• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Sangram Keshori Behera

ଅସୁସ୍ଥ ହାତୀ ଛୁଆକୁ ବଞ୍ଚାଇବାକୁ ଚାଲିଛି ସବୁ ପ୍ରୟାସ । ତିନି ଦିନ ତଳେ ବଲାଙ୍ଗିରରେ ଗୋଠ ଛଡ଼ା ହୋଇଥିବା କୁନି ହାତୀର ତଣ୍ଟିରେ କିଛି ଲାଗିଯାଇଥିବା ଅନୁମାନ କରୁଛନ୍ତି ଡାକ୍ତରୀ ଟିମ୍ । ଚନ୍ଦକା-ଡମପଡ଼ା ଅଭୟାରଣ୍ୟର ଗୋଡ଼ିବାରୀ ସ୍ଥିତ ହାତୀ ପ୍ରଶିକ୍ଷଣ କେନ୍ଦ୍ରକୁ ଆଣି ଚିକିତ୍ସା କରାଯାଉଛି । ସମସ୍ତଙ୍କ ଆଶା ଶୀଘ୍ର ସୁସ୍ଥ ହୋଇ ପୁଣି ଜଙ୍ଗଲକୁ ଫେରିବ ।

ତିନି ଦିନ ତଳେ ଖୁସି ମନରେ ବୁଲୁଥିଲା । ହେଲେ ଆଜି ଶଯ୍ୟାଶାୟୀ । ଗୋଠ ଛଡ଼ା ହୋଇ ବଲାଙ୍ଗୀରର ଦେଓଗାଁ ଜଙ୍ଗଲରେ ବୁଲୁଥିଲା କୁନି ହାତୀ । ଯେଉଁ ବୟସରେ ଜଙ୍ଗଲରେ ଖେଳ କୁଦ ଓ ମଉଜ କରିବା କଥା ଏବେ ସେ ନିସ୍ତେଜ । ନା କିଛି ଖାଇପାରୁଛି, ନା ପିଇ ପାରୁଛି । ଚେଷ୍ଟା କରୁଛି, ହେଲେ ପାରୁନି । ଧୀରେ ଧୀରେ ଶରୀର ବି ଅବଶ ହୋଇ ପଡ଼ିଲାଣି । ଏବେ ବଞ୍ଚିବାର ଶେଷ ରାହା ନେଇ ଚନ୍ଦକା-ଡମପଡ଼ା ଅଭୟାରଣ୍ୟର ଗୋଡ଼ିବାରୀସ୍ଥିତ ହାତୀ ପ୍ରଶିକ୍ଷଣ କେନ୍ଦ୍ରକୁ ଆସିଛି ।

ଯେଉଁଠି ଚାଲିଛି ତାର ଚିକିତ୍ସା । ନନ୍ଦନ କାନନ ଓ OUATର ପ୍ରାଣୀ ଚିକିତ୍ସିକ ମାନେ ମଧ୍ୟ ହାତୀ ଛୁଆକୁ ସୁସ୍ଥ କରିବାକୁ ସବୁ ପ୍ରକାର ଉଦ୍ୟମ ଚଳାଇଛନ୍ତି । ଖାଇ ପିଇ ପାରୁ ନଥିବାରୁ ଲଗାତାର ସାଲାଇନ ଦେଉଛନ୍ତି । ପାଟି ଘା ହୋଇ ଯାଇଥିବାରୁ ଆଣ୍ଟି ବାୟୋଟିକ୍ ଦେଉଛନ୍ତି ଡାକ୍ତର । ହାତୀ ଛୁଆଟି କାହିଁକି ଖାଇ ପାରୁନି, ଜାଣିବା ପାଇଁ ନିଶ୍ଚେତକ ଦେଇ ତାର ଏକ୍ସରେ ବି କରିଛନ୍ତି । ଆବଶ୍ୟକ ପଡ଼ିଲେ ଏଣ୍ଡୋସ୍କୋପି କରିବାକୁ ବିଚାର କରୁଛନ୍ତି ଡାକ୍ତରୀ ଟିମ୍ ।

ତେବେ କାହିଁକି ଏହି ତିନି ବର୍ଷର କୁନି ହାତୀଟି ଗୋଠ ଛଡ଼ା ହେଲା ? ବଲାଙ୍ଗୀରରୁ ହାତୀ ଛୁଆକୁ ଚିକିତ୍ସା ପାଇଁ ନେଇ ଆସିଥିବା ପ୍ରାଣୀ ଚିକିତ୍ସକଙ୍କ କହିବା କଥା, ୩ ଦିନ ତଳେ ହାତୀ ଛୁଆଟି ଗୋଠ ଛଡ଼ା ହୋଇ ବୁଲୁଥିବା ବନ ବିଭାଗ କର୍ମଚାରୀ ଦେଖିବାକୁ ପାଇଥିଲେ । ହାତୀ ଛୁଆଟି ଅସୁସ୍ଥ ଥିବାରୁ ହାତୀ ପଲ ତାକୁ ଛାଡ଼ି ପଳାଇଥିଲେ । ଗୋଠ ଛଡ଼ା ଅନୁମାନ କରି ପ୍ରଥମେ ତାକୁ ଟ୍ରାଙ୍କୁଲାଇଜ କରିଥିଲେ ବନ କର୍ମଚାରୀ । ଖାଇ ପିଇ ପାରୁନଥିବାରୁ ତୁରନ୍ତ ଚିକିତ୍ସା ଯୋଗାଇ ଦେଇଥିଲେ ଡାକ୍ତରୀ ଟିମ୍ । ଅଧିକ ଚିକିତ୍ସା ଲାଗି ଆଜି ବଲାଙ୍ଗିରିରୁ ଗୋଡ଼ିବାରିକୁ ଅଣାଯାଇଛି ।

OTV is now on Whatsapp

Join and get latest news update delivered to you via whatsapp

Join Now