Advertisment

Kiit Issue: ଅଚ୍ୟୁତ ସାମନ୍ତଙ୍କୁ ତୁରନ୍ତ ଗିରଫ କରାଯାଉ: OSAA

କିଟ୍‌ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତଙ୍କୁ ଗିରଫ ପାଇଁ ଦାବି କଲା ସୂଚନା ଅଧିକାର ଅଭିଯାନ ବା OSAA। କିଟ୍ କେଳେଙ୍କାରୀକୁ ନେଇ ଆଜି ସାମ୍ବାଦିକ ସମ୍ମିଳନୀ କରି ବର୍ଷିଛି ଓଡ଼ିଶା ସୂଚନା ଅଧିକାର ଅଭିଯାନ।

ଅଦ୍ୟତନ ହୋଇଛି
undefined

Kiit Issue

Advertisment

କିଟ୍‌ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତଙ୍କୁ ଗିରଫ ପାଇଁ ଦାବି କଲା ସୂଚନା ଅଧିକାର ଅଭିଯାନ ବା OSAA। କିଟ୍ କେଳେଙ୍କାରୀକୁ ନେଇ ଆଜି ସାମ୍ବାଦିକ ସମ୍ମିଳନୀ କରି ବର୍ଷିଛି ଓଡ଼ିଶା ସୂଚନା ଅଧିକାର ଅଭିଯାନ। କିଟ୍ କାହିଁକି ସୂଚନା ଅଧିକାର ଆଇନ ପରିସର ହୋଇନି ବୋଲି ପ୍ରଶ୍ନ କରିଛି। ଏଥିସହ ପୂର୍ବତନ ଆଡଭୋକେଟ୍ ଜେନେରାଲ ଅଶୋକ ପରିଜାଙ୍କୁ ବି କାଠଗଡ଼ାକୁ ଟାଣିଛି।

Advertisment

ଅଭିଯାନ ଦର୍ଶାଇଛି- ଅଶୋକ ପରିଜା ଆଡଭୋକେଟ୍ ଜେନେରାଲ ଥିବା ବେଳେ କିଟକୁ ସୂଚନା ଅଧିକାର ପରିସରକୁ ଆଣିବାକୁ ପିଟିସନ ହୋଇଥିଲା। ମାତ୍ର ନିଜେ ଆଡଭୋକେଟ୍ ଜେନେରାଲ କିଟ୍ ପାଇଁ ଓକିଲାତି କରିଥିଲେ, ସେଥିପାଇଁ ପିଟିସନ ଖାରଜ ହେଲା ଓ କିଟ୍ ସୂଚନା ଅଧିକାରକୁ ଆସିପାରିଲା ନାହିଁ। ତା’ସହ ଆଡଭୋକେଟ ଜେନେରାଲ ଥାଇ ଶ୍ରୀ ପରିଜା କିପରି କିଟ୍ କୁଳପତି ହେଲେ ସେ ନେଇ ବି ସାଂଘାତିକ ପ୍ରଶ୍ନ ଉଠାଇଛି ଓସା।

ଅଧିକ ପଢ଼ନ୍ତୁ: କିଟ୍‌ କାଣ୍ଡ: ଉଚ୍ଚସ୍ତରୀୟ କମିଟି ଆଗରେ ହାଜର ହେଲେ KIIT ଭିସି

ଏହା କଣ ଅଫିସ୍ ଅଫ୍ ପ୍ରଫିଟ୍ ନୁହେଁ କି ବୋଲି ପ୍ରଶ୍ନ ଉଠାଇଛି । ତେବେ ଏ ନେଇ ଅଶୋକ ପରିଜାଙ୍କ ପ୍ରତିକ୍ରିୟା ମିଳିନାହିଁ।

Advertisment

ଅନ୍ୟପକ୍ଷରେ କିସରେ ଛୋଟ ପିଲା ପଢ଼ୁଥିବାରୁ କାହିଁକି ଜୁଭେନାଇଲ ଜଷ୍ଟିସ୍ ଆକ୍ଟ ଲାଗୁନି ବୋଲି OSAA ପ୍ରଶ୍ନ ଉଠାଇବା ସହ କିଟ୍ ବିରୋଧରେ ଜମି କେଳେଙ୍କାରୀ ଅଭିଯୋଗର ତଦନ୍ତ ହେଉ ଓ ଅଚ୍ୟୁତ ସାମନ୍ତଙ୍କୁ ତୁରନ୍ତ ଗିରଫ କରାଯାଉ ବୋଲି ଦାବି କରିଛନ୍ତି।

ଅଧିକ ପଢ଼ନ୍ତୁ: ଅଢେଇ ଘଣ୍ଟାର ଜେରା ପରେ ବାହାରିଲେ ଅଚ୍ୟୁତ ସାମନ୍ତ

KIIT KIIT University
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ