Advertisment

Explosive Theft by Maoists: ସୁନ୍ଦରଗଡ଼ରୁ ୪ ଟନ୍‌ ବିସ୍ଫୋରକ ଲୁଟ୍‌ ଘଟଣା, ୩ ଦିନ ପରେ ମିଳିଲା ବିସ୍ଫୋରକ

ସୀମାନ୍ତ ଝାଡ଼ଖଣ୍ଡରେ ନକ୍ସଲ-ସୁରକ୍ଷାକର୍ମୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଥିଲା । ତେବେ ଏହି ଗୁଳି ବିନିମୟ ପରେ ଘଟଣାସ୍ଥଳରୁ ବିପୁଳ ପରିମାଣର ବିସ୍ଫୋରକ ଜବତ ହୋଇଛି ।

ଅଦ୍ୟତନ ହୋଇଛି
ମିଳିଲା ଲୁଟ୍ ବିସ୍ଫୋରକ

ମିଳିଲା ଲୁଟ୍ ବିସ୍ଫୋରକ

Advertisment

ସୁନ୍ଦରଗଡ଼ ବାଙ୍କୋ ଅଞ୍ଚଳରୁ ମାଓବାଦୀ ୪ ଟନ୍‌ ବିସ୍ଫୋରକ ଲୁଟି ନେଇଥିବା ମାମଲାରେ ସୁରକ୍ଷାକର୍ମୀଙ୍କୁ ବଡ଼ ସଫଳତା । ଲୁଟ୍‌ ହୋଇଥିବା ବିସ୍ଫୋରକରୁ ଅନେକ ଜବତ ହୋଇଥିବା ସୂଚନା ମିଳିଛି । ସୀମାନ୍ତ ଝାଡ଼ଖଣ୍ଡରେ ନକ୍ସଲ-ସୁରକ୍ଷାକର୍ମୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଥିଲା । ତେବେ ଏହି ଗୁଳି ବିନିମୟ ପରେ ଘଟଣାସ୍ଥଳରୁ ବିପୁଳ ପରିମାଣର ବିସ୍ଫୋରକ ଜବତ ହୋଇଛି । ତେବେ କେତେ ପରିମାଣର ବିସ୍ଫୋରକ ଜବତ ହୋଇଛି ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନି ।

Advertisment

ଅଧିକ ପଢ଼ନ୍ତୁ: ପ୍ରଥମ ବର୍ଷର ହିସାବନିକାସ କରିବ ମୋହନ ସରକାର...ଏବେ କେଉଁଠି ଅଛନ୍ତି ବିରୋଧିଦଳ ?

ସୂଚନା ଅନୁସାରେ, ଗତ ମଙ୍ଗଳବାର ସକାଳ ପ୍ରାୟ ୮ଟା ୫୦। ସୁନ୍ଦରଗଡର ବଡଗାଁରୁ ବିସ୍ଫୋରକ ବୋଝେଇ ଟ୍ରକ୍ ଝାଡଖଣ୍ଡ-ଓଡ଼ିଶା ସୀମାନ୍ତ ବାଙ୍କୋ ଖଣିରେ ପହଁଚିଥିଲା। ଗାଡିରୁ ବିସ୍ଫୋରକ ସାମଗ୍ରୀ ଓହ୍ଲାଇବା ବେଳେ ଘେରିଯାଇଥିଲେ ୩୦ରୁ ଅଧିକ ଅଜ୍ଞାତ ବ୍ୟକ୍ତି। ହାତରେ ଧରିଥିଲେ ବନ୍ଧୁକ। ଡ୍ରାଇଭରକୁ ଧମକାଇ ବିସ୍ଫୋରକ ସହ ଗାଡିକୁ ନେଇଯାଇଥିଲେ ଜଙ୍ଗଲକୁ। ସେଠାରେ ଗାଡିରୁ ସାମଗ୍ରୀ ଓହ୍ଲାଇ ଛାଡିଦେଇଥିଲେ ଡ୍ରାଇଭରକୁ। ପରେ ଗାଡି ମାଲିକଙ୍କ ସହ ସମ୍ପର୍କ କରି କେ. ବଲାଙ୍ଗ ପୋଲିସ ଚାଳକଙ୍କୁ ଉଦ୍ଧାର କରିଥିଲା।

Advertisment

ଘଟଣା ପରେ ତୁରନ୍ତ ଟିମ୍ ଗଠନ କରି ଛାନଭିନ୍ ଆରମ୍ଭ କରିଦେଇଥିଲା ପୋଲିସ। CRPF ସହ ମିଶି ସରଣ୍ଡା ଜଙ୍ଗଲରେ ଚାଲିଲା ତୁହାକୁ ତୁହା କମ୍ବିଂ ଅପରେସନ୍। ସନ୍ଧ୍ୟା ପ୍ରାୟ ୭ଟା ବେଳକୁ ଜଙ୍ଗଲରେ ମିଳିଥିଲା ଗାଡିର ସନ୍ଧାନ। ତେବେ ସେଥିରେ ବୋଝେଇ ହୋଇଥିବା ବିସ୍ଫୋରକ ଲୁଟ୍ ହୋଇଯାଇଥିଲା।

ତେବେ ଝାଡ଼ଖଣ୍ଡ-ଓଡ଼ିଶା ସୀମା ବାଙ୍କୋ ଖଣି ଅଞ୍ଚଳରୁ ମାଓବାଦୀ ହିଁ ୪ ଟନର ବିସ୍ଫୋରକ ଲୁଟିଥିବା ଖବର ସ୍ପଷ୍ଟ ହେବା ପରେ ଆରମ୍ଭ ହୋଇଥିଲା ଅପରେସନ୍ । ମାଓବାଦୀଙ୍କ ବ୍ୟବହାରରେ ଲାଗିବା ପୂର୍ବରୁ ଲୁଟ୍ ବିପୁଳ ବିସ୍ଫୋରକ ଜବତ୍ ପାଇଁ ବଡ଼ ଧରଣର କମ୍ବିଂ ଅପରେସନ୍ ଚାଲିଥିଲା । ତିନି ରାଜ୍ୟ ଓଡ଼ିଶା, ପଶ୍ଚିମବଙ୍ଗ, ଝାଡ଼ଖଣ୍ଡର ପୋଲିସ୍ ଟିମ୍ ଏହି କମ୍ବିଂ ଅପରେସନ୍‌ କରିଥିଲେ । ସିଆରପିଏଫ୍ ବି ସହାୟତା ଦେଇଥିଲା ।ଅପରେସନରେ ଖୋଦ୍ ସିଆରପିଏଫ୍ କମାଣ୍ଡର ଅସିତ୍ କୁମାରଙ୍କ ସହ ଆଇଜି ଅମିତେନ୍ଦ୍ର ନାଥ ସିହ୍ନା। ଟିମ୍ ସହ ବାଇକ ପଛରେ ବସି ତୁହାକୁ ତୁହା ଯାଞ୍ଚ୍ କରିଥିଲେ । ଏମିତିକି ଏନ୍ଆଇଏ ଟିମ୍ ମଧ୍ୟ ଘଟଣାସ୍ଥଳରେ ପହଞ୍ଚି ତନାଘନା ଆରମ୍ଭ କରିଥିଲା ।

Advertisment

ଅଧିକ ପଢ଼ନ୍ତୁ: ମସଲା ଦୋକାନରୁ ପୁଳା ପୁଳା ଗଞ୍ଜେଇ ଜବତ, ଦୋକାନୀ କହିଲେ 'ବିଡ଼ି ପାଉଡର ବିକୁଥିଲି'

Odisha Maoists Explosive Materials
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ