Advertisment

Ayushman Bharat Yojana in Odisha: ଆଜିଠୁ ଓଡ଼ିଶାରେ ଆୟୁଷ୍ମାନ ଭାରତ, ଶୁଭାରମ୍ଭ କରିବେ ଜେପି ନଡ୍ଡା

ଆଜିଠୁ ରାଜ୍ୟରେ ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା ଓ ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନା ମିଳିତ ଭାବେ ଆରମ୍ଭ ହେବ । କଟକର ବାଲିଯାତ୍ରା ପଡିଆରେ ଏହି ଯୋଜନାର ଶୁଭାରମ୍ଭ କରିବେ ଜେପି ନଡ୍ଡା ।

ଅଦ୍ୟତନ ହୋଇଛି
Ayushman Bharat

Ayushman Bharat

Advertisment

ଆଜିଠୁ ରାଜ୍ୟରେ ରାଜ୍ୟରେ ଲାଗୁ ହେବ ଆୟୁଷ୍ମାନ ଯୋଜନା । ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା ଓ ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନା ମିଳିତ ଭାବେ ଆରମ୍ଭ ହେବ । ଏନେଇ କଟକର ବାଲିଯାତ୍ରା ପଡିଆରେ ଏକ ରାଜ୍ୟସ୍ତରୀୟ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିବାବେଳେ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଜେପି ନଡ୍ଡା ଯୋଗ ଦେଇ ଏହି ଯୋଜନାର ଶୁଭାରମ୍ଭ କରିବେ ।ଜେପି ନଡ୍ଡାଙ୍କ ଉପସ୍ଥିତିରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆନୁଷ୍ଠାନିକ ଭାବେ ସ୍ୱାସ୍ଥ୍ୟ କାର୍ଡ ବଣ୍ଟନ କରିବେ ।

Advertisment

ଏହି କାର୍ଯ୍ୟକ୍ରମରେ ରାଜ୍ୟର ଦୁଇ ଉପମୁଖ୍ୟମନ୍ତ୍ରୀ, କନକ ବର୍ଦ୍ଧନ ସିଂଦେଓ ଓ ପ୍ରଭାତୀ ପରିଡା, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଜୁଏଲ ଓରାମ ଓ ଅଶ୍ୱିନୀ ବୈଷ୍ଣବ, ରାଜ୍ୟ ସ୍ୱାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗଙ୍କ ସହ ବହୁ ପ୍ରମୁଖ ବ୍ୟକ୍ତି ବିଶେଷ ଯୋଗଦେବେ । ଏହି ଅବସରରେ ପ୍ରାୟ ୨୫ ହଜାର ଲୋକଙ୍କ ସମାଗମ ହେବ । ପାର୍କିଂ ଓ ସୁରକ୍ଷା ବ୍ୟବସ୍ଥାରେ ୩୦ ପ୍ଲାଟୁନ ଫୋର୍ସ ମୁତୟନ ରହିବେ ।

ରାଜ୍ୟର ୧୨ଟି ଜିଲ୍ଲାରେ ଏଥିପାଇଁ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି । ରାଜ୍ୟ ସରକାରଙ୍କ ୧୨ ଜଣ ମନ୍ତ୍ରୀ ଏଥିରେ ଅତିଥି ଭାବରେ ଯୋଗ ଦେଇ ସ୍ୱାସ୍ଥ୍ୟକାର୍ଡ ବଣ୍ଟନର ଶୁଭାରମ୍ଭ କରିବେ । କାର୍ଯ୍ୟକ୍ରମର ସିଧା ପ୍ରସାରଣ ରାଜ୍ୟର ୧୪୦୫ଟି ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରରେ କରାଯିବ । ରାଜ୍ୟରେ ପ୍ରାୟ ସାଢେ ୩ କୋଟି ଲୋକଙ୍କୁ ଏହି କାର୍ଡ ପ୍ରଦାନ କରାଯିବ । 

Advertisment

ଅଧିକ ପଢ଼ନ୍ତୁ: ବିଜେଡି ମୁଖିଆଙ୍କୁ ପ୍ରଭାତ ତ୍ରିପାଠୀଙ୍କ କଡ଼ା କାଉଣ୍ଟର

ପୂର୍ବରୁ ପ୍ରତି ପରିବାରକୁ ଗୋଟିଏ କାର୍ଡ ମିଳୁଥିଲା । ଏବେ ପ୍ରତ୍ୟେକ ହିତାଧିକାରୀଙ୍କୁ ଗୋଟିଏ ଲେଖାଏଁ କାର୍ଡ ମିଳିବ । ପୂର୍ବରୁ ରାଜ୍ୟବାସୀଙ୍କୁ ବିଏସକେୱାଇ ଯୋଜନାରେ ୯୭୮ଟି ହସ୍ପିଟାଲରେ ମାଗଣା ଚିକିତ୍ସା ମିଳୁଥିଲା । ଏହି ଯୋଜନା ଅନ୍ତର୍ଗତ ଏବେ ଦେଶର ୨୯ ହଜାର ଘରୋଇ ଏବଂ ସରକାରୀ ହସ୍ପିଟାଲରେ ଦେୟମୁକ୍ତ ଚିକିତ୍ସା ସେବା ମିଳିବ । ସେହିପରି ଆୟୁଷ୍ମାନ ବୟୋବନ୍ଦନା ଯୋଜନାରେ ୭୦ ବର୍ଷରୁ ଅଧିକ ବୟସର ବ୍ୟକ୍ତିମାନଙ୍କୁ ମାଗଣା ସ୍ବାସ୍ଥ୍ୟସେବା ପ୍ରଦାନ ଉପରେ ବିଶେଷ ଗୁରୁତ୍ବ ଦିଆଯାଇଛି ।

ଅଧିକ ପଢ଼ନ୍ତୁ: ମହିଳା ହତ୍ୟାକାଣ୍ଡରେ ଚନ୍ଦନ ଗିରଫ, ଖଣ୍ଡଗିରିରୁ ଆଣି ମାରିଥିଲା ଲିଙ୍ଗିପୁରରେ

Advertisment
JP Nadda Ayushman Bharat Special Health Card Chief Minister Mohan Majhi
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ