Advertisment

Akash Ambani Visits Jagannath Temple: ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଦର୍ଶନ କଲେ ଶିଳ୍ପପତି ଆକାଶ ଅମ୍ବାନୀ

ରିଲାଏନ୍ସ ଜିଓ ଇନଫୋକମ ଲିମିଟେଡ ଅଧ୍ୟକ୍ଷ ଆକାଶ ଅମ୍ବାନୀ ବୁଧବାର ରାତି ୧ଟା ୩୦ରେ ପୁରୀ ଆସି ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଦର୍ଶନ କରିବା ସହ ଶ୍ରୀମନ୍ଦିରକୁ ଦାନ କରିଛନ୍ତି ।

ଅଦ୍ୟତନ ହୋଇଛି
Akash Ambani

Akash Ambani

Advertisment

ପୁରୀରେ ବିଶିଷ୍ଟ ଶିଳ୍ପପତି ମୁକେଶ ଅମ୍ବାନିଙ୍କ ବଡ଼ ପୁଅ ଆକାଶ ଅମ୍ବାନି। ରିଲାଏନ୍ସ ଜିଓ ଇନଫୋକମ ଲିମିଟେଡ ଅଧ୍ୟକ୍ଷ ଆକାଶ ଅମ୍ବାନୀ ବୁଧବାର ବିଳମ୍ବିତ ରାତିରେ ଓଡିଶା ଆସି ପୁରୀରେ ଶ୍ରୀଜଗନ୍ନାଥ ମନ୍ଦିର ପରିଦର୍ଶନ କରିଛନ୍ତି । ଶ୍ରୀ ଜଗନ୍ନାଥଙ୍କ ପାଖରେ ପୁଜାର୍ଚ୍ଚନା କରିଛନ୍ତି । ଶ୍ରୀମନ୍ଦିରରେ ଆକାଶ ଅମ୍ବାନି ଜଗା ଦର୍ଶନ କରିବା ସହ ସେବାୟତଙ୍କ ପାଦ ଛୁଇଁ ଆଶୀର୍ବାଦ ନେଇଛନ୍ତି।

Advertisment

ରାତି ପ୍ରାୟ ୧.୩୦ ସମୟରେ କଡ୍ଡା ସୁରକ୍ଷା ବଳୟ ଭିତରେ ଆକାଶ ଅମ୍ବାନୀ ଶ୍ରୀମନ୍ଦିରରେ ପହଞ୍ଚିବା ପରେ ତାଙ୍କୁ ସ୍ୱାଗତ କରାଯାଇଥିଲା । ଶ୍ରୀମନ୍ଦିରରେ ୨୨ ପାହାଚଠୁ ଆରମ୍ଭ କରି ବିଭିନ୍ନ ଦେବାଦେବୀଙ୍କ ଦର୍ଶନ କରିଥିଲେ । ପୂର୍ବତନ ପରିଚାଳନା କମିଟି ସଦସ୍ୟ ତଥା ବରିଷ୍ଠ ସିଂହାରୀ ସେବାୟତ ଜଗନ୍ନାଥ କର ତାଙ୍କୁ ମହାପ୍ରଭୁଙ୍କ ଦର୍ଶନ କରାଇଥିଲେ ।

ଅଧିକ ପଢ଼ନ୍ତୁ: ଭାଙ୍ଗିଲା ଯୋଡ଼ି; ଟ୍ରମ୍ପ ପ୍ରଶାସନରୁ ଇସ୍ତଫା ଦେଲେ ଏଲନ ମସ୍କ

ଶ୍ରୀ ମନ୍ଦିର ସେବାୟତ କହିଛନ୍ତି, ଆକାଶ ଅମ୍ବାନୀ ଗତକାଲି ଶ୍ରୀଜଗନ୍ନାଥଙ୍କ ଦର୍ଶନ କରିବେ ବୋଲି ସମୟ ସ୍ଥିର ହୋଇଥିଲା । ହେଲେ, ତାକୁ ସ୍ଥଗିତ ରଖା ଯାଇଥିଲା । ବିଳମ୍ବରେ ହେଉ ପଛେ ସେ ଜଗନ୍ନାଥଙ୍କ ଦର୍ଶନ କରି ସାନିଧ୍ୟ ଲାଭ କରିଛନ୍ତି । ଶ୍ରୀମନ୍ଦିର ଓ ମହାପ୍ରଭୁଙ୍କ ଉଦ୍ଦେଶ୍ୟରେ ସେ ଦାନ ମଧ୍ୟ କରିଛନ୍ତି ।

Advertisment

ସୂଚନାଯୋଗ୍ୟ, ଗତ ବର୍ଷ ଏପ୍ରିଲ ମାସରେ ଶିଳ୍ପପତି ମୁକେଶ ଅମ୍ବାନୀଙ୍କ ସାନ ପୁଅ ତଥା ଆକାଶ ଅମ୍ବାନୀଙ୍କ ସାନ ଭାଇ ଅନନ୍ତ ଅମ୍ବାନୀ ଶ୍ରୀମନ୍ଦିର ଆସି ମହାପ୍ରଭୁଙ୍କ ଦର୍ଶନ କରିଥିଲେ । ସେ ଶ୍ରୀମନ୍ଦିର ଉଦ୍ଦେଶ୍ୟରେ ୨ କୋଟି ୫୧ ଲକ୍ଷ ଟଙ୍କା ଦାନ କରିଥିଲେ ।

ଅଧିକ ପଢ଼ନ୍ତୁ:  ସ୍କାଏ ଡାଇଭିଂ କରି ୧୦ ହଜାର ଫୁଟ ତଳକୁ ଡେଇଁଲେ ମହିଳା; ଜାଣନ୍ତୁ କ’ଣ ରହିଛି କାରଣ

Advertisment
Puri Jagannath Temple Mukesh Ambani Eldest Son Akash Ambani
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ