Advertisment

Flood in Baleswar: ସୁବର୍ଣ୍ଣରେଖା-ବୁଢାବଳଙ୍ଗ ବନ୍ୟାରେ ଉବୁଟୁବୁ ଉତ୍ତର ଓଡ଼ିଶା

ସପ୍ତାହକ ଭିତରେ ବାଲେଶ୍ବର ଜିଲ୍ଲାରେ ଦ୍ବିତୀୟ ବନ୍ୟା ସୃଷ୍ଟି ହୋଇଛି। ବାଲେଶ୍ବର ଜିଲ୍ଲାର ୩୦ରୁ ଅଧିକ ପଞ୍ଚାୟତ ବନ୍ୟାରେ ପ୍ରଭାବିତ ହୋଇଥିବା ବେଳେ ବହୁ ପଞ୍ଚାୟତ ବାହ୍ୟ ଜଗତରୁ ବିଚ୍ଛିନ୍ନ ହୋଇଯାଇଛି।

ଅଦ୍ୟତନ ହୋଇଛି
Flood in Baleswar

Flood in Baleswar

Advertisment

ଭାସୁଛି ବାଲେଶ୍ବର। ବୁଡ଼ିଛି ଉତ୍ତର ଓଡ଼ିଶାର ପ୍ରାଣକେନ୍ଦ୍ର। ସପ୍ତାହକ ଭିତରେ ଦ୍ବିତୀୟ ଥର ବନ୍ୟାରେ ଉବୁଟୁବୁ ବାଲେଶ୍ବର ଜିଲ୍ଲାର ୬ଟି ବ୍ଲକ୍। ଏଥର ସୁବର୍ଣ୍ଣରେଖା ସମେତ ବୁଢାବଳଙ୍ଗ ଓ ଜଳକାରେ ଏକାବେଳକେ ବନ୍ୟା ଆସିଥିବାରୁ ନାକେଦମ ହୋଇଛନ୍ତି ବାଲେଶ୍ବର ଜିଲ୍ଲାବାସୀ। ନଦୀ ଉପରମୁଣ୍ଡର ପାଣି ଆଉ ତଳମୁଣ୍ଡରେ ବର୍ଷା ପରେ ସପ୍ତାହକ ପରେ ପୁଣି ଥରେ ଫୁଲିଛି ସୁବର୍ଣ୍ଣରେଖା। ଆଉ ଥରେ ବନ୍ୟାର ପ୍ରଭାବ ପଡ଼ିଛି ବାଲେଶ୍ବର ଜିଲ୍ଲାର ବସ୍ତା, ବାଲିଆପାଳ, ଜଳେଶ୍ବର ଓ ଭୋଗରାଇ ବ୍ଲକ ଉପରେ। ଏଇ ୪ଟି ବ୍ଲକର ପ୍ରାୟ ୩୦ରୁ ଅଧିକ ପଞ୍ଚାୟତରେ ପାଣି ପଶିବା ପରେ ପ୍ରଭାବିତ ହୋଇଛନ୍ତି ହଜାର ହଜାର ଲୋକ।

Advertisment

ଅଧିକ ପଢନ୍ତୁ: ଲଗାଣ ବର୍ଷାରେ ସ୍ଥିତି ବେହାଲ, ଦୁଇ ଜିଲ୍ଲାରେ ହୋଇପାରେ ବଡ଼ ବନ୍ୟା

ବନ୍ୟା ଯୋଗୁଁ ଉତ୍ତର ବାଲେଶ୍ବରର ବହୁ ପଞ୍ଚାୟତ ବାହ୍ୟ ଜଗତରୁ ବିଚ୍ଛିନ୍ନ ହୋଇଯାଇଛି। ଘରେ ପାଣି ପଶିଥିବାରୁ ଖାଇବା ପିଇବା ଭୁଲି ଉଚ୍ଚା ଯାଗାରେ ଆଶ୍ରୟ ନେଇଛନ୍ତି ବନ୍ୟା ବିପନ୍ନ। ସପ୍ତାହେ ତଳେ ବନ୍ୟା କବଳରୁ ମୁକୁଳି ଯାଇ ଟିକେ ଆଶ୍ବସ୍ତ ହେବା ବେଳକୁ ପୁଣି ଦାଉ ସାଧିଛି ପ୍ରକୃତି। ଏପଟେ ସୋମବାର ଅପରାହ୍ମ ୪ଟା ସୁଦ୍ଧା ରାଜଘାଟଠାରେ ସୁବର୍ଣ୍ଣରେଖା ବିପଦ ସଙ୍କେତ ଉପରେ ପ୍ରଭାବିତ ହେଉଛି। ତେଣୁ ବନ୍ୟା ସ୍ଥିତି ଆଗକୁ ଆହୁରି ସଙ୍ଗୀନ ହେବା ଅନୁମାନ କରାଯାଉଛି। ଯାହାକୁ ନେଇ ଭୟ ଆଉ ଆଶଙ୍କା ଭିତରେ ବନ୍ୟା ଦୁର୍ଗତ। ସେପଟେ ମୟୂରଭଞ୍ଜ ଜିଲ୍ଲରା କିଛି ଅଞ୍ଚଳ ମଧ୍ୟ ବୁଢାବଳଙ୍ଗରେ ବନ୍ୟା ପାଇଁ ପ୍ରଭାବିତ ହୋଇଛି। ତେବେ ବନ୍ୟା ସ୍ଥିତି ନିୟନ୍ତ୍ରଣାଧୀନ ଥିବା ରାଜସ୍ବ ମନ୍ତ୍ରୀ କହିଥିବା ମୁକାବିଲା ପାଇଁ ବ୍ୟାପକ ପଦକ୍ଷେପ ନିଆଯାଉଥିବା କହିଛନ୍ତି।

ଅଧିକ ପଢନ୍ତୁ: ବନ୍ୟାରେ ଉବୁଟୁବୁ ଉତ୍ତର ଓଡ଼ିଶା; ଡର ବଢ଼ାଇଲା ଆଗକୁ ୪ଦିନ ବଡ଼ ବର୍ଷା !

Advertisment

Flood Hit Districts Baleswar
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ