Advertisment

No Confidence Vote: ନାଁ ନନେଇ ବବିଙ୍କ ଉପରେ ବର୍ଷିଲେ ବ୍ୟାସନଗର ପୌରାଧ୍ୟକ୍ଷା; କହିଲେ...

ଗତ ମାସ ୧୨ ତାରିଖରେ ୧୧ କାଉନସିଲରଙ୍କ ଦସ୍ତଖତ ଯାଞ୍ଚ କରାଯାଇ ଅନାସ୍ଥା ପ୍ରସ୍ତାବକୁ ପାରିତ କରାଯାଇଥିଲା। ତେବେ ଆଜି ଅନାସ୍ଥା ଭୋଟ୍ ହେବାକୁ ଯାଉଥିବା ବେଳେ, ଏହା ପୂର୍ବରୁ ଭିଡିଓ ଜାରି କରି ମୁହଁ ଖୋଲିଛନ୍ତି ପୌରାଧ୍ୟକ୍ଷା।

ଅଦ୍ୟତନ ହୋଇଛି
No-Confidence Vote

No-Confidence Vote

Advertisment

ଆଜି ବ୍ୟାସନଗର ପୌରାଧ୍ୟକ୍ଷାଙ୍କ ବିରୋଧରେ ପଡ଼ିବ ଅନାସ୍ଥା ଭୋଟ୍। ବ୍ୟାସନଗର ପୌରାଧ୍ୟକ୍ଷାଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଆଣିଛନ୍ତି କିଛି କାଉନସିଲର୍। ଯାଜପୁର ଜିଲ୍ଲା ବ୍ୟାସନଗରରେ ବିଜେଡି ଅନ୍ତର୍କନ୍ଦଳ ନିଆଁ କୁହୁଳୁଥିବା ବେଳେ, ଆଜି ଏହା ବିସ୍ଫୋରଣର ରୂପ ନେବାକୁ ଯାଉଥିବା ଚର୍ଚ୍ଚା ହେଉଛି। ଅନାସ୍ଥା ପାଇଁ ବିଜେଡି କାଉନସିଲରଙ୍କ ପକ୍ଷରୁ ବିଜେଡି ପୌରାଧ୍ୟକ୍ଷା ସଂଗୀତା ପିଙ୍ଗୁଆଙ୍କ ବିରୋଧରେ ଯାଜପୁର ଜିଲ୍ଲାପାଳଙ୍କ ନିକଟରେ ଲିଖିତ ଆବେଦନ ହୋଇଥିଲା।

Advertisment

ଅଧିକ ପଢ଼ନ୍ତୁ:  ବିଜେଡି ହାତରୁ ଖସିଲା ବ୍ରଜରାଜନଗର, ଅନାସ୍ଥାରେ ହାରିଲେ ପୌରାଧ୍ୟକ୍ଷା ଯାଜ୍ଞସେନୀ ଓରାମ୍

ଗତ ମାସ ୧୨ ତାରିଖରେ ୧୧ କାଉନସିଲରଙ୍କ ଦସ୍ତଖତ ଯାଞ୍ଚ କରାଯାଇ ଅନାସ୍ଥା ପ୍ରସ୍ତାବକୁ ପାରିତ କରାଯାଇଥିଲା। ତେବେ ଆଜି ଅନାସ୍ଥା ଭୋଟ୍ ହେବାକୁ ଯାଉଥିବା ବେଳେ, ଏହା ପୂର୍ବରୁ ଭିଡିଓ ଜାରି କରି ମୁହଁ ଖୋଲିଛନ୍ତି ପୌରାଧ୍ୟକ୍ଷା। ତାଙ୍କୁ ଦଳୀୟ କାର୍ଯ୍ୟକ୍ରମରେ ଅଣଦେଖା କରାଯାଉଛି ବୋଲି କହିବା ସହ, ବ୍ୟାସନଗରରେ ବିଜେଡିର ଏକାଧିକ ମୁରବି ଏହି ଅନାସ୍ଥାର ମୁଖ୍ୟ କାରଣ ବୋଲି ଅଭିଯୋଗ କରିଛନ୍ତି।

Advertisment

ରବର ଷ୍ଟାମ୍ପ ନବନିବାରୁ କୋରେଇ ବିଜେଡି ନେତାଙ୍କ ପ୍ରତିନିଧି ଏହି ବିବାଦର ମଞ୍ଜି ବୁଣିଲେ। ନିର୍ବାଚନ ପରେ ଦଳକୁ ସଜାଡ଼ିବା ପରିବର୍ତ୍ତେ ବିଗାଡିବାକୁ ଖସଡ଼ା ପ୍ରସ୍ତୁତି କରାଗଲା ଆଦି କହିବା ସହ, ବିଜେଡି ସୁପ୍ରିମୋ କୋରେଇରେ ଏକାଧିକ ମୁରବି ବ୍ୟବସ୍ଥାକୁ ଉଚ୍ଛେଦ କରନ୍ତୁ ବୋଲି ସେ ଦାବି କରିଛନ୍ତି। ସେ ନାଁ ନନେଇ ବବି ଦାସ ଓ ତାଙ୍କ ଭାଇ ଭବ ପ୍ରକାଶ ଦାସଙ୍କୁ ସମାଲୋଚନା କରିଥିବା କୁହାଯାଉଛି। ତେବେ ଏନେଇ ବିଜେପି ଓ କଂଗ୍ରେସ ପ୍ରତିକ୍ରିୟା ରଖିଥିବା ବେଳେ, ବବି କିମ୍ବା ଭବପ୍ରକାଶଙ୍କ ପ୍ରତିକ୍ରିୟା ମିଳିପାରିନାହିଁ।

ଅଧିକ ପଢ଼ନ୍ତୁ: ଚର୍ଚ୍ଚାରେ ସୁନାବେଡ଼ା ପୌରପରିଷଦ, ଅଧ୍ୟକ୍ଷ ନୁହେଁ ଉପାଧ୍ୟକ୍ଷାଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ

Advertisment

Jajpur
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ