Advertisment

Subhadra Yojana: ମହିଳା ଯୋଜନାରେ କେମିତି ପଶିଗଲେ ପୁରୁଷ ?

ତେବେ ପ୍ରଶ୍ନ ଉଠୁଛି ସୁଭଦ୍ରା ଯୋଜନାରେ କେମିତି ତାଲିକାଭୁକ୍ତ ହୋଇଗଲେ ପୁରୁଷ ? ଏହି ଯୋଜନାରେ ପୁରୁଷମାନେ ଆବେଦନ କରିବା ପାଇଁ କିଛି ଗଳାବାଟ ଥିଲା କି ? ପୁରୁଷମାନେ ଯଦି ସୁଭଦ୍ରା ଆବେଦନ କଲେ ସରକାର କିପରି ଜାଣି ପାରିଲେନାହିଁ ?

ଅଦ୍ୟତନ ହୋଇଛି
Subhadra yojana

Subhadra yojana

Advertisment

ମହିଳାମାନଙ୍କୁ ସ୍ୱାବଲମ୍ବୀ କରିବା ପାଇଁ ମୋହନ ସରକାର ଆରମ୍ଭ କରିଛନ୍ତି ସୁଭଦ୍ରା ଯୋଜନା। ଏହି ଯୋଜନାରେ ପ୍ରତ୍ୟେକ ମହିଳାଙ୍କୁ ୫ବର୍ଷରେ ୫୦ହଜାର ଟଙ୍କା ମିଳିବ। ପ୍ରତିବର୍ଷ ଯୋଗ୍ୟ ମହିଳା ହିତାଧିକାରୀ ୧୦ ହଜାର ଟଙ୍କା ପାଇବେ।। ଏହି ପର୍ଯ୍ୟାୟ ଆରମ୍ଭ ହୋଇଯାଇଥିବା ବେଳେ ମହିଳାମାନେ ମଧ୍ୟ ପ୍ରଥମ କିସ୍ତିର ତୃତୀୟ ପର୍ଯ୍ୟାୟ ‘ସୁଭଦ୍ରା’ ଟଙ୍କା ପାଇସାରିଲେଣି।

Advertisment

ଏହାରି ଭିତରେ ସୁଭଦ୍ରା ଯୋଜନାକୁ ନେଇ ବିଭାଗୀୟ ମନ୍ତ୍ରୀ ପ୍ରଭାତୀ ପରିଡ଼ା ଚାଞ୍ଚଲ୍ୟକର ମନ୍ତ୍ରବ୍ୟ ଦେଇଛନ୍ତି। ସୁଭଦ୍ରାରେ ୧୫୭ ଜଣ ପୁରୁଷ ଆବେଦନ କରିଛନ୍ତି ବୋଲି କହିଛନ୍ତି। ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିବା ସହ ସମସ୍ତଙ୍କ ମନରେ ପ୍ରଶ୍ନବାଚୀ ସୃଷ୍ଟି କରିଛି।

ତେବେ ପ୍ରଶ୍ନ ଉଠୁଛି ସୁଭଦ୍ରା ଯୋଜନାରେ କେମିତି ତାଲିକାଭୁକ୍ତ ହୋଇଗଲେ ପୁରୁଷ ? ଏହି ଯୋଜନାରେ ପୁରୁଷମାନେ ଆବେଦନ କରିବା ପାଇଁ କିଛି ଗଳାବାଟ ଥିଲା କି ? ପୁରୁଷମାନେ ଯଦି ସୁଭଦ୍ରା ଆବେଦନ କଲେ ସରକାର କିପରି ଜାଣି ପାରିଲେନାହିଁ ? ଛୋଟ ଛୋଟ ଭୁଲ୍‌ ଯୋଗୁ ଯୋଗ୍ୟ ମହିଳା ହିତାଧିକାରୀଙ୍କର ସୁଭଦ୍ରା କଟିଯାଉଛି, ସରକାର ମଧ୍ୟ ବିଭିନ୍ନ କଟକଣା ଲଗାଇଛନ୍ତି। ଏହା ସତ୍ତ୍ୱେ ପୁରୁଷମାନେ କିପରି ସୁଭଦ୍ରା ଆବେଦନ କରିପାରିଲେ ? ତାକୁ ନେଇ ଉଠିଛି ପ୍ରଶ୍ନ।

Advertisment

ଅଧିକ ପଢ଼ନ୍ତୁ: ବଡ଼ ଖୁଲାସା: ୧୫୭ ଜଣ ପୁରୁଷ କରିଛନ୍ତି ସୁଭଦ୍ରା ଆବେଦନ

ଜଣେ ମହିଳା ହିତାଧିକାରୀ ସୁଭଦ୍ରା ପାଇଁ ଅଲ୍‌ଲାଇନ ଓ ଅଫ ଲାଇନରେ ଆବେଦନ କରିପାରିବେ। ଜନସେବା କେନ୍ଦ୍ର ଓ ମୋ ସେବା କେନ୍ଦ୍ରରେ ମହିଳା ହିତାଧିକାରୀଟି ଆବେଦନ କରିପାରିବ। ଏଥିପାଇଁ ସରକାର ଜନସେବା କେନ୍ଦ୍ର ଓ ମୋ ସେବା କେନ୍ଦ୍ରକୁ ଦାୟିତ୍ୱ ଦେଇଛନ୍ତି। ଯଦି ପୁରୁଷଟି ମହିଳା ବଦଳରେ ଆବେଦନ କଲା,ତାହାହେଲେ କାହିଁକି ଜନସେବା କେନ୍ଦ୍ର ଓ ମୋ ସେବା କେନ୍ଦ୍ରର ଅଧିକାରୀ ବିରୋଧ କଲେ ନାହିଁ ? ଏହି ବିଷୟରେ ସରକାରଙ୍କୁ କାହିଁକି ଅବଗତ କଲେ ନାହିଁ ?

ସୁଭଦ୍ରାରେ ମହିଳା ହିତାଧିକାରୀଟି ପ୍ରଥମେ ଅଫ୍ ଲାଇନରେ ଫର୍ମ ପୂରଣ କରିଥାଏ। ପରେ ସେ ଜନସେବା କେନ୍ଦ୍ର ଓ ମୋ ସେବା କେନ୍ଦ୍ରକୁ ଯାଇ ଅଲ୍‌ଲାଇନରେ ସୁଭଦ୍ରା ପୋର୍ଟାଲରେ ଆବେଦନ କରିଥାଏ। ଯଦି ପୁରୁଷଟି ଅଫ୍ ଲାଇନରେ ଆବେଦନ କରିବା ପରେ ଅନ୍ ଲାଇନରେ ଆବେଦନ କଲା, ତାହାହେଲେ ସୁଭଦ୍ରା ପୋଟାର୍ଲରେ ତାହାର କେମିତି ଫର୍ମ ଫିଲ୍‌ପ୍ ସଫଳ ହେଲା। ଏଥିସହ ତା’ ପାଖକୁ କିପରି ‘ଆକନଲେଜମେଣ୍ଟ’ ନମ୍ବର ଆସିଲା, ତାକୁ ନେଇ ମଧ୍ୟ ଉଠିଛି ପ୍ରଶ୍ନ ?

Advertisment

ପୁଅ ଓ ଝିଅଙ୍କ ନାଁ ଏକା ଥାଏ। ସ୍ପେଲିଙ୍ଗ ବି ଏକା ହୋଇଥାଏ, ଏଥିପାଇଁ ତ୍ରୁଟିରେ ଏପରି ହୋଇଛି ବୋଲି ବିଭାଗୀୟ ମନ୍ତ୍ରୀ କହିଥିଲେ। ହେଲେ ଯଦି ଜଣେ ପୁରୁଷ ଆବେଦନ କଲା, ଆଧାର କାର୍ଡର ବ୍ୟାଙ୍କ ଲିଙ୍କ୍ ଡାଟା କିପରି ଜଣା ପଡ଼ିଲା ନାହିଁ, ନା ସରକାରଙ୍କ ଆବେଦନ ଫର୍ମରେ କିଛି ଗଳା ବାଟ ଅଛି ? ଯଦି ଗଳା ବାଟ ଅଛି ଶୀଘ୍ର ସରକାର ଏହାକୁ ସଂଶୋଧନ କରନ୍ତୁ ନ ହେଲେ ଅନେକ ପୁରୁଷ ମଧ୍ୟ ସୁଭଦ୍ରା ପାଇଁ ଆବେଦନ କରି ସରକାରଙ୍କୁ ହଇରାଣ କରିବେ ଓ ଯୋଗ୍ୟ ମହିଳା ଅଧିକାରୀ ଏହି ଯୋଜନାରୁ ବଞ୍ଚିତ ରହିବାର ଆଶଙ୍କା ରହିଛି।

ସୁଭଦ୍ରା ଆବେଦନ କରିଥିବା ପୁରୁଷଙ୍କ ପାଇଁ ସରକାର ନେବେ କି କାର୍ଯ୍ୟାନୁଷ୍ଠାନ?

ଯେଉଁ ପୁରୁଷମାନେ ସୁଭଦ୍ରା ପାଇଁ ଆବେଦନ କରିଛନ୍ତି, ସମାଜ ଆଖିରେ ସେ ଏକ ପ୍ରକାର ଦୋଷୀ ବା ଅଭିଯୁକ୍ତ। ଯଦି ସରକାର ସେମାନଙ୍କ ବିରୋଧରେ କୌଣସି ଦୃଷ୍ଟାନ୍ତ ମୂଳକ କାର୍ଯ୍ୟାନୁଷ୍ଠାନ ନ ନିଅନ୍ତି, ଭବିଷତ୍ୟରେ ଆହୁରି ଅନେକ ପୁରୁଷ ସୁଭଦ୍ରା ପାଇଁ ଆବେଦନ କରିବେ। ସରକାରଙ୍କୁ ହଇରାଣରେ ପକାଇବେ। ଯଦି ସେମାନଙ୍କ ନାଁକୁ ସରକାର ଲୋକଲୋଚନକୁ ଆଣନ୍ତେ, ତାହାହେଲେ ଅନ୍ୟମାନେ ମଧ୍ୟ ଲୋକ ଲଜ୍ଜ୍ୟାରେ ଏହି ଭୁଲ୍ କରିବେ ନାହିଁ ବୋଲି କୁହାଯାଉଛି।

 ଏହା ବ୍ୟତିତ ସରକାର ଯଦି ସୁଭଦ୍ରା ଯୋଜନାରେ ମହିଳାଙ୍କ ବ୍ୟତିତ ପୁରୁଷ କିପରି ପଶିଲେ, କେଉଁ ଗଳାବାଟ ଦେଇ ପଶିଲେ, ସେ ବାବଦରେ ଆବଶ୍ୟକ ତଦନ୍ତ କରନ୍ତେ, ଅସଲ ରହସ୍ୟ ପଦାକୁ ଆସନ୍ତା।

ଉଲ୍ଲେଖଯୋଗ୍ୟ, ରାଜ୍ୟ ସରକାର ମହିଳାମାନଙ୍କୁ ସ୍ୱାବଲମ୍ବୀ କରିବା ପାଇଁ ସୁଭଦ୍ରା ସହାୟତା ଦେଉଛନ୍ତି। ଗତ ସେପ୍ଟେମ୍ବର ୧୭ , ଅକ୍ଟୋବର ୯ ଓ ନଭେମ୍ବର ୨୪ ତାରିଖରେ ୩ଟି ପର୍ଯ୍ୟାୟ ସୁଭଦ୍ରା ଟଙ୍କା ପ୍ରଦାନ କରାଯାଇ ସାରିଛି। ଜାନୁଆରୀ ମାସ ଶେଷ ସୁଦ୍ଧା ପ୍ରଥମ କିସ୍ତିର ଚତୁର୍ଥ ପର୍ଯ୍ୟାୟ ‘ସୁଭଦ୍ରା’ ଟଙ୍କା ମିଳିବ ବୋଲି ଉପମୁଖ୍ୟମନ୍ତ୍ରୀ କହିଛନ୍ତି।

ଅନ୍ୟପକ୍ଷରେ ଏହି ଯୋଜନାରେ ଅଧିକରୁ ଅଧିକ ମହିଳାଙ୍କୁ ସାମିଲ କରିବାକୁ ଟାର୍ଗେଟ ରଖିଛନ୍ତି ରାଜ୍ୟ ସରକାର।

ଅଧିକ ପଢ଼ନ୍ତୁ: ୧୫୦ କି.ମି ଦଣ୍ଡପ୍ରଣାମ କରି ଶ୍ରୀମନ୍ଦିର ପହଞ୍ଚିଲେ ଦୁଇ ଭକ୍ତ, ଲାଗିଗଲା ୨ମାସ

BJP Subhadra
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ