Advertisment

KIIT Suicide Row: KIIT କାଣ୍ଡ: ଆଜି ଉଚ୍ଚସ୍ତରୀୟ କମିଟିରେ ହାଜର ହେବେ ଅଚ୍ୟୁତ ସାମନ୍ତ

ବିବାଦ ବଢୁଥିବା ବେଳେ ଆଜି କିଟ୍ ପ୍ରତିଷ୍ଠାତା ତଥା ପୂର୍ବତନ ବିଜେଡି ସାଂସଦ ଅଚ୍ୟୁତ ସାମନ୍ତ ଆଜି ରାଜ୍ୟ ସରକାରଙ୍କ ଉଚ୍ଚସ୍ତରୀୟ ତଦନ୍ତକାରୀ କମିଟିରେ ହାଜର ହେବେ।

ଅଦ୍ୟତନ ହୋଇଛି
KIIT Suicide

KIIT Suicide

Advertisment

KIITରେ ନେପାଳି ଛାତ୍ରୀ ମୃତ୍ୟୁ ଘଟଣା ସମଗ୍ର ଦେଶରେ ଚର୍ଚ୍ଚାର ବିଷୟ ପାଲଟିଛି। ଛାତ୍ରୀଙ୍କୁ ନ୍ୟାୟ ଓ ନେପାଳି ଛାତ୍ରଛାତ୍ରୀଙ୍କ ପ୍ରତି ହୋଇଥିବା ମାଡ଼ ଓ ନିର୍ଯାତନାକୁ ନେଇ ଅସନ୍ତୋଷ ତେଜିବାରେ ଲାଗିଛି।

Advertisment

ବିବାଦ ବଢୁଥିବା ବେଳେ ଆଜି କିଟ୍ ପ୍ରତିଷ୍ଠାତା ତଥା ପୂର୍ବତନ ବିଜେଡି ସାଂସଦ ଅଚ୍ୟୁତ ସାମନ୍ତ ଆଜି ରାଜ୍ୟ ସରକାରଙ୍କ ଉଚ୍ଚସ୍ତରୀୟ ତଦନ୍ତକାରୀ କମିଟିରେ ହାଜର ହେବେ। ସଂଧ୍ୟା ସାଢ଼େ ୬ଟାରେ ହାଜର ହେବାକୁ ନିର୍ଦ୍ଦେଶ ରହିଛି। ସମସ୍ତ ଡକ୍ୟୁମେଣ୍ଟ ସହ ଅଚ୍ୟୁତ୍ ତଦନ୍ତକାରୀ ଉଚ୍ଚସ୍ତରୀୟ କମିଟି ଆଗରେ ହାଜର ହେବେ।

ଅଧିକ ପଢ଼ନ୍ତୁ: ଖୋଲିବ ‘କିଟ୍’ କାଣ୍ଡର ଗୁମର, କମ୍ପାସରେ ପଶି ଉଚ୍ଚସ୍ତରୀୟ କମିଟିର ତନାଘନା

Advertisment

ଦୁଇ ଦିନ ତଳେ କ୍ୟାମ୍ପସକୁ ଯାଇ ତଦନ୍ତ କରିଥିଲା ଉଚ୍ଚସ୍ତରୀୟ କମିଟି। ଏହାପରେ ଅଚ୍ୟୁତଙ୍କୁ ହାଜର ହେବା ପାଇଁ ନିର୍ଦ୍ଦେଶ ଦିଆଯାଇଛି। ପ୍ରତିଦିନ ବିଭିନ୍ନ ସଂଗଠନ ପକ୍ଷରୁ କିଟ୍ କ୍ୟାମ୍ପସ ଆଗରେ ବିକ୍ଷୋଭ ପ୍ରଦର୍ଶନ କରାଯାଉଛି। ନେପାଳ ଛାତ୍ରୀଙ୍କ ମୃତ୍ୟୁର ତଦନ୍ତ ଓ କଡ଼ା କାର୍ଯ୍ୟାନୁଷ୍ଠାନ ପାଇଁ ଦାବି ହେଉଛି।

ଅନ୍ୟପଟେ କ୍ୟାମ୍ପସ ଛାଡି ଚାଲିଯାଇଥିବା ଛାତ୍ରଛାତ୍ରୀଙ୍କ ସୁରକ୍ଷିତ ପ୍ରତ୍ୟାବର୍ତ୍ତନ ସହିତ କ୍ୟାମ୍ପସରେ ଥିବା ଛାତ୍ରଛାତ୍ରୀଙ୍କ ସହାୟତା ନିମନ୍ତେ ଉଚ୍ଚଶିକ୍ଷା ବିଭାଗ ଦ୍ୱାରା ଏକ 24x7 ନିୟନ୍ତ୍ରଣ କକ୍ଷ କାର୍ଯ୍ୟକ୍ଷମ କରାଯାଇଛି । ଏଥିପାଇଁ ଜାରି ହୋଇଛି ୪ଟି ହେଲପଲାଇନ୍ ନମ୍ବର ।

Advertisment

ସେହି ନମ୍ବରଗୁଡ଼ିକ ହେଉଛି, 0674-2396550, 0674-2323401, 0674-2323402 ଏବଂ 0674-2323403 ।  ସେହିପରି ହ୍ବାଟ୍ସଆପ୍ ନମ୍ବର ହେଉଛି, 9124620605। ଏହି ହେଲପ ଡେକ୍ସର ନୋଡାଲ୍ ଅଫିସର ରହିବେ ଉଚ୍ଚଶିକ୍ଷା ବିଭାଗର ନିର୍ଦ୍ଦେଶକ କାଳୀ ପ୍ରସନ୍ନ ମହାପାତ୍ର ।

ଅଧିକ ପଢ଼ନ୍ତୁ: କିଟ୍ ମାମଲାର ତଦନ୍ତ କରିବ ଉଚ୍ଚସ୍ତରୀୟ କମିଟି, ନେପାଳୀ ଛାତ୍ରଙ୍କୁ ଫେରାଇ ଆଣିବାକୁ ନିର୍ଦ୍ଦେଶ

Bhubaneswar KIIT University Student Suicide
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ