Advertisment

Affordable Housing in Bhubaneswar: ମଧ୍ୟବିତ୍ତଙ୍କ ଘର ସ୍ବପ୍ନ ପୂରଣ ହେବ, ରାଜଧାନୀରେ LIG ଓ MIG ଘର ଯୋଗାଇବେ ରାଜ୍ୟ ସରକାର

ରାଜଧାନୀରେ ମୁଣ୍ଡ ଉପରେ ଖଣ୍ଡିଏ ଛାତ। ପୂରଣ ହେବାକୁ ଯାଉଛି ବହୁ ଲୋକଙ୍କ ଏହି ସ୍ବପ୍ନ। ବର୍ଷ ବର୍ଷ ହେଲା ଭୁବନେଶ୍ବରରେ ଭଡ଼ା ଘରେ ଜୀବନ ବିତାଉଥିବା ଏ ବର୍ଗଙ୍କୁ ଘର ଯୋଗାଇବେ ଖୋଦ୍ ରାଜ୍ୟ ସରକାର, ତାହା ପୁଣି ସୁଲଭ ମୂଲ୍ୟରେ। ଏଥିପାଇଁ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରିଛି ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ।

ghara

ghara

Advertisment

ନିମ୍ନ ଓ ମଧ୍ୟବିତ୍ତଙ୍କ ଲାଗି ଖୁସି ଖବର! ଭୁବନେଶ୍ବରରେ ସେମାନେ ବି କିଣି ପାରିବେ ସ୍ୱପ୍ନର ଘର। ୧୫ ରୁ ୫୦ ଲକ୍ଷ ଟଙ୍କାରେ ଘର ଯୋଗାଇବେ ରାଜ୍ୟ ସରକାର। ଲଟେରୀ ମାଧ୍ୟମରେ ଏ ସବୁ ଘର ଆବଣ୍ଟନ ହେବ। ତେବେ ଅର୍ବାନ ପ୍ଲାନରଙ୍କ ମତ, ଏବେ ବି ୧୫ରୁ ୫୦ ଲକ୍ଷ ଟଙ୍କାରେ ଘର କିଣିବାକୁ ଅସମର୍ଥ ବହୁ ମଧ୍ୟବିତ୍ତ। ସେମାନଙ୍କୁ ଦୀର୍ଘମିଆଦୀ ଋଣରେ ଘର ଯୋଗାନ୍ତୁ ସରକାର।

Advertisment

ଅଧିକ ପଢ଼ନ୍ତୁ: ଭାରତର ଗୁପ୍ତ ତଥ୍ୟ ଚୋରି କରୁଛି ଚୀନ CCTV ! ମୁକାବିଲା ପାଇଁ ଭାରତ ନେଲା କଠୋର ପଦକ୍ଷେପ

ରାଜଧାନୀରେ ମୁଣ୍ଡ ଉପରେ ଖଣ୍ଡିଏ ଛାତ। ପୂରଣ ହେବାକୁ ଯାଉଛି ବହୁ ଲୋକଙ୍କ ଏହି ସ୍ବପ୍ନ। ବର୍ଷ ବର୍ଷ ହେଲା ଭୁବନେଶ୍ବରରେ ଭଡ଼ା ଘରେ ଜୀବନ ବିତାଉଥିବା ଏ ବର୍ଗଙ୍କୁ ଘର ଯୋଗାଇବେ ଖୋଦ୍ ରାଜ୍ୟ ସରକାର, ତାହା ପୁଣି ସୁଲଭ ମୂଲ୍ୟରେ। ଏଥିପାଇଁ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରିଛି ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ। ବିଭାଗୀୟ ମନ୍ତ୍ରୀ କହିଛନ୍ତି, ସାଧାରଣ ଓ ମଧ୍ୟବିତ୍ତ ଲୋକଙ୍କୁ ଉନ୍ନତ ମାନର ଘର ଯୋଗାଇବାକୁ ଲକ୍ଷ୍ୟ ରଖିଛନ୍ତି ସରକାର। ୧୫ ଲକ୍ଷରୁ ୫୦ ଲକ୍ଷ ଟଙ୍କାରେ LIG ଓ MIG ଘର ଯୋଗାଇ ଦିଆଯିବ। ଟେଣ୍ଡର ଜରିଆରେ ସରକାରୀ-ଘରୋଇ ଭାଗିଦାରିତା ବା PPP ମୋଡ୍ ରେ ଘର ତିଆରି ହେବ। ମାନଦଣ୍ଡ ପୂରଣ କରୁଥିବା ଯୋଗ୍ୟ ବ୍ୟକ୍ତିଙ୍କୁ ଲଟେରୀ ମାଧ୍ୟମରେ ଘର ବଣ୍ଟନ କରାଯିବ। ଭୁବନେଶ୍ୱର ଉପକଣ୍ଠରେ ତିଆରି ହେବାକୁ ଥିବା ଏସବୁ ଘର ଲାଗି କିନ୍ତୁ ଆବେଦନ କରିପାରିବେନି ଧନୀକ ଶ୍ରେଣୀ। ଘରଗୁଡ଼ିକର ରକ୍ଷଣାବେକ୍ଷଣ ତଥା EMI ସଂଗ୍ରହ ଦାୟିତ୍ୱ ନେବ କୋଅପରେଟିଭ ବ୍ୟାଙ୍କ। କେବଳ ଭୁବନେଶ୍ୱର ନୁହେଁ, ପ୍ରଥମ ପର୍ଯ୍ୟାୟରେ କଟକ ସମେତ ସବୁ ମହାନଗରରେ ତିଆରି ହେବ ମଧ୍ୟବିତ୍ତଙ୍କ ଲାଗି ଘର। ପରବର୍ତ୍ତୀ ପର୍ଯ୍ୟାୟରେ ରାଜ୍ୟର ଅନ୍ୟ ମ୍ୟୁନିସପାଲିଟି ଅଞ୍ଚଳ ଗୁଡିକରେ ମଧ୍ୟ ଆବଶ୍ୟକତା ଅନୁଯାୟୀ ସୁଲଭ ମୂଲ୍ୟରେ ଘର ଯୋଗାଇଦେବେ ସରକାର।

Advertisment

ଏପଟେ ସହରକୁ ବସ୍ତି ଶୂନ୍ୟ କରିବା ସହ ଭଡ଼ାଘର ବ୍ୟବସ୍ଥା ପ୍ରଚଳନ ପାଇଁ ଯୋଜନା ଆଣିବାକୁ ଯାଉଛନ୍ତି ରାଜ୍ୟ ସରକାର। ନଗର ଉନ୍ନୟନ ମନ୍ତ୍ରୀ କହିଛନ୍ତି, ସହରାଞ୍ଚଳରେ ଘର ଅଭାବ ଯୋଗୁଁ ବସ୍ତି ଗଢ଼ି ଉଠୁଛି। ତେଣୁ ସହର ଭିତରେ ଭଡ଼ା ଘର ତିଆରି କରିବାକୁ ମଧ୍ୟ ସରକାର ଚିନ୍ତା କରୁଛନ୍ତି। ଅର୍ବାନ ପ୍ଲାନରଙ୍କ କହିବା କଥା, ମଧ୍ୟବିତ୍ତଙ୍କୁ ବାସଗୃହ ଯୋଗାଇ ଦେବା ସହ ଭଡ଼ାଘର ବ୍ୟବସ୍ଥା ପ୍ରଚଳନ ପାଇଁ ସରକାର ନେଇଥିବା ନିଷ୍ପତ୍ତି ସ୍ବାଗତଯୋଗ୍ୟ। ହେଲେ ଏବେ ବି ଅନେକ ବ୍ୟକ୍ତି ଏହି ମୂଲ୍ୟରେ ଘର କିଣିବାକୁ ସମର୍ଥ ନୁହନ୍ତି। ସେମାନଙ୍କ ଲାଗି ଦୀର୍ଘମିଆଦି ଋଣ ବ୍ୟବସ୍ଥା କରି ଘର ଯୋଗାଇ ଦିଆଯିବା ଆବଶ୍ୟକ।

ଭୁବନେଶ୍ବର ଗାଡ଼କଣ ଅଞ୍ଚଳରେ ଆପାର୍ଟମେଣ୍ଟ ବାସଗୃହ ପ୍ରକଳ୍ପ ଲାଗି ଲୋକଙ୍କ କେତେ ଚାହିଦା ରହିଛି, ନିକଟରେ ସେନେଇ ସର୍ଭେ କରିଥିଲା ରାଜ୍ୟ ହାଉସିଂ ବୋର୍ଡ। ତେବେ ମଧ୍ୟବିତ୍ତଙ୍କୁ କେବେ ସେମାନଙ୍କ ବହୁ ପ୍ରତୀକ୍ଷିତ ସ୍ୱପ୍ନର ଘର ଯୋଗାଉଛନ୍ତି ସରକାର, ତାକୁ ହିଁ ସମସ୍ତଙ୍କ ଅପେକ୍ଷା।

Advertisment

ଅଧିକ ପଢ଼ନ୍ତୁ: କୋଟିପତି ଯନ୍ତ୍ରୀଙ୍କ ଅମାପ ସମ୍ପତ୍ତି, ୫୦ ଲକ୍ଷର ବ୍ୟାଙ୍କ ଓ ବୀମା ଡିପୋଜିଟ୍ ସହ ପ୍ଲଟ୍ ଫ୍ଲାଟ ଠାବ

Bhubaneswar PPP
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ