Advertisment

Balangir Hottest City: ଖରା ମାଡ଼ରେ ଗାଏବ ମାଘର ଜାଡ଼

ପାଣିପାଗ ବିଭାଗ ପୂର୍ବାନୁମାନ କରିଛି, ରାଜ୍ୟରେ ଆସନ୍ତା ୪-୫ ଦିନ ପାଗରେ କୌଣସି ପରିବର୍ତ୍ତନ ସମ୍ଭାବନା ନାହିଁ। ତେଣୁ ତାପମାତ୍ରା ଆହୁରି ବଢ଼ିପାରେ। ବର୍ତ୍ତମାନ ମେଘମୁକ୍ତ ଆକାଶ ସହ ଦକ୍ଷିଣ-ପଶ୍ଚିମ ବାୟୁ ପ୍ରଭାବରେ ବଢିଛି ତାପମାତ୍ରା।

Weather

Weather

Advertisment

ଖରା ମାଡ଼ରେ ଗାଏବ ମାଘର ଜାଡ଼। ଫେବ୍ରୁଆରୀରୁ ମାଡ଼ି ଆସିଲାଣି ଗ୍ରୀଷ୍ମ ପ୍ରବାହ। ଅଚାନକ ଉପରମୁହାଁ ହେବା ସହ ପାରଦ ଡେଇଁଲାଣି ୩୬ ଡିଗ୍ରୀ। ସକାଳ ୯ଟାରୁ ତତାଉଛି। ଉପକୂଳରୁ ପଶ୍ଚିମ ସବୁଠି ଖରାରେ ଅସ୍ତବ୍ୟସ୍ତ ହେଲାଣି ଜନଜୀବନ। ଆଉ ଆବଶ୍ୟକ ପଡୁନି ଶୀତ ପୋଷାକ। ଘରେ ହେଉ କି ବାହାରେ ଦେହରୁ ବାହାରୁଛି ଗମଗମ୍ ଝାଳ। ଗତ କିଛି ଦିନ ହେବ ରାଜ୍ୟରେ ଏମିତି ବଦଳିଛି ପାଣିପାଗର ମିଜାଜ।

Advertisment

ଆଜି ରାଜ୍ୟରେ ସବୁଠୁ ଉତ୍ତପ୍ତ ସହର ପାଲଟିଛି ବଲାଙ୍ଗିର। ସେଠାରେ ଚଳିତ ବର୍ଷ ପ୍ରଥମ ଥର ସର୍ବୋଚ୍ଚ ତାପମାତ୍ରା ୩୬.୭ ଡିଗ୍ରୀ ରେକର୍ଡ ହୋଇଛି। ସେହିପରି ଟିଟିଲାଗଡ଼ରେ ୩୬, ପାରଳାଖେମୁଣ୍ଡି ୩୫.୮, ଝାରସୁଗୁଡାରେ ୩୫.୬, ସମ୍ବଲପୁର ୩୫.୧ ଓ ଭବାନୀପାଟଣାରେ ତାପମାତ୍ରା ରହିଛି ୩୫ ଡିଗ୍ରୀ ସେଲସିୟସ୍‌ ରହିଛି। ରାଜଧାନୀ ଭୁବନେଶ୍ୱରରେ ପାରଦ ୩୪.୯ ଡିଗ୍ରୀ ସେଲସିୟସ୍‌ ରହିଥିଲା।

ଅଧିକ ପଢ଼ନ୍ତୁ: ସରିଲା ଅପେକ୍ଷା, ୮ରେ ପୁଣି ବଣ୍ଟାଯିବ ସୁଭଦ୍ରା ଟଙ୍କା

ପାଣିପାଗ ବିଭାଗ ପୂର୍ବାନୁମାନ କରିଛି, ରାଜ୍ୟରେ ଆସନ୍ତା ୪-୫ ଦିନ ପାଗରେ କୌଣସି ପରିବର୍ତ୍ତନ ସମ୍ଭାବନା ନାହିଁ। ତେଣୁ ତାପମାତ୍ରା ଆହୁରି ବଢ଼ିପାରେ। ବର୍ତ୍ତମାନ ମେଘମୁକ୍ତ ଆକାଶ ସହ ଦକ୍ଷିଣ-ପଶ୍ଚିମ ବାୟୁ ପ୍ରଭାବରେ ବଢିଛି ତାପମାତ୍ରା। ଏଥିସହ ଦେଶରେ ଜାନୁଆରୀ ଓ ଫେବ୍ରୁଆରୀରେ ସ୍ୱାଭାବିକଠାରୁ କମ୍‌ ବର୍ଷା ହୋଇଛି। ଫଳରେ ତାତି ସ୍ୱାଭାବିକଠାରୁ ଅଧିକ ରହିବ। ଚଳିତ ମାସ ଦ୍ୱିତୀୟ ସପ୍ତାହ ପରେ ପାରଦ ବଢ଼ିବ ବୋଲି ପାଣିପାଗ ବିଜ୍ଞାନୀ ପୂର୍ବାନୁମାନ କରିଛନ୍ତି।

Advertisment
Weather Hottest February
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ