Advertisment

Balangir Police: ନିଶା ରାତିରେ ପୋଲିସର ଚୋରା ପୀରତି, ଧରା ପକାଇଦେଲା ସିସିଟିଭି...

ବିଳମ୍ବିତ ରାତିରେ ଦୁର୍ଘଟଣା ଘଟାଇଲା କଣ୍ଟେନର । ଡ୍ରାଇଭର ନାଁରେ ପରୱାନା ଜାରି କଲା ପୋଲିସ । ହେଲେ ଦୁର୍ଘଟଣା ସ୍ଥଳର ସିସିଟିଭି ଫୁଟେଜ ସାମ୍ନାକୁ ଆସିବା ପରେ ଧରାପଡିଗଲା ନିଶା ରାତିରେ ବଲାଙ୍ଗୀର ପୋଲିସର ଚୋରା ପୀରତି ।

Balangir Police

Balangir Police

Advertisment

ପାଞ୍ଚ ଦିନ ତଳେ ବଲାଙ୍ଗୀର ୨୬ ନଂ ଜାତୀୟ ରାଜପଥ ସାଗରପଡା ଛକ ନିକଟରେ ଦୋକାନ ଭିତରକୁ ଧସେଇ ପଶିଥିଲା ଗୋଟିଏ ବଡ଼ କଣ୍ଟେନର ।  ସେହି ଦୁର୍ଘଟଣା ପରଠୁ ଫେରାର୍ ଡ୍ରାଇଭରକୁ ଖୋଜୁଛି ବଲାଙ୍ଗିର ଟାଉନ ପୋଲିସ । ଡ୍ରାଇଭର ନାଁରେ ପରୱାନା ବି ଜାରି କରିଛି । ହେଲେ ଏବେ ସାମ୍ନାକୁ ଆସିଥିବା ଦୁର୍ଘଟଣା ସ୍ଥଳର ସିସିଟିଭି ଫୁଟେଜ କହୁଛି ପ୍ରକୃତ ସତ । 

Advertisment

ସିସିଟିଭି ଫୁଟେଜରେ ଦେଖାଯାଇଛି, ସେଦିନ ମଧ୍ୟରାତିରେ ଘଟିଥିବା ଦୁର୍ଘଟଣା ପରେ ଘଟଣାସ୍ଥଳକୁ ଆସିଥିଲା ପୋଲିସ ଗାଡି । ବର୍ଦ୍ଦିରେ ଦୁଇ ଜଣ ପୋଲିସ ବି ବାଇକରେ ଆସିଥିଲେ । ଦୁର୍ଘଟଣା ପରେ ଗୋଡରେ ଆଘାତ ଲାଗିଥିବାରୁ ଗୋଡ ଛୋଟାଇ ବାହାରିଥିଲେ ଡ୍ରାଇଭର । ଉପସ୍ଥିତ ପୋଲିସ କର୍ମଚାରୀ, ଅଧିକାରୀଙ୍କ ସହିତ କିଛି କଥାବାର୍ତ୍ତା ବି କରିଥିଲେ । ତା'ପରେ ଗାୟବ ଡ୍ରାଇଭର । କିନ୍ତୁ ସକାଳୁ ନୋଟିସ କରି ଡ୍ରାଇଭରକୁ ଛାଡିଦେଇଛି ପୋଲିସ । ତେବେ କାହିଁକି ଡ୍ରାଇଭରର ମେଡିକାଲ ଟେଷ୍ଟ କଲା ନାହିଁ ପୋଲିସ ? ଅନ୍ଧାର ରାତିରେ, ବଲାଙ୍ଗିର ଟାଉନ ପୋଲିସର ଏ ଚୋରା ପୀରତିକୁ ନେଇ ସାଧାରଣରେ ପ୍ରଶ୍ନ । 

ଅଧିକ ପଢନ୍ତୁ: ୩ ବ୍ୟାଙ୍କ୍ ଉପରେ ରାଜ୍ୟ ସରକାରଙ୍କ ଆକ୍ସନ, ଜମା ହେବନି ଟଙ୍କା

ଗତ ୧୭ ତାରିଖ ରାତି ୩ଟା ୪୫ । ଲମ୍ବାଲାଇନରେ ଆସୁଥିଲା ୧୦ରୁ ୧୨ଟି କଣ୍ଟେନର । କିନ୍ତୁ ହଠାତ, ସହରର ସାଗରପଡା ଛକ ନିକଟରେ ରାସ୍ତାକଡରେ ଥିବା ମାର୍କେଟ କଂପ୍ଳେକ୍ସକୁ ଧସେଇ ପଶିଥିଲାଲା ଏକ କଣ୍ଟେନର । ସୌଭାଗ୍ୟବଶତଃ କେହି ଦୋକାନ ଘରେ କି ବାହାରେ ଶୋଇନଥିଲେ । ତେଣୁ ଏକ ବଡ ଅଘଟଣ ଟଳି ଯାଇଥିଲା । ହେଲେ ଦୁର୍ଘଟଣାରେ ୫ଟି ଦୋକାନରେ ଅନେକ କ୍ଷତି ହୋଇଥିଲା । 

Advertisment

ସାଧାରଣ ଲୋକଙ୍କ ସେଲୁନ ଓ, ଖୁଚୁରା ଦୋକାନ ଦୁର୍ଘଟଣାରେ କ୍ଷତିଗ୍ରସ୍ତ ହୋଇଥିବାରୁ, ବ୍ୟବସାୟୀଙ୍କ ବେପାରରେ ମାଡ ପଡିଛି । ଦୋକାନୀଙ୍କ ଅଭିଯୋଗ, ଋଣ କରି ଦୋକାନ କରିଥିଲୁ ।  ତେଣୁ ଆମକୁ କ୍ଷତିପୂରଣ ଦେବା ସହିତ ତୁରନ୍ତ ଦୁର୍ଘଟଣାଗ୍ରସ୍ତ ଟ୍ରକକୁ ଉଠାଇଲେ ଆମେ ମରାମତି କରି ଦୋକାନ ଖୋଲିବୁ । କିନ୍ତୁ ସହର ମଝିରେ ଏଭଳି ଘଟଣା ଘଟିଥିଲେ ବି ୫ ଦିନ ହେଲାଣି ପଡିରହିଛି ଗାଡି ।  

ଅଧିକ ପଢନ୍ତୁ: ବରଗଡ଼କୁ ବ୍ୟାପିଲା ଡାଇରିଆ, ପଦ୍ମପୁର ପରେ ଅମ୍ବାଭୋନାରେ ଝାଡାବାନ୍ତି ଆତଙ୍କ

Advertisment
Truck Accident Balangir Police
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ