• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Sangram Keshori Behera

କାଳ ହେଲା ତାଳ ଖାଇବା । ମୃତ୍ୟୁରେ ବଦଳିଗଲା ଖୁସିର ଖାଦ୍ୟ । ପେଟକୁ ନଯାଇ ତଣ୍ଟିରେ ଅଟକିଗଲା ତାଳ । ଆଉ ତାପରେ ମରଣ ହୋଇ ଅଟକିଥିବା ସେହି ତାଳ ପାଇଁ ଚାଲିଗଲା ଜୀବନ । ଏମିତି କିଛି ଘଟିଛି ଏକ ହାତୀ ଛୁଆ ସହିତ । ହୁଏତ କେହି ଭାବିନଥିବ ସେ ଖାଉଥିବା ଖାଦ୍ୟ ଭୋକ ମେଣ୍ଟାଇବା ବଦଳରେ ମୃତ୍ୟୁକୁ ଡାକିଆଣିବ ।

ଭୁବନେଶ୍ୱର ଚନ୍ଦକାରେ ହାତୀଛୁଆ ମୃତ୍ୟୁର କାରଣ ତାଳ ବୋଲି ଜଣାପଡ଼ିଛି । ପୋଷ୍ଟମର୍ଟମ ପରେ ସ୍ପଷ୍ଟ ହୋଇଛି ମୃତ୍ୟୁର କାରଣ । OUAT ସେଣ୍ଟର ଫର୍ ୱାଇଲ୍ଡ ଲାଇଫ୍ ମୁଖ୍ୟ ଏନେଇ ସୂଚନା ଦେଇଛନ୍ତି । ହାତୀଛୁଆଟି ତାଳ ଖାଇବା ପରେ ତା'ର ତଣ୍ଟିରେ ଲାଖି ରହିଥିଲା । ତଣ୍ଟିରେ ତାଳ ଲାଖି ରହିବାରୁ ଆଉ ଖାଇପିଇ ପାରୁ ନଥିଲା । ଦୁଇ ଦିନ ତଳେ ତାଳକୁ ପାକସ୍ଥଳୀକୁ ଖସାଇ ଦିଆଯାଇଥିଲା । କିନ୍ତୁ ସେତେବେଳକୁ ବହୁତ ବିଳମ୍ୱ ହୋଇସାରିଥିଲା । ଖାଦ୍ୟ ନ ଖାଇପାରି ହାତୀଛୁଆଟି ସଂପୂର୍ଣ୍ଣ ଦୁର୍ବଳ ହୋଇ ପଡ଼ିଥିଲା । ଅସୁସ୍ଥ ଅବସ୍ଥାରେ ବଲାଙ୍ଗିର ଦେଓଗାଁରୁ ହାତୀ ଛୁଆଟିକୁ ଚିକିତ୍ସା ପାଇଁ ଭୁବନେଶ୍ୱର ଅଣାଯାଇଥିଲା ।

ଏହି ହାତୀଛୁଆଟି ଗୋଠ ଛଡ଼ା ହୋଇ ବଲାଙ୍ଗୀରର ଦେଓଗାଁ ଜଙ୍ଗଲରେ ବୁଲୁଥିଲା । ସ୍ଥାନୀୟ ବନ ବିଭାଗ କର୍ମଚାରୀ ତାକୁ ଦେଖିବା ପରେ ଧରି ଆଣିଥିଲେ । ଗୋଠଛଡା ହେଲା ପରଠାରୁ ସେ କିଛି ଖାଇନଥିଲା । କାରଣ ତା ବେକ ପାଖରେ ବା ଖାଦ୍ୟନଳୀରେ ସଂକ୍ରମଣ ହୋଇଥିବା ସନ୍ଦେହ କରାଯାଉଥିଲା । 

ଚନ୍ଦକା-ଡମପଡ଼ା ଅଭୟାରଣ୍ୟର ଗୋଡ଼ିବାରୀସ୍ଥିତ ହାତୀ ପ୍ରଶିକ୍ଷଣ କେନ୍ଦ୍ରରେ ଗୋଠଛଡ଼ା କୁନିହାତୀଟିର ଚିକିତ୍ସା କରାଯାଉଥିଲା । ନନ୍ଦନକାନନ ଓ OUATର ପ୍ରାଣୀ ଚିକିତ୍ସିକମାନେ ହାତୀ ଛୁଆକୁ ସୁସ୍ଥ କରିବାକୁ ସବୁ ପ୍ରକାର ଚେଷ୍ଟା କରିଥିଲେ । ଖାଈ ପିଇ ପାରୁ ନ ଥିବାରୁ ଲଗାତାର ସାଲାଇନ୍‌ ଦିଆଯାଇଥିଲା । ପାଟିରେ ଘା ହୋଇ ଯାଇଥିବାରୁ ଆଣ୍ଟି ବାୟୋଟିକ୍ ଦିଆଯାଇଥିଲା । କାହିଁକି ହାତୀ ଛୁଆଟି ଖାଇ ପାରୁନି, ସେଥିପାଇଁ ତାର ଏକ୍ସରେ ମଧ୍ୟ କରାଯାଇଥିଲା । ମାତ୍ର ସବୁକିଛି ଫେଲ୍ ମାରିଛି । ଚିକିତ୍ସକଙ୍କ ସମସ୍ତ ପ୍ରୟାସ ସତ୍ତ୍ୱେ ହାତୀ ଛୁଆଟି ଆଖି ବୁଝିଛି ।

OTV is now on Whatsapp

Join and get latest news update delivered to you via whatsapp

Join Now