Astrospeak
  • Live TV
  • Read In English

Antyodaya Housing Scheme: ଥିଲେ କଚ୍ଚା, ଏବେ ହେବ ପକ୍କା: ଗରିବଙ୍କୁ ମିଳିବ ଅନ୍ତ୍ୟୋଦୟ ଗୃହ...

ଗରିବଙ୍କ ମୁଣ୍ଡ ଉପରୁ ହଟିବ ଝାଟିମାଟିର ଚାଳଛପର । ରବିବାର ଦିନ ଅନ୍ତ୍ୟୋଦୟ ଗୃହ ଯୋଜନାର ଶୁଭାରମ୍ଭ ହୋଇଛି । କଳାହାଣ୍ଡିରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏହି ଯୋଜନାର ଶୁଭାରମ୍ଭ କରିଛନ୍ତି ।

Antyodaya Housing Scheme
Antyodaya Housing Scheme

ଆଉ ରହିବନି କଚ୍ଚା ଘର ! ଥିଲେ କଚ୍ଚା, ଏବେ ହେବ ପକ୍କା । ଗରିବଙ୍କ ମୁଣ୍ଡ ଉପରୁ ହଟିବ ଝାଟିମାଟିର ଚାଳଛପର । ରବିବାର ଦିନ ଅନ୍ତ୍ୟୋଦୟ ଗୃହ ଯୋଜନାର ଶୁଭାରମ୍ଭ ହୋଇଛି । କଳାହାଣ୍ଡିରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏହି ଯୋଜନାର ଶୁଭାରମ୍ଭ କରିଛନ୍ତି । 

ଲୋକଙ୍କ ପକ୍କାଘର ଆଶାକୁ ପୂରଣ କରିବେ ମୋହନ ସରକାର । ସରକାରଙ୍କ ଏହି ଯୋଜନାରେ ଭିନ୍ନକ୍ଷମ, ରୋଗାକ୍ରାନ୍ତ ଓ ବିଧବାଙ୍କୁ ଅଗ୍ରାଧିକାର ମିଳିବ ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି । ଯାହାକୁ ନେଇ ଖୁବ୍‌ ଖୁସିବ୍ୟକ୍ତ କରିଛନ୍ତି ହିତାଧିକାରୀ । 

ଅଧିକ ପଢ଼ନ୍ତୁ: ଖୋଲୁଛି ରାଜା ଚକ୍ର ସୁରକ୍ଷା ଢାଲର ଗୁମର; ଚାର୍ଜସିଟରୁ କେମିତି କଟିଲା ନାଁ, ଉଠିଲା ପ୍ରଶ୍ନ... 

ସେହିଭଳି ଘରପୋଡ଼ି, ହାତୀ ଉପଦ୍ରବ, ବନ୍ୟାବାତ୍ୟା କ୍ଷତିଗ୍ରସ୍ତଙ୍କୁ ବି ଏହି ଯୋଜନାରେ ଅଗ୍ରାଧିକାର ଦେବେ ସରକାର । ଯୋଗ୍ୟ ପରିବାରକୁ ଅଗ୍ରାଧିକାର ଭିତ୍ତିରେ ମିଳିବ ଘର । ୩ ବର୍ଷରେ ବିନିଯୋଗ ହେବ ୭,୫୫୦ କୋଟି ଟଙ୍କା । ବଜେଟ୍‌ରେ ରାଜ୍ୟ ଗରିବଙ୍କ ପକ୍କା ବାସ ଗୃହ ଦେବା ପାଇଁ ବଡ଼ ଲକ୍ଷ୍ୟ ରଖାଯାଇଛି  । ଦାରିଦ୍ର୍ୟ ସୀମାରେଖା ତଳେ ଥିବା ପରିବାରକୁ ଆସନ୍ତା  ୩ ବର୍ଷରେ ଅତି କମ୍‌ରେ ୨ ଲକ୍ଷ ୨୫ ହଜାର ନୂତନ ପକ୍କା ଘର ମଞ୍ଜୁର କରାଯିବ  ।

୨୦୨୫-୨୬ରେ ୭୫ ହଜାର ଗୃହ ନିର୍ମାଣ ପାଇଁ ଲକ୍ଷ୍ୟ ରଖାଯାଇଛି ।  ଚଳିତ ବଜେଟ୍‌ରେ ଏଥିପାଇଁ ୨ ହଜାର ୬୦୩ କୋଟି ବ୍ୟୟ ବରାଦ ହୋଇଛି  ।

ଅଧିକ ପଢ଼ନ୍ତୁ: ୬୦ ହଜାର ଲୋକଙ୍କୁ ପକ୍କାଘରର କାର୍ଯ୍ୟାଦେଶ ବାଣ୍ଟିଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ