• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Santosh Kumar Sahoo

ସୁଭଦ୍ରାର ପ୍ରଥମ କିସ୍ତିର ଦ୍ବିତୀୟ ପର୍ଯ୍ୟାୟ ଟଙ୍କା ମିଳିଥିବା ବେଳେ ଖୁବଶୀଘ୍ର ତୃତୀୟ ପର୍ଯ୍ୟାୟ ଟଙ୍କା ମିଳିବା ନେଇ ପ୍ରେସମିଟ୍‌ରେ ସୂଚନା ଦେଇଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା । ସେ କହିଛନ୍ତି, ଏଯାବତ ୧ କୋଟି ୫୦ ହଜାର ମହିଳା ରେଜିଷ୍ଟ୍ରେସନ କରିସାରିଲେଣି । ଦୁଇଟି ପର୍ଯ୍ୟାୟରେ ମୋଟ ୬୦ ଲକ୍ଷ ମହିଳାଙ୍କୁ ସହାୟତା ରାଶି ମିଳିଛି । ଖୁବ୍ ଜଲ୍‌ଦି ତୃତୀୟ ପର୍ଯ୍ୟାୟରେ ବାକି ହିତାଧିକାରୀଙ୍କୁ ଟଙ୍କା ଦେବୁ ବୋଲି ସେ କହିଛନ୍ତି।

ସେ ଆହୁରି କହିଛନ୍ତି ଯେ, ଏନପିସିଏ କ୍ଲିୟରାନ୍ସ ପରେ ଆଜି ୩୫ ଲକ୍ଷ ମହିଳାଙ୍କୁ ଟଙ୍କା ଦେଇଛୁ । କୌଣସି ଯୋଗ୍ୟ ହିତାଧିକାରୀଙ୍କ ଆବେଦନପତ୍ର ଖାରଜ କରାଯିବନି। ଘରକୁ ଘର ଯାଇ, ବ୍ଲକ ବା ଜିଲ୍ଲା ପ୍ରଶାସନ ଜରିଆରେ ଯୋଗ୍ୟ କରିବୁ ବୋଲି କହିଛନ୍ତି ଉପମୁଖ୍ୟମନ୍ତ୍ରୀ। ଯେଉଁମାନେ ନପାଇ ୨ ଥର ଆବେଦନ କରୁଛନ୍ତି, ସେମିତି ଅନାବଶ୍ୟକ ବରଂ ଆଉ ଆବେଦନ ନକରି କ’ଣ ତ୍ରୁଟି ଅଛି ତାକୁ ସଂଶୋଧନ କରନ୍ତୁ ବୋଲି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା କହିଛନ୍ତି ।

ସୂଚନା ଅନୁସାରେ ଆଜି ‘ସୁଭଦ୍ରା’ ଯୋଜନାର ପ୍ରଥମ କିସ୍ତିର ଦ୍ୱିତୀୟ ପର୍ଯ୍ୟାୟ ଟଙ୍କା ଆକାଉଣ୍ଟକୁ ଆସିଛି । ବାରିପଦାର ଐତିହାସିକ ଛଉ ପଡ଼ିଆ ସଭାରୁ ପ୍ରଥମ କିସ୍ତିର ଦ୍ବିତୀୟ ପର୍ଯ୍ୟାୟ ଟଙ୍କା ପଠାଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ଅକ୍ଟୋବର ୭ ତାରିଖ ସୁଦ୍ଧା ଆବେଦେନ କରିଥିବା ହିତାଧିକାରୀଙ୍କ ଆକାଉଣ୍ଟକୁ ଆଜି ଟଙ୍କା ଆସିଛି । ଏନ୍ସିପିଆଇ କ୍ଲିୟରାନ୍ସ ଥିବା ୩୫ ଲକ୍ଷରୁ ଅଧିକ ମହିଳାଙ୍କୁ ‘ସୁଭଦ୍ରା’ ଟଙ୍କା ପଠାଯାଇଛି। ଆଗକୁ ଦଶହରା ଥିବା ବେଳେ ମହିଳା ହିତାଧିକାରୀଙ୍କ ଭିତରେ ଖୁସିର ଲହରି ଖେଳିଯାଇଛି।

ସୁଭଦ୍ରା ଯୋଜାନାରେ ଏପର୍ଯ୍ୟନ୍ତ ୧ କୋଟି ୨୦ ହଜାରରୁ ଅଧିକ ମହିଳା ହିତାଧିକାରୀ ପଞ୍ଜୀକରଣ କରିସାରିଲେଣି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦ୍ୱାରା ଶୁଭାରମ୍ଭ କରାଯାଇଥିବା ସୁଭଦ୍ରା ଯୋଜନାରେ କୋଟିଏରୁ ଅଧିକ ହିତାଧିକାରୀଙ୍କୁ ପଞ୍ଜୀକୃତ କରିବା ଏକ ବଡ଼ ଉପଲବ୍ଧି । ସୁଭଦ୍ରା ଯୋଜନା ସମ୍ବନ୍ଧୀୟ ସମସ୍ତ ସୂଚନା ପାଇଁ ଅଫିସିଆଲ ୱେବସାଇଟ କିମ୍ବା ଅଫିସିଆଲ ସୋସିଆଲ ମିଡିଆକୁ ଅନୁସରଣ କିମ୍ବା ଟୋଲ ଫ୍ରି ନମ୍ବର(୧୪୬୭୮)କୁ କଲ କଲେ ଜାଣି ପାରିବେ।

ଆବେଦନକାରୀଙ୍କ ନାଁରେ ଆଧାର କାର୍ଡ ଓ କାର୍ଯ୍ୟକ୍ଷମ ବ୍ୟାଙ୍କ ଆକାଉଣ୍ଟ ଥିବା ଆବଶ୍ୟକ । ବ୍ୟାଙ୍କ ସହ ଆଧାର ସଂଯୋଗ ହୋଇଥିବା ଜରୁରୀ। ତା’ସହିତ ହିତାଧିକାରୀଙ୍କ ମୋବାଇଲ ନମ୍ବରଟି ମଧ୍ୟ ଆଧାର କାର୍ଡ ସହ ଲିଙ୍କ ହୋଇଥିବା ଆବଶ୍ୟକ। ଏଥିସହ ସୁଭଦ୍ରା ଫର୍ମ ଦାଖଲବେଳେ ଆଧାରର ଜେରକ୍ସ ସହ ରାସନ କାର୍ଡ ଓ କାର୍ଯ୍ୟକ୍ଷମ ବ୍ୟାଙ୍କ ଆକାଉଣ୍ଟ ଖାତାର ଜେରକ୍ସ ଦାଖଲ କରିବା ଜରୁରୀ। ଏଥିସହ ବାୟୋମେଟ୍ରିକ ସଠିକ ଭାବେ ହୋଇଥିଲେ ଟଙ୍କା ଆସିବ ।

OTV is now on Whatsapp

Join and get latest news update delivered to you via whatsapp

Join Now