍ର ଆମେ ୧୦ ଜଣ ଥିବାବେଳେ ବିପକ୍ଷରେ ୨ଶହରୁ ୩ଶହ ପିଲା ଥିଲେ। ସେମାନଙ୍କ ଛି ଛିକୁ ସହି ନପାରି ସାଙ୍ଗ ହାରିଗଲା, ଯେଉଁଦିନ ପେଟ୍ରୋଲ କେଉଁଠୁ ଆସିଥିଲା ଜଣାପଡ଼ିବ ସେଦିନ ଅଧା ତଦନ୍ତ ସରିଯିବ ବୋଲି କହିଛନ୍ତି କଶିସ୍। 

ଅଧିକ ପଢନ୍ତୁ: ବୋହୂଙ୍କୁ ଦୁଷ୍କର୍ମ କରି ହତ୍ୟା କଲା ଶ୍ବଶୁର, ୧୦ ଫୁଟ ଗାତରୁ ମିଳିଲା ମୃତଦେହ

Advertisment
Balasore fm-college-news
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ