Advertisment

Strawberry Stall: ଷ୍ଟ୍ରବେରୀ ପ୍ରେମରେ କୋରାପୁଟିଆ ଚାଷୀ; ବିକ୍ରି ପାଇଁ ଖୋଲିଲା ଷ୍ଟଲ୍

ପ୍ରତି ୨ଶହ ଗ୍ରାମର ଷ୍ଟ୍ରବେରୀ ପ୍ୟାକେଟକୁ ୧୦୦ ଟଙ୍କା ମୂଲ୍ୟ ରଖାଯାଇଛି। ଆଉ ଦେଶୀ ଷ୍ଟ୍ରବେରୀ କିଣିବା ପାଇଁ ଲାଗିଛି ଭିଡ଼ । ଏହି ଷ୍ଟଲ ଆସନ୍ତା ୨ ମାସ ଧରି ଚାଲିବାକୁ ଥିବା ବେଳେ ଏଥିରୁ ଜେଲି ପ୍ରସ୍ତୁତ କରାଯାଇ ବିକ୍ରି କରିବା ଲକ୍ଷ୍ୟ ରଖାଯାଇଛି ।

ଅଦ୍ୟତନ ହୋଇଛି
Strawberry

Strawberry

Advertisment

କୋରାପୁଟରେ ଖୋଲିଛି ଷ୍ଟ୍ରବେରୀ ଷ୍ଟଲ୍। ପାହାଡି ଦେଶିଆ ମାଟିରେ ଲାଲ୍ ଟହଟହ ଷ୍ଟ୍ରବରୀ ଏବେ ଚାଷୀଙ୍କ ମୁହଁରେ ହସ ଫୁଟାଇଛି। କୋରାପୁଟସ୍ଥିତ କଳା ନିକେତନ ଛକରେ ଓରମାସ, ଡଙ୍ଗରରାଣୀ ଫାର୍ମସ ପ୍ରଡ୍ୟୁସର କମ୍ପାନୀ ଏବଂ ଉଦ୍ୟାନ ବିଭାଗର ମିଳିତ ସହଯୋଗରେ ଏକ ଷ୍ଟ୍ରବେରୀ ଷ୍ଟଲ ଉଦ୍‌ଘାଟିତ ହୋଇଛି।

Advertisment

କୋରାପୁଟ ଜିଲାପାଳ ଭି. କୀର୍ତ୍ତି ଭାସନ ଏହାକୁ ଉଦଘାଟନ କରିଛନ୍ତି। ତା ସହିତ ଷ୍ଟ୍ରବେରୀର ମଜା ମଧ୍ୟ ନେଇଛନ୍ତି। କୋରାପୁଟର ଷ୍ଟ୍ରବେରୀରେ ଭଲ ଟେଷ୍ଟ ରହିଛି ଯାହାକି ଲଣ୍ଡନର ଷ୍ଟ୍ରବେରୀ ଚକଲେଟ ଭଳି ଲାଗୁଥିବା ସେ କହିଛନ୍ତି। ଜିଲ୍ଲାରେ ଚଳିତ ବର୍ଷ ପ୍ରାୟ ୮୦ ଏକର ଜମିରୁ ଷ୍ଟ୍ରବେରୀ ଅମଳ ଲକ୍ଷ୍ୟ ରହିଛି। ଦଶମନ୍ତପୁର ବ୍ଲକ୍‌ର କାଉଗୁଡ଼ା ଗ୍ରାମରେ ୩୦ଜଣ ଆଦିବାସୀ ଚାଷୀଙ୍କ ଦ୍ୱାରା ପ୍ରାୟ ୩୦ ଏକର ଜମିରେ କରାଯାଇଥିବା ଏହି ଷ୍ଟ୍ରବେରୀ ଚାଷରୁ ପ୍ରଥମ ଅମଳ ଆସିଛି।

ଗୁଣାତ୍ମକମାନର ଷ୍ଟ୍ରବେରୀ ଏଠାରେ ବିକ୍ରି ହେଉଛି। ପ୍ରତି ୨ଶହ ଗ୍ରାମର ଷ୍ଟ୍ରବେରୀ ପ୍ୟାକେଟକୁ ୧୦୦ ଟଙ୍କା ମୂଲ୍ୟ ରଖାଯାଇଛି। ଆଉ ଦେଶୀ ଷ୍ଟ୍ରବେରୀ କିଣିବା ପାଇଁ ଲାଗିଛି ଭିଡ଼ । ଏହି ଷ୍ଟଲ ଆସନ୍ତା ୨ ମାସ ଧରି ଚାଲିବାକୁ ଥିବା ବେଳେ ଏଥିରୁ ଜେଲି ପ୍ରସ୍ତୁତ କରାଯାଇ ବିକ୍ରି କରିବା ଲକ୍ଷ୍ୟ ରଖାଯାଇଛି । ଅନ୍ୟପଟେ ଚାଷୀ ତାର ଗତାନୁଗତିକ ପ୍ରକିୟାରେ କରୁଥିବା ଚାଷରୁ ଏବେ ଷ୍ଟ୍ରବେରୀ ନିଶାରେ ପଡିଛି।

Advertisment

ଅଧିକ ପଢନ୍ତୁ: ଶୀତଳ ଭଣ୍ଡାର ନାହିଁ, କମ୍ ଦାମ୍‌ରେ କିଣି ନେଉଛନ୍ତି ବେପାରୀ...ମୂଳଖର୍ଚ୍ଚ ପାଉନି ଚାଷୀ

Koraput
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ