Advertisment

Ayushman Bharat Scheme: ଓଡ଼ିଶା ସ୍ବାସ୍ଥ୍ୟସେବା ଇତିହାସରେ ନୂଆ ଫର୍ଦ୍ଦ, କଟକରେ ବହୁ ପ୍ରତୀକ୍ଷିତ ‘ଆୟୁଷ୍ମାନ ଭାରତ’ର ଶୁଭାରମ୍ଭ

ଆଜିଠୁ ଓଡ଼ିଶା ହେଲା ଆୟୁଷ୍ମାନ। ଲାଗୁ ହେଲା ବହୁ ପ୍ରତିକ୍ଷୀତ ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା । ଏଥିସହ ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନା ପ୍ରଣୟନ ସାଙ୍ଗକୁ ନୂଆ ଏକକ କାର୍ଡ ବିତରଣ ଓ ଆୟୁଷ୍ମାନ ବୟୋ ବନ୍ଦନା ଯୋଜନାର ବି ଶୁଭାରମ୍ଭ କରିଛନ୍ତି କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ଜେ.ପି. ନଡ୍ଡା ।

undefined

ଆୟୁଷ୍ମାନ ପାଇଁ ବାଟ ଜଗିଥିଲେ ନବୀନ

Advertisment

ରାଜ୍ୟରେ ସ୍ବାସ୍ଥ୍ୟସେବା କ୍ଷେତ୍ରରେ ନୂଆ ଫର୍ଦ୍ଦ । ଆଜିଠୁ ଲାଗୁ ହେଲା ବହୁ ପ୍ରତିକ୍ଷୀତ ଆୟୁଷ୍ମାନ ଭାରତ ଯୋଜନା । କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ଜେ.ପି. ନଡ୍ଡା ଯୋଜନାର ଶୁଭାରମ୍ଭ କରି ଏହା ଇନସୁରାନ୍ସ ନୁହେଁ ବରଂ ଆସୁରାନ୍ସ ବୋଲି କହିବା ସହ ଏଭଳି ମହତ୍ତ୍ବାକାଂକ୍ଷୀ ଯୋଜନା ଲାଗୁରେ ୭ ବର୍ଷ ବିଳମ୍ବ ପାଇଁ ସିଧା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଦାୟୀ କରିଥିଲେ । ସେହିପରି ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଆଜିର ଦିନକୁ ଐତିହାସିକ ବୋଲି ବର୍ଣ୍ଣନା କରିବା ସହ ରାଜନୈତିକ ଉଦ୍ଦେଶ୍ୟ ରଖି ପୂର୍ବ ସରକାର ଏ ଯୋଜନାକୁ ଲାଗୁ କରିନଥିବା ମଧ୍ୟ ଆରୋପ ଲଗାଇଥିଲେ ।

Advertisment

ଅଧିକ ପଢ଼ନ୍ତୁ: କାମ ଦେଲାନି ନବୀନଙ୍କ ନାଲିଆଖି; କ'ଣ ହେବ ବିଜେଡିର ଭବିଷ୍ୟତ ?

ଆଜିଠୁ ଓଡ଼ିଶା ହେଲା ଆୟୁଷ୍ମାନ। ଲାଗୁ ହେଲା ବହୁ ପ୍ରତିକ୍ଷୀତ ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା । ଏଥିସହ ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନା ପ୍ରଣୟନ ସାଙ୍ଗକୁ ନୂଆ ଏକକ କାର୍ଡ ବିତରଣ ଓ ଆୟୁଷ୍ମାନ ବୟୋ ବନ୍ଦନା ଯୋଜନାର ବି ଶୁଭାରମ୍ଭ କରିଛନ୍ତି କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ଜେ.ପି. ନଡ୍ଡା । ଆଜି କଟକ ବାଲିଯାତ୍ରା ପଡ଼ିଆରେ ସ୍ବତନ୍ତ୍ର ଉତ୍ସବରେ ସମ୍ବୋଧନ କରି ନଡ୍ଡା କହିଥିଲେ- ଆୟୁଷ୍ମାନ ଭାରତ ବିଶ୍ବର ସବୁଠୁ ବଡ଼ ସ୍ବାସ୍ଥ୍ୟ ସେବା ଯୋଜନା। ଏହା ଇନସୁରାନ୍ସ ନୁହେଁ, ଆସୁରାନ୍ସ ସ୍କିମ୍। ଏହା ଅଧୀନରେ ଦେଶର ୬୧ କୋଟି ଲୋକ ଉପକୃତ ହେଉଛନ୍ତି । ଏବେ ଓଡ଼ିଶାର ୩ କୋଟି ୫୧ ଲକ୍ଷ ଲୋକ ମଧ୍ୟ ଦେଶବ୍ୟାପୀ ଚିକିତ୍ସା ସୁବିଧା ପାଇବେ । ପ୍ରତି ହିତାଧିକାରୀଙ୍କ ପରିବାର ପିଛା ୫ ଲକ୍ଷର ଚିକିତ୍ସା ସୁବିଧା ସହ ମହିଳାଙ୍କୁ ଅତ୍ୟଧିକ ୫ଲକ୍ଷ ଟଙ୍କାର ଚିକିତ୍ସା ସୁବିଧା ମିଳିବ। ଦେଶର ଯେ କୌଣସି ସ୍ଥାନରେ ହିତାଧିକାରୀ ମାଗଣା ଚିକିତ୍ସାର ଲାଭ ଉଠାଇ ପାରିବେ।

୨୦୧୮ ମସିହାରୁ ଦେଶରେ ଲାଗୁ ହେଲାଣି ଆୟୁଷ୍ମାନ ଭାରତ । ହେଲେ ଓଡ଼ିଶାରେ ୭ ବର୍ଷ ବିଳମ୍ବ ପାଇଁ ସିଧା ଗତ ବିଜେଡି ସରକାର ଓ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅହଂ ଭାବକୁ ମଞ୍ଚ ଉପରୁ ନିଶାନା କରିଥିଲେ ନଡ୍ଡା । କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ କହିଥିଲେ ଯୋଜନା ଲାଗୁ ପାଇଁ ନବୀନଙ୍କୁ ବାରମ୍ବାର କୁହାଯାଇଛି । ହେଲେ ସେ ଶୁଣିଲେନି । ସେଥିପାଇଁ ତାଙ୍କୁ ଓଡ଼ିଶାବାସୀ ଘରେ ବସାଇଦେଲେ ଓ ରାଜ୍ୟରେ ପଦ୍ମ ଫୁଟାଇଦେଲେ । ତେବେ ଏଠି ଡବଲ ଇଞ୍ଜିନ ସରକାର ଆସିବାର ଖୁବ କମ୍ ଦିନରେ ଯୋଜନା ଲାଗୁ କରିଥିବାରୁ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଓ ସ୍ବାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗଙ୍କୁ ଧନ୍ୟବାଦ ଜଣାଇଥିଲେ ଜେ.ପି. ନଡ୍ଡା । ତା ସହ ଦିଲ୍ଲୀରେ ଯୋଜନା ଲାଗୁ ନେଇ ବାରମ୍ବାର ଅନୁରୋଧ ସତ୍ତ୍ବେ କେଜ୍ରିୱାଲ୍ ନ ଶୁଣିବାରୁ କିଭଳି ସେଠି ବି ସରକାର ବିଦା ହେଲା ଓ ବିଜେପି କ୍ଷମତାକୁ ଆସିଲା, ସେ ଉଦହାରଣ ଦେଇ ପଡ଼ୋଶୀ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀଙ୍କୁ ବି ପରୋକ୍ଷରେ ଚେତାଇଛନ୍ତି ନଡ୍ଡା ।

Advertisment

ଏଣେ ଆଜି ଓଡ଼ିଶାରେ ଆୟୁଷ୍ମାନ ଭାରତ ଯୋଜନା ଲାଗୁକୁ ଐତିହାସିକ ଦିନ ଭାବେ ବର୍ଣ୍ଣନା କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ମୁଖ୍ୟମନ୍ତ୍ରୀ ତାଙ୍କ ସମ୍ବୋଧନରେ କହିଛନ୍ତି ଓଡ଼ିଶାର ବିକାଶ ଇତିହାସରେ ଆଉ ଏକ ଫର୍ଦ୍ଦ ଯୋଡ଼ିହେଲା । ୩ ମାସ ମଧ୍ୟରେ ସବୁ ଓଡ଼ିଆ ପରିବାରଙ୍କ ପାଖରେ ପହଞ୍ଚିବ ‘ଆୟୁଷ୍ମାନ ଭାରତ’ କାର୍ଡ । ରାଜ୍ୟର ୨୩ ଲକ୍ଷରୁ ଅଧିକ ବରିଷ୍ଠ ନାଗରିକ ମଧ୍ୟ ବୟୋ ବନ୍ଦନାରେ ଦେୟମୁକ୍ତ ଚିକିତ୍ସା ପାଇପାରିବେ ।

ତେବେ ରାଜନୈତିକ ଉଦ୍ଦେଶ୍ୟ ରଖି ପୂର୍ବ ସରକାର ଏହାକୁ ଲାଗୁ କରି ନଥିଲେ ବୋଲି ମୁଖ୍ୟମନ୍ତ୍ରୀ ଆକ୍ଷେପ କରିବା ସହ ଆମ ସରକାର ଆସିବାର ୧୦ ମାସରେ ସ୍ବାସ୍ଥ୍ୟ ଭିତ୍ତିଭୂମି ସଜାଡିଛୁ ଓ ୪ ହଜାରରୁ ଊର୍ଦ୍ଧ୍ବ ଡାକ୍ତର ଓ ସ୍ବାସ୍ଥ୍ୟକର୍ମୀଙ୍କୁ ନିଯୁକ୍ତି ଦେଇଛୁ ବୋଲି କହିଥିଲେ ମୁଖ୍ୟମନ୍ତ୍ରୀ । ସେହିପରି ପୂର୍ବ ସରକାର ଉପରେ ବର୍ଷି ସ୍ବାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ କହିଥିଲେ- ମୋଦି ଶ୍ରେୟ ନେଇଯିବା ଭୟରେ ଜାଣିଶୁଣି ଓଡ଼ିଶାରେ ଆୟୁଷ୍ମାନ ଯୋଜନା ଲାଗୁ କରି ନଥିଲେ। ତେଣୁ ଗଲା ୫ ବର୍ଷରେ ଓଡ଼ିଶା ସରକାର ୩ ହଜାର କୋଟି ଟଙ୍କାର କ୍ଷତି ସହିଛନ୍ତି ।

Advertisment

ସେପଟେ କଟକ ମଞ୍ଚରୁ ନିଜ ସମ୍ବୋଧନରେ ଆୟୁଷ୍ମାନ ଯୋଜନାକୁ ବିଶ୍ବର ସବୁଠୁ ବଡ଼ ସ୍ବାସ୍ଥ୍ୟ ଯୋଜନା ଭାବେ ବର୍ଣ୍ଣନା କରିଛନ୍ତି ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ତଥା କେନ୍ଦ୍ରାପଡ଼ା ସାଂସଦ ବୈଜୟନ୍ତ ପଣ୍ଡା। ବୈଜୟନ୍ତ କହିଥିଲେ ମୋଦିଙ୍କ ନେତୃତ୍ବରେ ଦେଶ ଆଗକୁ ବଢ଼ିଛି, କିନ୍ତୁ ଓଡ଼ିଶା ପଛରେ ପଡ଼ିଥିଲା। କାରଣ ଏଠି କେନ୍ଦ୍ରୀୟ ଯୋଜନା ଲାଗୁ ହେଉନଥିଲା। ତେଣୁ ବିକଶିତ ଭାରତର ସ୍ବପ୍ନ ପୂରଣ ପାଇଁ ବିକଶିତ ଓଡ଼ିଶା ଗଠନ କରିବାକୁ ଅହ୍ବାନ ଦେଇଥିଲେ ବୈଜୟନ୍ତ। କଟକରେ ଆୟୁଷ୍ମାନ ଭାରତ ଯୋଜନା ଲାଗୁ ଅବସରରେ ମଞ୍ଚ ଉପରେ ହିତାଧିକାରୀମାନଙ୍କୁ ସ୍ବାସ୍ଥ୍ୟ କାର୍ଡ ପ୍ରଦାନ କରିଥିଲେ କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ନଡ୍ଡା। ତାସହ ଅୟୁଷ୍ମାନ ଚେତନା ରଥକୁ ବି ପତାକା ଦେଖାଇ ଶୁଭାରମ୍ଭ କରିଥିଲେ ।

ଅଧିକ ପଢ଼ନ୍ତୁ: ବର୍ଷକ ପାଇଁ ଯାତ୍ରା ମଞ୍ଚକୁ ଅଲ୍‌ବିଦା କଲେ ପୀୟୂଷ

Odisha JP Nadda Ayushman Bharat Mukesh Mahaling Mohan Majhi
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ