Advertisment

Diarrhea Infected: ପଡ଼ିଲା ହାତ ଗଣ୍ଠି; ଉପାସରେ ଗଲେ ବରଯାତ୍ରୀ

ଗତକାଲି ନୂଆ ଦୋକନ୍ଦା ଗାଁରେ ଜଣେ ବ୍ୟକ୍ତିଙ୍କ ଝିଅ ବିବାହ ଥିଲା। ଝିଅ ଘର ତରଫରୁ ଭୋଜିଭାତ ଆୟୋଜନ କରାଯାଇଥିଲା। ଭୋଜିଭାତ ପାଇଁ ଯେଉଁ ସାମଗ୍ରୀ ଆସିବା କଥା, ସବୁ ଆସି ସାରିଥିଲା।  ହେଲେ ସବୁ ଫସର ଫାଟିଯାଇଥିଲା।

ଅଦ୍ୟତନ ହୋଇଛି
Dairea Infected

Dairea Infected

Advertisment

ଜହର ପାଲଟିଛି ଦୟା ନଦୀ ଜଳ। ସତେ ଯେମିତି ମୃତ୍ୟୁକୁ ଅପେକ୍ଷା କରି ରହିଛି। ଜଣକ ପରେ ଜଣେ ୪ ଗୋଟି ଜୀବନ ନେଇଗଲାଣି ଦୟା ନଦୀର ଦୂଷିତ ଜଳ। ଘାତକ ସାଜି ଘାଇଲା କରି ପକାଇଲାଣି ପୁରୀ ଜିଲ୍ଲା କଣାସ ବ୍ଳକରେ ଥିବା ବିଭିନ୍ନ ପଞ୍ଚାୟତକୁ। ଖାଲି ଯେ,ଏହି ଗାଁର ଅଧିବାସୀ ଦୟାନଦୀର ଦୂଷିତ ଜଳ ଯୋଗୁ ଆକ୍ରାନ୍ତ ହୋଇଛନ୍ତି ତାହା ନୁହେଁ, ହଇଜା ଡରରେ ଜଣେ ବ୍ୟକ୍ତିଙ୍କ ଝିଅ ବିବାହରେ ହେବାକୁ ଥିବା ଭୋଜିଭାତକୁ ବନ୍ଦ କରି ଦିଆଯାଇଛି। ଯାହାକୁ ନେଇ ଦୁଃ‍ଖ ପ୍ରକାଶ କରିଛନ୍ତି ଝିଅ ଘରର ପରିବାର ଲୋକେ।

Advertisment

ପୁରୀ ଜିଲ୍ଲା କଣାସ ବ୍ଲକର ଗୋପୀନାଥପୁର, ଗଡିଶା ଗଦା ଓ ନୂଆ ଦୋକନ୍ଦା ପଞ୍ଚାୟତରେ ଝାଡ଼ାବାନ୍ତି ବ୍ୟାପିଛି। ଏହି ୩ଟି ପଞ୍ଚାୟତର ଲୋକେ ଦୟା ନଦୀ କୂଳରେ ଅବସ୍ଥାପିତ। ଏହି ୩ଟି ପଞ୍ଚାୟତରେ ଝାଡ଼ାବାନ୍ତି ବ୍ୟାପିଛି। ୧୩ ତାରିଖରୁ ଆଜି ପର୍ଯ୍ୟନ୍ତ ଏହି ୩ ପଞ୍ଚାୟତରେ ୪ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ  ୭୮ ଜଣ ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇଛନ୍ତି।

ଝାଡ଼ାବାନ୍ତିରେ ୪ ଜଣଙ୍କର ମୃତ୍ୟୁ ଘଟିଥିବା ଲୋକମାନେ ଦାବି କରୁଥିବା ବେଳେ ସରକାରଙ୍କ ପକ୍ଷରୁ କୌଣସି ଘୋଷଣା କରାଯାଇ ନାହିଁ। ଝାଡ଼ାବାନ୍ତି ବ୍ୟାପିଥିବାରୁ ପ୍ରଶାସନ ପକ୍ଷରୁ ଗାଁ ଗାଁ ବୁଲି ସଚେତନ କରାଯାଉଛି। ଝାଡ଼ାବାନ୍ତି ବ୍ୟାପୁଥିବାରୁ ଜଣେ ବ୍ୟକ୍ତିଙ୍କ ଝିଅ ବିବାହରେ ହେବାକୁ ଥିବା ଭୋଜି ଭାତକୁ ବନ୍ଦ କରି ଦିଆଯାଇଛି।

Advertisment

ଗତକାଲି ନୂଆ ଦୋକନ୍ଦା ଗାଁରେ ଜଣେ ବ୍ୟକ୍ତିଙ୍କ ଝିଅ ବିବାହ ଥିଲା। ଝିଅ ଘରକୁ ତରଫରୁ ଭୋଜିଭାତ ଆୟୋଜନ କରାଯାଇଥିଲା। ଭୋଜିଭାତ ପାଇଁ ଯେଉଁ ସାମଗ୍ରୀ ଆସିବା କଥା, ସବୁ ଆସି ସାରିଥିଲା। ହେଲେ ସବୁ ଫସର ଫାଟିଯାଇଥିଲା। ହଠାତ୍ ପ୍ରଶାସନ ଆସି ଭୋଜିଭାତ ବନ୍ଦ କରି ଦେଇଥିଲା। ଗାଁରେ ଝାଡ଼ାବାନ୍ତି ବ୍ୟାପିଥିବାରୁ ଭୋଜିଭାତ ବନ୍ଦ ରହିବ ବୋଲି ପ୍ରଶାସନ ପକ୍ଷରୁ କୁହାଯାଇଥିଲା।

ପ୍ରଶାସନର କଥା ଶୁଣି ଅସନ୍ତୋଷ ପ୍ରକାଶ କରିଥିଲେ ଗାଁଲୋକେ ଓ  ଝିଅର ପରିବାର ଲୋକେ। କିଛି ଉପାୟ ନଥିବାରୁ ପ୍ରଶାସନର କଥା ଶୁଣି ଭୋଜି ଭାତକୁ ବନ୍ଦ କରି ଦେଇଥିଲେ। ଗତକାଲି ରାତିରେ ଝିଅର ବିବାହ ହୋଇଥିଲା। ବରଯାତ୍ରୀ ଧରି ବର ଆସିଥିଲା। ହେଲେ ଉପାସରେ ଯାଇଥିଲେ ବରଯାତ୍ରୀ। ବରଯାତ୍ରୀଙ୍କୁ ଭାତ, ମାଂସ ବଦଳରେ ଥଣ୍ଡା ପାନୀୟ ଦେଇ ସନ୍ତୁଷ୍ଟ କରିଥିଲେ ଝିଅ ଘର ଲୋକେ।

Advertisment

ଅଧିକ ପଢ଼ନ୍ତୁ:ବାଲିଗୁଡ଼ାରେ ଝାଡ଼ାବାନ୍ତି ଆତଙ୍କ, ୪ ଦିନରେ ଜଣେ ଗର୍ଭବତୀଙ୍କ ସହ ୯ ଜଣଙ୍କ ମୃତ୍ୟୁ !

କନ୍ୟା ପିତା ସତ୍ୟ କୁମାର ବେହେରା କହିଛନ୍ତି, ମୋ ଝିଅର ବିବାହ ଥିଲା। ପ୍ରଶାସନ ଆସି ଭୋଜି ଭାତ ବନ୍ଦ କରିଥିଲା। ପ୍ରଶାସନ ଆୟୋଜନ କରିବା ପୂର୍ବରୁ ଜଣାଇବାର ଥିଲା,ହଠାତ୍ ଆସି କହିବାରୁ ଆମର ବହୁତ କ୍ଷତି ହୋଇଛି। 

ନୂଆ ଦୋକନ୍ଦା ବାସିନ୍ଦା ଲୋକନାଥ ବେହେରା କହିଛନ୍ତି, ଝିଅ ବିବାହ ପାଇଁ ୧୦୦ରୁ ୧୫୦ ଲୋକଙ୍କ ପାଇଁ ଭୋଜି ଆୟୋଜନ କରାଯାଇଥିଲା। ପ୍ରଶାସନ ଆସି ବନ୍ଦ କରିଦେଲା। ଏଥିପାଇଁ ଆମେ ମର୍ମାହତ ଓ ଦୁଃଖିତ। ଭୋଜି ଭାତ ବନ୍ଦ ହେବା ଯୋଗୁ ଆମର ବହୁତ ପଇସା କ୍ଷତି ହେଲା। ଆମେ ଭାବି ନଥିଲୁ ଏପରି ହେବ ବୋଲି।

ପୁରୀ ଜିଲ୍ଲାପାଳ ରାଜ କିଶୋର ଦାସ କହିଛନ୍ତି, ଝାଡ଼ାବାନ୍ତି ବ୍ୟାପିଥିବାରୁ ଭୋଜିଭାତ ବନ୍ଦ କରାଯାଇଛି। ମାଇକ ଦ୍ୱାରା ଲୋକମାନଙ୍କୁ ସଚେତନ କରାଯିବ। ଯେଉଁ ଗାଁରେ ଝାଡ଼ାବାନ୍ତି ବ୍ୟାପିଛି ସମସ୍ତଙ୍କୁ ଭୋଜିଭାତ ନ କରିବା ପାଇଁ ଅନୁରୋଧ କରାଯାଇଛି। ଆଶା ଦିଦିମାନେ ବୁଲି ବୁଲି ସଚେତନ କରୁଛନ୍ତି।

କଣାସ ବ୍ଲକର ଗୋପୀନାଥପୁର, ଗଡିଶା ଗଦା ଓ ନୂଆ ଦୋକନ୍ଦା ପଞ୍ଚାୟତରେ ବସବାସ କରୁଥିବ ନଦୀ କୂଳିଆ ଅଞ୍ଚଳରେ ଲୋକେମାନେ ଦୟା ନଦୀର ଦୂଷିକ ଜଳକୁ ପାନୀୟ ଜଳ ଭାବେ ବ୍ୟବହାର କରିଥାନ୍ତି। ନଳକୂପ ପାଣି ପିଇବା ଉପଯୋଗୀ ନଥିବାରୁ ଗ୍ରାମବାସୀ ବିଶେଷ କରି ନଦୀରୁ ପାଣି ଆଣି ବ୍ୟବହାର କରିଥାନ୍ତି। ଏହି ନଦୀ ପାଣି ପିଇବା ଯୋଗୁ ଲୋକମାନଙ୍କୁ ଝାଡ଼ାବାନ୍ତି ବ୍ୟାପିଥିବା ସନ୍ଦେହ କରାଯାଉଛି। ଏଥିପାଇଁ ପ୍ରଶାସନ ପକ୍ଷରୁ ମଧ୍ୟ ବ୍ୟାପକ ସଚେତନ କରାଯାଇଛି।

ଅଧିକ ପଢ଼ନ୍ତୁ: ନବରଙ୍ଗପୁରରେ ବ୍ୟାପୁଛି ଝାଡ଼ାବାନ୍ତି; ୪ ଦିନରେ ଗଲାଣି ୩ ଜଣଙ୍କ ଜୀବନ

Puri Marriage Diarrhea
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ