Adivasi Mela: ରାଜଧାନୀରେ ବସିଲା ଆଦିବାସୀ ଗାଁ, ପାରମ୍ପରିକ ଖାଦ୍ୟରେ ମହକିବ ପରିବେଶ

ଆଜିଠୁ ଆରମ୍ଭ ହୋଇଛି ଆଦିବାସୀ ମେଳା । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଦିବାସୀ ମେଳାର ଉଦଘାଟନ କରିଛନ୍ତି ।

Adivasi Mela

ଆଜିଠୁ ଆରମ୍ଭ ହୋଇଛି ଆଦିବାସୀ ମେଳା । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଦିବାସୀ ମେଳାର ଉଦଘାଟନ କରିଛନ୍ତି । ଆସନ୍ତା ୧୬ ତାରିଖ ପର୍ଯ୍ୟନ୍ତ ମେଳା ଚାଲିବ । ଆଦିବାସୀ ଗାଁ, ଆଦିବାସୀ ହାଟ, ଆଦିବାସୀ କଳା ସଂସ୍କୃତିର ଷ୍ଟଲ, ଫୁଡ୍ କୋର୍ଟ ଏବଂ ଲାଇଭ ଡେମୋନଷ୍ଟ୍ରେସନ ଆଦି ବିଶେଷ ଆକର୍ଷଣ ସାଜିଛି ।

ଚଳିତ ବର୍ଷ ଆଦିବାସୀ ମେଳାରେ ୨୦ଟି ଆଦିବାସୀ କୁଡ଼ିଆ, ଆଦିବାସୀ ସାମଗ୍ରୀ ବିକ୍ରୟ ପାଇଁ ୧୪୭ଟି ଷ୍ଟଲର ବ୍ୟବସ୍ଥା ହୋଇଛି । ଏଥିସହିତ ଆଦିବାସୀ କଳା ସଂସ୍କୃତିର ଝଲକ ପାଇଁ ୪୦ଟି ଷ୍ଟଲ ରହିଛି । ୧୫ଟି ଷ୍ଟଲରେ ଲାଇଭ ଡେମୋନଷ୍ଟ୍ରେସନ କରାଯାଉଛି । ବିର୍ସା ମୁଣ୍ଡାଙ୍କ ଜୀବନୀକୁ ନେଇ ଏକ ସ୍ୱତନ୍ତ୍ର ପାଭିଲିୟନ କରାଯିବା ସହ ସ୍ୱାଧୀନତା ସଂଗ୍ରାମୀ ଗ୍ୟାଲେରୀ ଆଦି କରାଯାଇଛି ।

ଅଧିକ ପଢ଼ନ୍ତୁ: ୮ ତାରିଖରୁ ପ୍ରବାସୀ ଭାରତୀୟ ଦିବସ, ସୁରକ୍ଷାକୁ ନେଇ ମକଡ୍ରିଲ୍

ପ୍ରତ୍ୟେକ ସଂଧ୍ୟାରେ ଆଦିବାସୀ ନୃତ୍ୟ ସଙ୍ଗୀତ ପ୍ରଦର୍ଶିତ ହେବ । ଓଡ଼ିଶାରେ ଆୟୋଜିତ ହେବାକୁ ଥିବା ପ୍ରବାସୀ ଭାରତୀୟ ସମ୍ମିଳନୀକୁ ଦୃଷ୍ଟିରେ ରଖି ଚଳିତ ବର୍ଷ ଆଦିବାସୀ ମେଳାକୁ ଆଗୁଆ କରାଯାଇଛି । ଆଦିବାସୀ ମେଳାର ବିଶେଷ ଆକର୍ଷଣ ଆଦିବାସୀ ଗାଁ, ଆଦିବାସୀ ହାଟ, ଆଦିବାସୀ କଳା ସଂସ୍କୃତିର ଷ୍ଟଲ, ଫୁଡ୍ କୋର୍ଟ ଏବଂ ଲାଇଭ ଡେମୋନଷ୍ଟ୍ରେସନ ଆଦି ଦେଖିବାକୁ ମିଳୁଛି ।

ସେପଟେ ପ୍ରବାସୀ ଭାରତୀୟ ଦିବସ ସମ୍ମିଳନୀ ପୂର୍ବରୁ ଭୁବନେଶ୍ୱର ଜନତା ମଇଦାନରେ କଡ଼ା ସୁରକ୍ଷା ବ୍ୟବସ୍ଥା । ସମ୍ଭାବ୍ୟ ଆତଙ୍କବାଦୀ ଆକ୍ରମଣର ମୁକାବିଲା ନେଇ ଏସଓଜି ଯବାନ ଏବଂ ଏସପିଜି ପକ୍ଷରୁ ମକ୍‌ଡ୍ରିଲ୍ କରାଯାଇଛି । ମୁଖ୍ୟ ଶାସନ ସଚିବ ମଧ୍ୟ ଜନତା ମଇଦାନରେ ପ୍ରସ୍ତୁତିର ସମୀକ୍ଷା କରିଛନ୍ତି । ଜାନୁଆରୀ ୮ରୁ ଭୁବନେଶ୍ୱରରେ ଆରମ୍ଭ ହେବ ବହୁ ପ୍ରତିକ୍ଷୀତ ୧୮ତମ ପ୍ରବାସୀ ଭାରତୀୟ ଦିବସ ସମ୍ମିଳନୀ ।

୩ ଦିନିଆ ପ୍ରବାସୀ ଭାରତୀୟ ସମ୍ମିଳନୀରେ ଯୋଗଦେବା ଲାଗି ଆସିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କଠାରୁ ଆରମ୍ଭ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ବୈଦେଶିକ ବ୍ୟାପାର ମନ୍ତ୍ରୀ । ଏଥିପାଇଁ ଜନତା ମଇଦାନରେ ଯୁଦ୍ଧକାଳୀନ ଭିତ୍ତିରେ ଚାଲିଛି ପ୍ରସ୍ତୁତି । କେଉଁଠି ଉଦଘାଟନୀ ମଞ୍ଚ କାମ ଚାଲିଛି ତ’ ଆଉ କେଉଁଠି ମୁକ୍ତାକାଶ ରଙ୍ଗମଞ୍ଚ ପାଇଁ ଷ୍ଟେଜ୍ ତିଆରି ଓ ସାଜସଜା । ସବୁଠି ରହିଛି ଓଡ଼ିଆ କଳା, ସଂସ୍କୃତି, କାରୁକାର୍ଯ୍ୟର ଛାପ ।

ଅଧିକ ପଢ଼ନ୍ତୁ: ବୋବେଇରୁ ହେଉଛି ଫ୍ୟାସନେବଲ୍ ଜିନିଷ