କ୍ଷତିରେ ଚାଲୁଛି ଲକ୍ଷ୍ମୀ ବସ୍‌: ବ୍ୟୟ ପାଖାପାଖି ୪ ଶହ କୋଟି, ଆୟ ମାତ୍ର ୨୫ କୋଟି

ବସ୍‌ ଚଳାଚଳ ବାବଦରେ ରାଜ୍ୟ ସରକାର ୩୯୯ କୋଟି ୧୨ ଲକ୍ଷ ୪୪ ହଜାର ୬୪୦ ଟଙ୍କା ଖର୍ଚ୍ଚ କରିଥିବା ବେଳେ ଆୟ ହୋଇଛି ମାତ୍ର ୨୫ କୋଟି ୩ ଲକ୍ଷ ୮୬ ହଜାର ୫୮୫ ଟଙ୍କା ।

LAccMI Bus

ଲକ୍ଷ୍ମୀ ବସ୍‌ ପ୍ରସଙ୍ଗରେ ପରିବହନ ମନ୍ତ୍ରୀ ବିଭୂତି ଭୂଷଣ ଜେନାଙ୍କ ବଡ଼ ବୟାନ । ଲକ୍ଷ୍ମୀ ବସ୍ କ୍ଷତିରେ ଚାଲୁଥିବା ବିଧାନସଭାରେ ସୂଚନା ଦେଇଛନ୍ତି ପରିବହନ ମନ୍ତ୍ରୀ। ସେ ଗୃହରେ କହିଛନ୍ତି ଯେ, ସରକାର ୩୭୪ କୋଟି ୮ ଲକ୍ଷ ୫୮ ହଜାର ୫୫ ଟଙ୍କା କ୍ଷତିରେ ଅଛନ୍ତି । ଅକ୍ଟୋବର ୨୦୨୩ ରୁ ଅଗଷ୍ଟ ୨୦୨୪ ଯାଏଁ ୧୦ ମାସରେ ଏତିକି କ୍ଷତି ହୋଇଥିବା ବିଜେପି ବିଧାୟକ ବିଭୂତି ଭୂଷଣ ପ୍ରଧାନଙ୍କ ପ୍ରଶ୍ନରେ ଉତ୍ତର ରଖିଛନ୍ତି ପରିବହନ ମନ୍ତ୍ରୀ।

ଅଧିକ ପଢନ୍ତୁ: ନିଧଡ଼କ ଗଛ କାଟୁଛନ୍ତି କାଠମାଫିଆ, ନିଘୋଡ଼ ନିଦରେ ବନ ବିଭାଗ...

ସେହିପରି ପରିବହନ ମନ୍ତ୍ରୀ ଉତ୍ତରରେ ଆହୁରି କହିଛନ୍ତି ଯେ, ଲକ୍ଷ୍ମୀ ଯୋଜନାରେ ରାଜ୍ୟରେ ୧୩୪୦ଟି ବସ୍‌ ଚାଲିଛି । ବସ୍‌ ଚଳାଚଳ ବାବଦରେ ରାଜ୍ୟ ସରକାର ୩୯୯ କୋଟି ୧୨ ଲକ୍ଷ ୪୪ ହଜାର ୬୪୦ ଟଙ୍କା ଖର୍ଚ୍ଚ କରିଥିବା ବେଳେ ଆୟ ହୋଇଛି ମାତ୍ର ୨୫ କୋଟି ୩ ଲକ୍ଷ ୮୬ ହଜାର ୫୮୫ ଟଙ୍କା ।