Advertisment

Odisha State Cabinet Decisions: ସରକାରୀ ଚାକିରି ପାଇଁ ବଢ଼ିଲା ବୟସ ସୀମା, ଏଣିକି ୩୨ ନୁହେଁ ୪୨ ବର୍ଷ ପର୍ଯ୍ୟନ୍ତ କରିପାରିବେ ଆବେଦନ

ସେହିପରି AI ନୀତିକୁ ନେଇ ମଧ୍ୟ ରାଜ୍ୟ କ୍ୟାବିନେଟ୍‌ରେ ମୋହର ବାଜିଛି । ରାଜ୍ୟରେ AI ମିଶନ ଓ AI ସେଲ୍ ଗଠନ ହେବ । AIକୁ ପ୍ରୋତ୍ସାହନ ଦେବାକୁ ଭିତ୍ତିଭୂମି ସୁଦୃଢ଼ ହେବ ବୋଲି କ୍ୟାବିନେଟ୍‌ ବୈଠକ ପରେ ସୂଚନା ଦେଇଛନ୍ତି ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା ।

୫ ପ୍ରସ୍ତାବକୁ କ୍ୟାବିନେଟ୍‌ ମୋହର

୫ ପ୍ରସ୍ତାବକୁ କ୍ୟାବିନେଟ୍‌ ମୋହର

Advertisment

ରାଜ୍ୟ କ୍ୟାବିନେଟ୍ ବୈଠକରେ ୫ ପ୍ରସ୍ତାବକୁ ମୋହର । କ୍ୟାବିନେଟ୍‌ ମିଟିଂରେ ୫ ପ୍ରସ୍ତାବକୁ ମୋହର ନେଇ ମୁଖ୍ୟ ଶାସନ ସଚିବ ସୂଚନା ଦେଇଛନ୍ତି । ସରକାରୀ ଚାକିରି ଆଶାୟୀଙ୍କ ପାଇଁ ଆଜି ରାଜ୍ୟ କ୍ୟାବିନେଟ୍‌ରେ ବଡ଼ ନିଷ୍ପତ୍ତି ନିଆଯାଇଛି । କ୍ୟାବିନେଟ୍‌ର ନିଷ୍ପତ୍ତି ଅନୁସାରେ ସରକାରୀ ଚାକିରି ପାଇଁ ଆବେଦନର ବୟସ ସୀମା ବୃଦ୍ଧି କରାଯାଇଛି । ଆବେଦନର ସର୍ବୋଚ୍ଚ ବୟସ ସୀମା ୪୨ ବର୍ଷକୁ ବୃଦ୍ଧି କରାଯାଇଛି । ପୂର୍ବରୁ ସର୍ବୋଚ୍ଚ ବୟସ ସୀମା ୩୨ ବର୍ଷ ଥିଲା, ଏବେ ୪୨କୁ ବୃଦ୍ଧି ହୋଇଛି । ଓଡ଼ିଶା ସିଭିଲ୍ ସର୍ଭିସ୍ ରୁଲ୍‌ ସଂଶୋଧନ ଆଧାରରେ ନିଷ୍ପତ୍ତି ନିଆଯାଇଛି । ୟୁନିଫର୍ମ ସେବା ବ୍ୟତୀତ ଅନ୍ୟ ସମସ୍ତ ଚାକିରି ପାଇଁ ବୟସ ସୀମା ବୃଦ୍ଧି ହୋଇଛି ।

Advertisment

ସେହିପରି AI ନୀତିକୁ ନେଇ ମଧ୍ୟ ରାଜ୍ୟ କ୍ୟାବିନେଟ୍‌ରେ ମୋହର ବାଜିଛି । ରାଜ୍ୟରେ AI ମିଶନ ଓ AI ସେଲ୍ ଗଠନ ହେବ । AIକୁ ପ୍ରୋତ୍ସାହନ ଦେବାକୁ ଭିତ୍ତିଭୂମି ସୁଦୃଢ଼ ହେବ ବୋଲି କ୍ୟାବିନେଟ୍‌ ବୈଠକ ପରେ ସୂଚନା ଦେଇଛନ୍ତି ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା । ସେହିପରି ଯୋରନ୍ଦା ମହିମା ଗାଦିରେ ଶୂନ୍ୟ ମଣ୍ଡପର ନିର୍ମାଣ କରିବାକୁ ନିଷ୍ପତ୍ତି ନିଆଯାଇଛି । ଏଥିପାଇଁ ୧୭୧ କୋଟି ଟଙ୍କା ଖର୍ଚ୍ଚ ହେବ ଏବଂ ୩ ବର୍ଷରେ କାମ ସାରିବାକୁ ଲକ୍ଷ୍ୟ ରଖାଯାଇଛି । ଅନ୍ୟପକ୍ଷରେ ଜଟାଧାର ମୁହାଣରେ ନିଜସ୍ବ ଜେଟି ସ୍ଥାପନ ହେବ । ଏନେଇ ରାଜ୍ୟ ସରକାର ଓ JSW ଉତ୍କଳ ଷ୍ଟିଲ୍ ଲିମିଟେଡ୍ ମଧ୍ୟରେ ଚୁକ୍ତି ହେବ । ସେହିପରି ଓଡ଼ିଶା ଚକ୍ଷୁ ଚିକିତ୍ସା ସେବାକୁ କ୍ୟାବିନେଟ୍ ଅନୁମୋଦନ ମିଳିଥିବା ମୁଖ୍ୟ ଶାସନ ସଚିବ କହିଛନ୍ତି ।

Advertisment

ଅଧିକ ପଢ଼ନ୍ତୁ: ରାଜ୍ୟରେ ପୁଣି ଡରାଇଲାଣି କରୋନା, ଭୁବନେଶ୍ବର ପାଲଟିଛି କୋଭିଡ୍ ହଟ୍‌ସ୍ପଟ୍‌

Odisha Cabinet Meeting Mohan Majhi
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ