Subhadra Yojna: ଏଯାଏଁ ମିଳିନି 'ସୁଭଦ୍ରା' ସହାୟତା !! ଆପ୍ଲିକେସନ୍ 'ଅଣ୍ଡର୍ ପ୍ରୋସେସ୍' ଦେଖାଉଛି କି?

୫ ଏକର ଜମି ନଥାଇ, ସେହି ଆଧାରରେ ଯୋଜନାରୁ ବଞ୍ଚିତ ହୋଇଛନ୍ତି କି? 'ଲଗ୍ ଆଉଟ୍' ଭାବି ଭୁଲରେ 'ଅପ୍ଟ ଆଉଟ୍' ଲିଙ୍କରେ କ୍ଲିକ୍ କରିଛନ୍ତି କି ? ଯଦି ହଁ, ତେବେ ଏବେ ବି ଆପଣଙ୍କ ପାଖରେ ଅଛି 'ସୁଭଦ୍ରା' ସୁଯୋଗ ।

Subhadra Yojna

ସୁଭଦ୍ରା ଆବେଦନ ଅଣ୍ଡର ପ୍ରୋସେସ ଦେଖାଉଥିବା ଆଶାୟୀଙ୍କ ପାଇଁ ଖୁସି ଖବର । ଯୋଗ୍ୟତା ଥିବା ସତ୍ତ୍ୱେ ସହାୟତା ରାଶି ପାଇନଥିଲେ, ପୋର୍ଟାଲରେ ଅଭିଯୋଗ କରନ୍ତୁ ବୋଲି ପରାମର୍ଶ ଦେଇଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା । ଏଥିସହ OTP ଜରିଆରେ e KYC କରିଥିଲେ, ବାୟୋମେଟ୍ରିକ୍ ଦ୍ୱାରା ପୁଣିଥରେ କରନ୍ତୁ ବୋଲି ସେ କହିଛନ୍ତି ।

ଯୋଜନାରୁ ବାଦ୍ ପଡ଼ିଥିବା ମହିଳାମାନଙ୍କୁ ପୁଣିଥରେ ଅଭିଯୋଗର ସୁଯୋଗ ଦେବା ପାଇଁ, ଚତୁର୍ଥ ପର୍ଯ୍ୟାୟ ସୁଭଦ୍ରା ଟଙ୍କା ବିତରଣ ନିଷ୍ପତ୍ତିକୁ ସ୍ଥଗିତ ରଖାଯାଇଛି । ଖୁବ୍ ଶୀଘ୍ର ନୂଆ ତାରିଖ ଘୋଷଣା କରାଯିବ । ଯୋଗ୍ୟତା ଥିବା ସତ୍ତ୍ୱେ ଏଯାଏଁ ମିଳିନି କି 'ସୁଭଦ୍ରା' ସହାୟତା ? ସୁଭଦ୍ରା ଆପ୍ଲିକେସନ୍ 'ଅଣ୍ଡର୍ ପ୍ରୋସେସ୍' ଦେଖାଉଛି କି?

୫ ଏକର ଜମି ନଥାଇ, ସେହି ଆଧାରରେ ଯୋଜନାରୁ ବଞ୍ଚିତ ହୋଇଛନ୍ତି କି? 'ଲଗ୍ ଆଉଟ୍' ଭାବି ଭୁଲରେ 'ଅପ୍ଟ ଆଉଟ୍' ଲିଙ୍କରେ କ୍ଲିକ୍ କରିଛନ୍ତି କି ? ଯଦି ହଁ, ତେବେ ଏବେ ବି ଆପଣଙ୍କ ପାଖରେ ଅଛି 'ସୁଭଦ୍ରା' ସୁଯୋଗ । ସୁଭଦ୍ରା ଯୋଜନାରେ ଚତୁର୍ଥ ପର୍ଯ୍ୟାୟ ହିତାଧିକାରୀଙ୍କ ଚୂଡ଼ାନ୍ତ ତାଲିକା ପ୍ରସ୍ତୁତ । ପୂର୍ବରୁ ଗୁରୁତ୍ୱପୂର୍ଣ୍ଣ ସୂଚନା ଦେଇଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ।

ଅଧିକ ପଢନ୍ତୁ: ଭୋଜନପ୍ରିୟ କାଳିଆ: ପତ୍ନୀଙ୍କ ଅନୁପସ୍ଥିତିରେ ଖାଆନ୍ତି ମାଆ ହାତରନ୍ଧା ୨୪ ପ୍ରକାର ବ୍ୟଞ୍ଜନ

କହିଛନ୍ତି- ଏବେବି ଏଭଳି ପ୍ରାୟ ୫ ଲକ୍ଷ ମହିଳାଙ୍କ ଆବେଦନ ମଞ୍ଜୁରୀ ଅପେକ୍ଷାରେ ରହିଛି, ଯେଉଁମାନେ କେବଳ ଓଟିପି ମାଧ୍ୟମରେ e-KYC କରିଛନ୍ତି । ଯଦି ବାୟୋମେଟ୍ରିକରେ e-KYC କରିଛନ୍ତି, ତେବେ ନିଶ୍ଚିନ୍ତ ରୁହନ୍ତୁ । କିନ୍ତୁ ଯଦି କେବଳ OTP ଜରିଆରେ e-KYC କରିଛନ୍ତି, ତେବେ ଯଥାଶୀଘ୍ର ଜନସେବା କେନ୍ଦ୍ର ବା ମୋ ସେବା କେନ୍ଦ୍ରକୁ ଯାଇ ବାୟୋମେଟ୍ରିକ୍ ପ୍ରକ୍ରିୟାରେ e-KYC କରନ୍ତୁ ।

ଏଥିସହ ଯେଉଁମାନଙ୍କର ପ୍ରକୃତରେ ୫ ଏକର ଜମି ନାହିଁ, ଅଥଚ ଗତବର୍ଷ ମଣ୍ଡିରେ ୫ ଏକର ଜମି ଥିବା ଦର୍ଶାଇ ଧାନ ଦେଇଥିଲେ, ସେମାନେ ସୁଭଦ୍ରା ସହାୟତା ପାଇବାରେ ସମସ୍ୟା ଭୋଗିପାରନ୍ତି । ଏଥିପାଇଁ ସୁଭଦ୍ରା ପୋର୍ଟାଲ କିମ୍ବା ବ୍ଲକ୍ କମିଟି ପାଖରେ ଲିଖିତ ଅଭିଯୋଗ କରିବାକୁ ପରାମର୍ଶ ଦେଇଛନ୍ତି ପ୍ରଭାତୀ । ଗାଁରେ ଏବେ ଅଙ୍ଗନବାଡ଼ି ଦିଦି ଏବଂ RI ଫିଲ୍ଡ ଭେରିଫିକେସନ୍ କରୁଛନ୍ତି, ତେଣୁ ସମସ୍ତେ ସହଯୋଗ କରିବାକୁ ସେ ଅପିଲ କରିଛନ୍ତି ।

ଦେଖନ୍ତୁ ସୁଭଦ୍ରା ପୋର୍ଟାଲର ଏହି ସ୍କ୍ରିନ ସଟ୍ କୁ। ପୋର୍ଟାଲ ଆକାଉଣ୍ଟରୁ ଲଗ୍ ଆଉଟ୍ କରୁଥିବା ଭାବି, ଭୁଲ ବଶତଃ ଏହି ଅପ୍ଟ ଆଉଟ୍ ଲିଙ୍କ୍ ବା ବଟନ୍ ରେ କ୍ଲିକ୍ କରି ଦେଇଛନ୍ତି ଅନେକ ସୁଭଦ୍ରା ଆଶାୟୀ । ଅପ୍ଟ ଆଉଟ୍ ର ଅର୍ଥ- ଆପଣ ଯୋଜନାରେ ସାମିଲ ହେବାକୁ ଚାହୁଁନାହାନ୍ତି ବା ନିଜକୁ ଯୋଜନାରୁ ନିବୃତ ରଖୁଛନ୍ତି ।

ପ୍ରାୟ ୩୧ ହଜାର ମହିଳା ସୁଭଦ୍ରା ସହାୟତା ପାଇବାକୁ ଇଚ୍ଛୁକ ଥିଲେ ବି, ସେମାନେ ନିଜ ଅଜ୍ଞତା କାରଣରୁ ଅପ୍ଟ ଆଉଟରେ କ୍ଲିକ୍ କରି ବାଦ୍ ପଡ଼ିଛନ୍ତି ହିତାଧିକାରୀ ତାଲିକାରୁ । ତେବେ ସେମାନେ ଚାହିଁଲେ ପୋର୍ଟାଲରେ ପୁଣି ଥରେ କଂପ୍ଲେନ୍ ଦେଇପାରିବେ । ଏଥିସହ ଉପମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଏବେ ବି ସହାୟତାରୁ ବଞ୍ଚିତ ଥିବା ହିତାଧିକାରୀଙ୍କୁ ସୁଯୋଗ ଦେବା ପାଇଁ, ଡିସେମ୍ବର ୨୫ରେ ଚତୁର୍ଥ ପର୍ଯ୍ୟାୟ ସୁଭଦ୍ରା ଟଙ୍କା ବିତରଣ ନିଷ୍ପତ୍ତିକୁ ସ୍ଥଗିତ ରଖାଯାଇଛି ।

ଆପ୍ଲିକେସନ ରିଜେକ୍ଟ ହୋଇଥିଲେ ବି, ଯଦି ଜଣେ ନିଜକୁ ଯୋଗ୍ୟ ହିତାଧିକାରୀ ଭାବୁଥାନ୍ତି, ସେ ପୁନର୍ବିଚାର ପାଇଁ ସୁଭଦ୍ରା ପୋର୍ଟାଲ କିମ୍ବା ହେଲ୍ପ ଡେସ୍କ ଜରିଆରେ ଅଭିଯୋଗ କରିପାରିବେ । ଡିସେମ୍ବର ୩୦ ସୁଦ୍ଧା ସମସ୍ତ ଯାଞ୍ଚ ସଂପୂର୍ଣ୍ଣ ହେବ ବୋଲି ଆଶା ରଖାଯାଇଛି । ସମସ୍ତ ଆବେଦନ ଓ ଅଭିଯୋଗକୁ ବିଚାରକୁ ନେଇ ସାରିବା ପରେ ଚୂଡ଼ାନ୍ତ ତାଲିକା ପ୍ରସ୍ତୁତ ହେବ ଏବଂ ତା ପରେ ନୂଆ ତାରିଖ ଘୋଷଣା ହେବ । ଏବେ ସୁଦ୍ଧା ୮୦ ଲକ୍ଷ ୨୯ ହଜାର ମହିଳା ସୁଭଦ୍ରା ସହାୟତା ପାଇସାରିଛନ୍ତି । ଚତୁର୍ଥ ପର୍ଯ୍ୟାୟରେ ୨୦ ଲକ୍ଷରୁ ଅଧିକ, ଅର୍ଥାତ୍ ମୋଟ୍ ୧ କୋଟିରୁ ଅଧିକ ମହିଳାଙ୍କୁ ଏହି ଯୋଜନାରେ ସାମିଲ କରିବାକୁ ସରକାର ଲକ୍ଷ୍ୟ ରଖିଛନ୍ତି ।

ଅଧିକ ପଢନ୍ତୁ: ରାତି ପାହିଲେ ରତ୍ନଭଣ୍ଡାର ମରାମତି କାମ, ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ