Advertisment

Foreign Citizen Identification in Odisha: ପହଲଗାମ୍ ହମଲା ପରଠୁ ବଢ଼ିଛି ବିଦେଶୀ ଟେନସନ୍, ପାକିସ୍ତାନୀଙ୍କୁ ଚିହ୍ନଟ ପରେ ଏବେ ବାଂଲାଦେଶୀଙ୍କ ପାଳି

କଣ୍ଟ ପୁରିଲା। ପାକିସ୍ତାନୀ ନାଗିରକଙ୍କୁ ବିଦା ଲାଗି ଚିହ୍ନଟ ପ୍ରକ୍ରିୟା ସରିଲା । ଭୁବନେଶ୍ବର, ବାଲେଶ୍ବର, ବଲାଙ୍ଗୀର, ବ୍ରହ୍ମପୁର ଆଦି ସ୍ଥାନରୁ ଚିହ୍ନଟ ହୋଇଛନ୍ତି ପାକିସ୍ତାନୀ ନାଗରିକ ।

ଅଦ୍ୟତନ ହୋଇଛି
undefined

ଓଡ଼ିଶାରେ ବିଦେଶୀ ଟେନ୍‌ସନ୍‌

Advertisment

ପହଲଗାମ୍ ହମଲା ପରେ କେନ୍ଦ୍ର ସରକାରଙ୍କ ନିର୍ଦ୍ଦେଶ ଅନୁଯାୟୀ, ପାକିସ୍ତାନୀ ନାଗରିକଙ୍କୁ ଚିହ୍ନଟ କରାଯାଉଛି । ଦେଶ ବାହାର ରାସ୍ତା ଦେଖାଯାଉଛି । କିନ୍ତୁ ଏହାରି ଭିତରେ ଦେଶର ସୁରକ୍ଷା ପ୍ରତି ଚ୍ୟାଲେଞ୍ଜ ସୃଷ୍ଟି କରିଛନ୍ତି ବାଂଲାଦେଶୀ ଅନୁପ୍ରବେଶକାରୀ । ରାଜ୍ୟ ସରକାର ଏ ଦିଗରେ ନେବାକୁ ଯାଉଛନ୍ତି ବଡ଼ ଆକ୍ସନ । ଖୁବଶୀଘ୍ର ବାଂଲାଦେଶୀ ଅନୁପ୍ରବେଶକାରୀଙ୍କୁ ଚିହ୍ନଟ କରି ଦେଶରୁ ବିଦା କରାଯିବ ବୋଲି କହିଛନ୍ତି ଆଇନ୍ ମନ୍ତ୍ରୀ ।

Advertisment

ଅଧିକ ପଢ଼ନ୍ତୁ: ପ୍ରଧାନମନ୍ତ୍ରୀଙ୍କ ବାସଭବନରେ ବଡ଼ ବୈଠକ; ପ୍ରତିରକ୍ଷା ମନ୍ତ୍ରୀ, NSA, ସିଡିଏସ୍‌ ଉପସ୍ଥିତ

କଣ୍ଟ ପୁରିଲା। ପାକିସ୍ତାନୀ ନାଗିରକଙ୍କୁ ବିଦା ଲାଗି ଚିହ୍ନଟ ପ୍ରକ୍ରିୟା ସରିଲା । ଭୁବନେଶ୍ବର, ବାଲେଶ୍ବର, ବଲାଙ୍ଗୀର, ବ୍ରହ୍ମପୁର ଆଦି ସ୍ଥାନରୁ ଚିହ୍ନଟ ହୋଇଛନ୍ତି ପାକିସ୍ତାନୀ ନାଗରିକ । ଯେଉଁମାନେ କି ଦୀର୍ଘ ବର୍ଷ ଧରି ଏସବୁ ସ୍ଥାନରେ ରହି ଆସୁଥିଲେ। ଖାଲି ରହୁନଥିଲେ ଭାରତୀୟ ପରିଚୟ ପତ୍ର ହାତେଇ ସରକାରୀ ଯୋଜନାରେ ଲାଭ ବି ଉଠାଉଥିଲେ। ପହଲଗାମ ଆତଙ୍କବାଦୀ ଆକ୍ରମଣ ପରେ କେନ୍ଦ୍ର ସରକାର ପାକିସ୍ତାନୀ ନାଗରିକଙ୍କୁ ବିଦା କରିବା ଲାଗି ନିଷ୍ପତ୍ତି ନେଇଛନ୍ତି । ଯେଉଁଥିପାଇଁ ସାରା ଦେଶରେ ଧରପଗଡ଼ ଜୋର ଧରିଛି । ତଥ୍ୟ କହୁଛି ଓଡ଼ିଶାରେ ୧୨ ଜଣ ପାକିସ୍ତାନୀ ନାଗରିକ ରହୁଛନ୍ତି ।

Advertisment

ଆଜି ବ୍ରହ୍ମପୁରରେ ରହୁଥିବା ପାକିସ୍ତାନୀ ନାଗରିକ ରାହିମା ଆରାଙ୍କୁ ନୋଟିସ୍ କରିଛି ପୋଲିସ୍। ତେବେ ରାହିମା ଏବେ ବ୍ରହ୍ମପୁରରେ ନଥିବାରୁ ପୋଲିସ୍ ତାଙ୍କ ପରିବାରକୁ ନୋଟିସ୍ ଦେଇଛି। ରାହିମାଙ୍କ ଝିଅ ନିବେଦନ କରିଛନ୍ତି, ତାଙ୍କ ମାଆଙ୍କ କୌଣସି ସାହାରା ନଥିବାରୁ ତାଙ୍କୁ ଭାରତରେ ରହିବାକୁ ଅନୁମତି ଦିଆଯାଉ ।

ସେପଟେ ବାଲେଶ୍ବର ସୋର ଅଂଚଳରେ ରହୁଥିବା ଅନ୍ୟ ଜଣେ ପାକ୍ ନାଗରିକ ରେଜିଆ ସୁଲତାନାଙ୍କ ଘରେ ଆଜି ପୋଲିସ୍ ପହଞ୍ଚିଥିବା ବେଳେ ସେ ବି ଅନୁପସ୍ଥିତ ଥିଲେ । ରେଜିଆ ଆଜି ବାଲେଶ୍ବର ଆସି ଜିଲ୍ଲାପାଳ ଓ ଏସପିଙ୍କୁ ଭେଟିବାକୁ ଚେଷ୍ଟା କରିଥିଲେ, କିନ୍ତୁ କୌଣସି କାରଣରୁ ତାହା ହୋଇପାରିନାହିଁ ।

Advertisment

ତେଣେ ପାକିସ୍ତାନୀ ନାଗରିକ ପରେ ରାଜ୍ୟ ସରକାରଙ୍କ ଚିନ୍ତା ବଢାଇଛନ୍ତି ବାଂଲାଦେଶୀ ଅନୁପ୍ରବେଶକାରୀ । ହଜାର ହଜାର ବାଂଲା ଅନୁପ୍ରବେଶକାରୀ ଓଡ଼ିଶାର ବିଭିନ୍ନ ସ୍ଥାନରେ ରହୁଛନ୍ତି । ପାକ୍ ନାଗରିକ ଚିହ୍ନଟ ପ୍ରକ୍ରିୟା ସରିବା ପରେ ସରକାର ବାଂଲାଦେଶୀ ଅନୁପ୍ରବେଶକାରୀଙ୍କୁ ଚିହ୍ନଟ କରି ନିଜ ଦେଶକୁ ବିଦା କରିବାକୁ ଯୋଜନା କରିଛନ୍ତି । କେନ୍ଦ୍ରାପଡ଼ା, ବାସୁଦେବପୁରରେ ବାଂଲାଦେଶୀ ଅନୁପ୍ରବେଶକାରୀ ରାସନ କାର୍ଡ ହାତେଇଥିବା ମଧ୍ୟ ନଜରକୁ ଆସିଛି । ତେବେ ଏଭଳି ଚଞ୍ଚକତା କିପରି ହେଲା ତାକୁ ନେଇ ଜିଲ୍ଲା ପ୍ରଶାସନ ବି ଆଶ୍ଚର୍ଯ୍ୟ ।

ଆଇନ୍ ମନ୍ତ୍ରୀଙ୍କ ସୂଚନା ଅନୁଯାୟୀ ଭୁବନେଶ୍ବର ସମେତ ରାଜ୍ୟର ଅନେକ ସ୍ଥାନରେ ଛଦ୍ମବେଶରେ ବାଂଲାଦେଶୀ ଅନୁପ୍ରବେଶକାରୀ ଅଛନ୍ତି । ପଶ୍ଚିମବଙ୍ଗରୁ ଛଦ୍ମ ପରିଚୟପତ୍ର ପ୍ରସ୍ତୁତ କରିଛନ୍ତି । ଏହାସହ ବିଗତ ସରକାର ଭୋଟ୍ ପାଇଁ ଏସବୁ ଅନୁପ୍ରବେଶକାରୀଙ୍କୁ ସରକାରୀ ଯୋଜନାରେ ସାମିଲ୍ କରିଥିଲେ । ଏଥର କିନ୍ତୁ ଅନୁପ୍ରବେଶକାରୀଙ୍କ ଉପରେ କଡ଼ା ଆଭିମୁଖ୍ୟ ଗ୍ରହଣ କରାଯାଇ ରାଜ୍ୟରୁ ବିଦା କରାଯିବ ।

ଓଡ଼ିଶାରେ ବାଂଲା ଅନୁପ୍ରବେଶକାରୀ ଚିହ୍ନଟ ପ୍ରକ୍ରିୟା ଆଗକୁ ଆରମ୍ଭ ହେବାକୁ ଯାଉଥିବା ବେଳେ, ଗୁଜରାଟ ଅହମ୍ମଦାବାଦରେ କିନ୍ତୁ ଆଜି ବଡ଼ ଧରଣର ଜବରଦଖଲ ଉଚ୍ଛେଦ ଅଭିଯାନ କରାଯାଇ ବେଆଇନ ଭାବେ ରହୁଥିବା ବାଂଲା ଅନୁପ୍ରେବଶକାରୀଙ୍କ ଘରକୁ ମାଟିରେ ମିଶାଇଛି ସ୍ଥାନୀୟ ପ୍ରଶାସନ ।

ଅଧିକ ପଢ଼ନ୍ତୁ: ଘେରାବନ୍ଦୀ କରି ମାରିଥିଲେ ପର୍ଯ୍ୟଟକଙ୍କୁ, ପ୍ରଥମେ ଟଳିଥିଲେ ନୌସେନା ଅଧିକାରୀ

Odisha Bangladeshi National Pahalgam Terrorist Attack
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ