ଅରବିନ୍ଦଙ୍କୁ ରଥ ପରିଚାଳନା ଦାୟିତ୍ୱ
ରଥ ପରିଚାଳନା ଦାୟିତ୍ବରେ ନୂଆ ଅଫିସର । ଅରବିନ୍ଦ ଅଗ୍ରୱାଲଙ୍କୁ ରଥଯାତ୍ରା ପରିଚାଳନା ଦାୟିତ୍ବ ଦେଲେ ସରକାର । ଉଚ୍ଚ ଶିକ୍ଷା ବିଭାଗ ସଚିବ ଦାୟିତ୍ବ ସହ ରଥଯାତ୍ରା ପରିଚାଳନା ଦାୟିତ୍ବ ତୁଲାଇବେ ଅରବିନ୍ଦ । ରଥଯାତ୍ରା ସୁପରଭିଜନ ପାଇଁ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ନିର୍ଦ୍ଦେଶନାମା ଜାରି ହୋଇଛି ।
ଅଧିକ ପଢ଼ନ୍ତୁ: ଶରଧାବାଲି ଅଘଟଣ: କ୍ଷମା ପ୍ରାର୍ଥନା କଲେ ମୁଖ୍ୟମନ୍ତ୍ରୀ; କହିଲେ, ଏଭଳି ଅବହେଳା ଅକ୍ଷମଣୀୟ
ସେହିପରି ପୁରୀ ଶରଧାବାଲି ଅଘଟଣ ପରେ ବଡ଼ ଆକ୍ସନ ନେଇଛନ୍ତି ରାଜ୍ୟ ସରକାର । ବଦଳିଲେ ପୁରୀ ଜିଲ୍ଲାପାଳ ଓ ଏସ୍ପି । ପୁରୀ ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ୱାଇଁଙ୍କ ସ୍ଥାନରେ ନୂଆ ଜିଲ୍ଲାପାଳ ହେଲେ ଚଞ୍ଚଲ ରାଣା । ସେହିପରି ଏସ୍ପି ଭିନୀତ୍ ଅଗ୍ରୱାଲଙ୍କ ସ୍ଥାନରେ ନୂଆ ଏସ୍ପି ଭାବେ ପିନାକ ମିଶ୍ରଙ୍କୁ ଦାୟିତ୍ୱ ଦିଆଯାଇଛି । ଏହା ସହିତ DCP ବିଷ୍ଣୁ ପତି ଓ କମାଣ୍ଡାନ୍ଟ ଅଜୟ ପାଢୀଙ୍କୁ ଦାୟିତ୍ବରେ ଅବହେଳା ଅଭିଯୋଗ ଯୋଗୁଁ ନିଲମ୍ବିତ କରାଯାଇଛି ।
ଅନ୍ୟପଟେ ଏହି ଦଳାଚକଟା ଘଟଣାରେ ମୃତ୍ୟୁବରଣ କରିଥିବା ଭକ୍ତ ମାନଙ୍କ ପରିବାର ବର୍ଗଙ୍କୁ ମୁଖ୍ୟମନ୍ତ୍ରୀ ସମବେଦନା ଜଣାଇବା ସହିତ ପରିବାରର ନିକଟତମ ଆତ୍ମୀୟଙ୍କ ପାଇଁ ୨୫ ଲକ୍ଷ ଟଙ୍କା ଲେଖାଏଁ ଆର୍ଥିକ ସହାୟତା ରାଶି ଘୋଷଣା କରିଛନ୍ତି । ସେହିପରି ଏହି ଘଟଣାର ସଂପୂର୍ଣ୍ଣ ପ୍ରଶାସନିକ ତଦନ୍ତ ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି। ଉନ୍ନୟନ କମିଶନରଙ୍କ ଅଧ୍ୟକ୍ଷତାରେ ଏହି ତଦନ୍ତ କରାଯିବ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/IMAGE_1751192070.jpg)