ସମୁଦ୍ରରେ ବୁଡ଼ିଗଲେ ଗାଙ୍ଗୁଲିଙ୍କ ଭାଇ-ଭାଉଜ
ପୁରୀ ବେଳାଭୂମିରେ ୱାଟର ସ୍ପୋର୍ଟସ ଆକ୍ଟିଭିଟି ବେଳେ ଦୁର୍ଘଟଣା । ବଡ଼ ଅଘଟଣରୁ ଅଳ୍ପକେ ରକ୍ଷା ପାଇଗଲେ ଟିମ୍ ଇଣ୍ଡିଆର ପୂର୍ବତନ କ୍ୟାପଟେନ୍ ସୌରଭ ଗାଙ୍ଗୁଲିଙ୍କ ବଡ଼ଭାଇ ଓ ଭାଉଜ । ବୋଟରେ ଥିଲେ ସୌରଭ ଗାଙ୍ଗୁଲିଙ୍କ ବଡ଼ଭାଇ ସେହ୍ନାଶିଷ ଗାଙ୍ଗୁଲି, ଭାଉଜ ଅର୍ପିତା ଗାଙ୍ଗୁଲି । ତେବେ ବେଳାଭୂମିରେ ଉପସ୍ଥିତ ଥିବା ଲାଇଫଗାର୍ଡଙ୍କ ପାଇଁ ବଡ଼ ଦୁର୍ଘଟଣାରୁ ଅଳ୍ପକେ ରକ୍ଷା ପାଇଯାଇଥିଲେ ଗାଙ୍ଗୁଲିଙ୍କ ଭାଇ ଓ ଭାଉଜ ।
ଅଧିକ ପଢ଼ନ୍ତୁ: ଯାତ୍ରା ନାଁରେ ଚାଲିଛି ଯାତରା, ଏଥର ଫସିବେ ନାଣ୍ଡୁ !
ସୂଚନା ଅନୁସାରେ ଗତ ଶନିବାର ସନ୍ଧ୍ୟା ସମୟରେ ପୁରୀ ଲାଇଟ୍ ହାଉସ୍ ନିକଟ ବେଳାଭୂମି ନିକଟରେ ଏହି ଅଭାବନୀୟ ଘଟଣା ଘଟିଥିଲା । ଏକ ସ୍ପିଡ୍ ବୋଟରେ ପର୍ଯ୍ୟଟକଙ୍କୁ ବସାଇ ୱାଟର ସ୍ପୋର୍ଟସ ଆକ୍ଟିଭିଟି କରିବା ବେଳେ ସ୍ପିଡ୍ ବୋଟ୍ଟି ହଠାତ୍ ଓଲଟି ପଡିଥିଲା । ବୋଟରେ ଥିବା ପର୍ଯ୍ୟଟକ ବୋଟ୍ ତଳେ କିଛି ସମୟ ପାଇଁ ଚାପି ହୋଇ ରହିଯାଇଥିଲେ । ତେବେ ସେଠାରେ ଥିବା ଘରୋଇ ଲାଇଫ୍ଗାର୍ଡ ତୁରନ୍ତ ସମୁଦ୍ର ଭିତରକୁ ଯାଇ ବୋଟ୍ ତଳେ ଫସି ରହିଥିବା ପର୍ଯ୍ୟଟକଙ୍କୁ ସୁରକ୍ଷିତ ଉଦ୍ଧାର କରିଥିଲେ ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/IMAGE_1748245044.jpg)