• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Sangram Keshori Behera

ନୂଆ ସରକାରଙ୍କ ସ୍କାନରରେ ରାଜ୍ୟର ୯୧ ବିଡ଼ିଓ । ବିଭିନ୍ନ ଅଭିଯୋଗ ଆଧାରରେ ୯୧ ବିଡ଼ିଓଙ୍କ ଉପରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ବିଚାରାଧୀନ ରହିଛି । ଯାହାକୁ ବର୍ତ୍ତମାନ ବିଚାରକୁ ନିଆଯାଇଛି । ସାଲେପୁର ବିଧାୟକ ପ୍ରଶାନ୍ତ ବେହେରାଙ୍କ ପ୍ରଶ୍ନରେ ବିଧାନସଭାରେ ପଞ୍ଚାୟତିରାଜ ମନ୍ତ୍ରୀ ରବି ନାରାୟଣ ନାୟକ ଲିଖିତ ଉତ୍ତର ରଖିଛନ୍ତି । ମନ୍ତ୍ରୀ କହିଛନ୍ତି ଏହି ଅଫିସରଙ୍କ ବିରୋଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ନେବାକୁ ସରକାର ବିଚାର କରୁଛନ୍ତି । ୯୧ ବିଡ଼ିଓଙ୍କ ତାଲିକା ମଧ୍ୟ ସାମ୍ନାକୁ ଆସିଛି । ଆୟବହିର୍ଭୁତ ସମ୍ପତ୍ତି ଠୁଳ ଓ ବିଭିନ୍ନ ଦୁର୍ନୀତି ଅଭିଯୋଗ ଏହି ଅଧିକାରୀଙ୍କ ନାଁରେ ରହିଛି ।

ରାଜ୍ୟରେ ନୂଆ ସରକାର ଆସିବା ପରେ ଭିଜିଲାନ୍ସ ରେଡ୍ ଜୋରଦାର ହୋଇଛି । ଅନେକ ଦୁର୍ନୀତିଘୋର ବାବୁ ଧରା ପଡ଼ୁଛନ୍ତି । ରେଡ୍ ବେଳେ କୁବେର ବାବୁଙ୍କ ଘରୁ ମିଳୁଥିବା ସମ୍ପତ୍ତି ଦେଖି ଭିଜିଲାନ୍ସ ମଧ୍ୟ ତାଜୁବ ହେଉଛି । କେଉଁଠି ପୁଳା ପୁଳା ସୁନା ତ କେଉଁଠି ଅଧିକାରୀଙ୍କ ଘରୁ ମିଳୁଛି ପ୍ଲଟ୍, ନଗଦ ଟଙ୍କା, ଗାଡ଼ି ଓ ଅନ୍ୟ ଦାମୀ ସାମଗ୍ରୀ ।

ନିକଟରେ ଢେଙ୍କାନାଳ ସଦର ରେଞ୍ଜର ବିଭୁଦାନନ୍ଦ ମିଶ୍ରଙ୍କ ଘରେ ଭିଜିଲାନ୍ସ ରେଡ୍ ବେଳେ ଟଏଲେଟ୍ ଫ୍ଲସ ଟାଙ୍କିରୁ ମିଳିଥିଲା ପୁଳା ପୁଳା ଟଙ୍କା । ଟଏଲେଟ୍ ଫ୍ଲସ ଟାଙ୍କିରୁ ୨ ବିଡ଼ା ଟଙ୍କା ଜବତ କରିଥିଲେ ଭିଜିଲାନ୍ସ ଅଧିକାରୀ । ଭିଜିଲାନ୍ସକୁ ଦେଖି ବିଭିନ୍ନ ସ୍ଥାନରେ ଟଙ୍କା ଲୁଚାଇବାକୁ ଉଦ୍ୟମ କରିଥିଲେ ବାବୁ । 

OTV is now on Whatsapp

Join and get latest news update delivered to you via whatsapp

Join Now