Advertisment

Subhadra Yojana: ସୁଭଦ୍ରାର ପଞ୍ଚମ ପର୍ଯ୍ୟାୟ ୮ରେ ମିଳିବ ଦ୍ବିତୀୟ କିସ୍ତି, ବଞ୍ଚିତ ମହିଳାଙ୍କୁ ଖୋଜିବାକୁ ହେବ ଡୋର ଟୁ ଡୋର ସର୍ଭେ

ଆସନ୍ତାକାଲି ପ୍ରଥମ କିସ୍ତିର ପଞ୍ଚମ ପର୍ଯ୍ୟାୟ, ଆଉ ଦିନକ ପରେ ୮ ତାରିଖରେ ମିଳିବ ଦ୍ବିତୀୟ କିସ୍ତି। ମାର୍ଚ୍ଚ ୩୧ରେ ଆବେଦନ ଗ୍ରହଣ ବନ୍ଦ କରି ସୁଭଦ୍ରାରୁ ବଞ୍ଚିତ ହୋଇଥିବା ମହିଳାଙ୍କୁ ଖୋଜିବାକୁ ସର୍ଭେ କରିବେ ସରକାର। ଡୋର୍ ଟୁ ଡୋର୍ ବୁଲି ହିତାଧିକାରୀଙ୍କ ସର୍ଭେ କରାଯିବ। ପଞ୍ଚମ ପର୍ଯ୍ୟାୟ ପରେ ବି ରାକ୍ଷୀ ପୂର୍ଣ୍ଣିମାରେ ଯୋଗ୍ୟ ହିତାଧିକାରୀଙ୍କୁ ମିଳିବ ଏକା ବେଳେ ୩ଟି କିସ୍ତି।

ଅଦ୍ୟତନ ହୋଇଛି
subhadra yojana

subhadra yojana

Advertisment

ଆସନ୍ତାକାଲି ପ୍ରଥମ କିସ୍ତିର ପଞ୍ଚମ ପର୍ଯ୍ୟାୟ, ଆଉ ଦିନକ ପରେ ୮ ତାରିଖରେ ମିଳିବ ଦ୍ବିତୀୟ କିସ୍ତି। ମାର୍ଚ୍ଚ ୩୧ରେ ଆବେଦନ ଗ୍ରହଣ ବନ୍ଦ କରି ସୁଭଦ୍ରାରୁ ବଞ୍ଚିତ ହୋଇଥିବା ମହିଳାଙ୍କୁ ଖୋଜିବାକୁ ସର୍ଭେ କରିବେ ସରକାର। ଡୋର୍ ଟୁ ଡୋର୍ ବୁଲି ହିତାଧିକାରୀଙ୍କ ସର୍ଭେ କରାଯିବ। ପଞ୍ଚମ ପର୍ଯ୍ୟାୟ ପରେ ବି ରାକ୍ଷୀ ପୂର୍ଣ୍ଣିମାରେ ଯୋଗ୍ୟ ହିତାଧିକାରୀଙ୍କୁ ମିଳିବ ଏକା ବେଳେ ୩ଟି କିସ୍ତି। ଅନ୍ୟ ପଟେ ସୁଭଦ୍ରାରୁ ମହିଳାଙ୍କୁ ସଶକ୍ତ କରି ନିଜ ଭୋଟ ବ୍ୟାଙ୍କ ବି ସଶକ୍ତ କରିବାକୁ ବଡ଼ କାର୍ଯ୍ୟକ୍ରମ ହାତକୁ ନେଇଛନ୍ତି ମୋହନ ସରକାର।

Advertisment

ବଂଚିତ ହିତାଧିକାରୀଙ୍କୁ ସୁଭଦ୍ରା ଦେବାକୁ ଡୋର୍ ଟୁ ଡୋର୍ ସର୍ଭେ କରିବେ ସରକାର। ଅଧିକାରୀମାନେ ଘରକୁ ଯାଇ ୱାନ ଟୁ ୱାନ ଆଲୋଚନା କରି ରିପୋର୍ଟ ଦେବେ। ୫ଟି ପର୍ଯ୍ୟାୟରେ କୋଟିଏ ହିତାଧିକାରୀଙ୍କୁ ସାମିଲ ପରେ ବି ବଳକା ରହିଯାଇଥିବା ଯୋଗ୍ୟ ହିତାଧିକାରୀଙ୍କୁ ମିଳିବ ସୁଭଦ୍ରା। ମାର୍ଚ୍ଚ ୩୧ ଭିତରେ ଆବେଦନ କରିଥିବା କୌଣସି ଯୋଗ୍ୟ ଆବେଦନକାରୀ ବାଦ୍ ପଡିବେନି। ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା କହିଛନ୍ତି, ଆସନ୍ତାକାଲି ପଞ୍ଚମ ପର୍ଯ୍ୟାୟରେ ଲକ୍ଷେ ୮୫ ହଜାର ହିତାଧିକାରୀଙ୍କୁ ମିଳିବ ପ୍ରଥମ କିସ୍ତି। ଫଳରେ ପାଞ୍ଚଟି ପର୍ଯ୍ୟାୟରେ ମୋଟ ପ୍ରାୟ ୧ କୋଟି ୨୦ ହଜାର ହିତାଧିକାରୀଙ୍କୁ ସାମିଲ କରାଯିବ। ଏବେ ସୁଭଦ୍ରାରେ ମୋଟ ଆବେଦନ ସଂଖ୍ୟା ୧ କୋଟି ୮ ଲକ୍ଷରେ ପହଞ୍ଚିଛି । ଏବେ ବି ଆବେଦନ ଚାଲିଛି। ମାର୍ଚ୍ଚ ୩୧ରେ ଆବେଦନକୁ ବନ୍ଦ କରି ସର୍ଭେ ଆରମ୍ଭ କରିବେ ସରକାର। ଯେଉଁ ମାନେ ପାଇନାହାନ୍ତି ସେମାନଙ୍କ ଘରକୁ ୱାନ ଟୁ ୱାନ ସର୍ଭେ କରିବେ। ଯେଉଁମାନେ ଯୋଗ୍ୟ ବାହାରିବେ ସେମାନଙ୍କୁ ରାକ୍ଷୀ ପୂର୍ଣ୍ଣିମାରେ ୩ଟି ଯାକ କିସ୍ତି ଏକ ସାଙ୍ଗରେ ମିଳିବ।

ସଶକ୍ତ ସୁଭଦ୍ରାରୁ ମହିଳାଙ୍କୁ ନିଜ ସହ ଯୋଡି ହୋଇ ରଖିବାକୁ ଅନ୍ତର୍ଜାତୀୟ ମହିଳା ଦିବସରେ ବଡ଼ କାର୍ଯ୍ୟକ୍ରମ ହାତକୁ ନେଇଛନ୍ତି ସରକାର। ଆଜିଠୁ ୮ ତାରିଖ ଯାଏଁ ପଞ୍ଚାୟତ ସ୍ତରରେ ଚାଲିବ କାର୍ଯ୍ୟକ୍ରମ। ଆଜି ରାଜ୍ୟରେ ସମସ୍ତ ପଞ୍ଚାୟତ ଏବଂ ସହରାଞ୍ଚଳରେ ଆୟୋଜିତ ହୋଇଛି ସୁଭଦ୍ରା ରାଲି। ଯେଉଁଥିରେ ଏସଏଚଜି ସଦସ୍ୟା, ଅଙ୍ଗନୱାଡି କର୍ମୀ ଏବଂ ଛାତ୍ରୀଙ୍କୁ ସାମିଲ କରାଯାଇଛି। ଏହା ବାଦ୍ ସ୍କୁଲ ଏବଂ କଲେଜରେ ବିଭିନ୍ନ ପ୍ରକାର ଖେଳ, କୁଇଜ ପ୍ରତିଯୋଗିତା ଭଳି କାର୍ଯ୍ୟକ୍ରମ ମଧ୍ୟ ୮ ତାରିଖ ଯାଏଁ ଚାଲିବ। ୨୦୧୨ ପରଠାରୁ SHG ମାଧ୍ୟମରେ ଏକ ବଡ ଭୋଟ ବ୍ୟଙ୍କ ତିଆରି କରିଥିଲା ବିଜେଡି। ଯାହାକୁ ନିର୍ବାଚନରେ ମଧ୍ୟ ବ୍ୟବହାର କରୁଥିଲା। ତାକୁ ଭାଙ୍ଗିବାକୁ ବିରୋଧୀ ଦଳରେ ଥିବା ସମୟରୁ ରୀତିମତ ପ୍ରୟାସ କରିଆସୁଛି ବିଜେପି। କ୍ଷମତାକୁ ଆସିବା ପରେ ବାସ୍ତବ କ୍ଷେତ୍ରରେ କେମିତି ମହିଳାଙ୍କୁ ସଶକ୍ତ କରି ନିଜ ପାଖରେ ରଖିବେ ତାର ରୂପରେଖ ପ୍ରସ୍ତୁତ କରି ଆଗକୁ ବଢୁଛନ୍ତି ମୋହନ ସରକାର। ଏପଟେ ବିଜେଡି କହିଛି ମହିଳା ଆମ ସହ ଅଛନ୍ତି। ଆଉ କଂଗ୍ରେସ ମହିଳା ବିରୋଧୀ ଅପରାଧ କଥା ଉଠାଇ ଟାର୍ଗେଟ୍ କରିଛି। ମହିଳାଙ୍କୁ ମୋହନ ସରକାର ସହ ରଖିବାରେ ସୁଭଦ୍ରା କେତେ ସଫଳ ହେଉଛି, ବିଜେପି ମହିଳା ଭୋଟ ବ୍ୟାଙ୍କକୁ କେତେ ସଶକ୍ତ କରୁଛି ତାକୁ ଦେଖିବା ବାକି।

Advertisment

ଅଧିକ ପଢ଼ନ୍ତୁ: ରାଜା ଚକ୍ରଙ୍କୁ ଘାଣ୍ଟୁଛି EOW, ୨୦ ଗାଡ଼ି ଜବତ ଓ ୨୦୦ ଆକାଉଣ୍ଟ ଠାବ

Subhadra Pravati Parida
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ